ETV Bharat / state

Assembly Monsoon Session: ଦାବି ଉଠାଇବ କଂଗ୍ରେସ, ଗୃହ ଉଠିବ ପଡ଼ିବ କହିଲେ ସୁର

author img

By ETV Bharat Odisha Team

Published : Sep 26, 2023, 3:41 PM IST

ବିଧାନସଭା ମୌସୁମୀ ଅଧିବେଶନରେ ଗୃହରେ ଦାବି ଉଠାଇବ କଂଗ୍ରେସ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
ଦାବି ଉଠାଇବ କଂଗ୍ରେସ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରେ ଆଜି ବି ପ୍ରଶ୍ନକାଳ ଧୋଇ ଯାଇଥିବା ବେଳେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସେପଟେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ । ଫଳରେ ଗୃହ ଆହୁରି ଉଠିବ ପଡ଼ିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଏନେଇ ସୁର କହିଛନ୍ତି, " ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ଶିକ୍ଷକ ଆଜି ସ୍କୁଲରେ ପଢେଇବା ପରିବର୍ତ୍ତେ ନିଜ ହକ ପାଇଁ ରାଜରାସ୍ତାରେ ଆସି ବିକ୍ଷୋଭ ପଦର୍ଶନ କରୁଛନ୍ତି । ସେହିପରି ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ, ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ଆୟୁଷ ଡାକ୍ତରମାନେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଲୋୱର ପିଏମଜିରେ ପ୍ରତିବାଦ କରିଛନ୍ତି । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଏ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ପାଇଁ ପ୍ରଶ୍ନ କରିବ। କିନ୍ତୁ ସରକାର ଏନେଇ ତାଙ୍କର ଆଭିମୁଖ୍ୟ କଣ ସ୍ପଷ୍ଟ କରିବା ଦରକାର ।"

ଏହା ବି ପଢନ୍ତୁ- Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ସୁର ଆହୁରି କହିଛନ୍ତି, " ପଞ୍ଚାୟତରେ ସରପଞ୍ଚ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, ହେଲେ ସରପଞ୍ଚଙ୍କ ଅଧିକାରକୁ ସରକାର ଛିନ୍ନ କରୁଛନ୍ତି । ଯାହା ଫଳରେ ସରପଞ୍ଚମାନେ ଆଜି ଆସି ରାଜରାସ୍ତାରେ । ସେହିପରି କଲେଜରେ ପାଠପଢା କଥା କହିଲେ ନସରେ । ଅଧ୍ୟାପକମାନେ ନିଜର ହକ ପାଇଁ ଆଜି ଧାରଣା ଦେଉଛନ୍ତି । ଶିକ୍ଷା ବ୍ୟବସ୍ଥାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଗୃହରେ ଶିକ୍ଷକ ଆନ୍ଦୋଳନକୁ ନେଇ କଂଗ୍ରେସ ପ୍ରଶ୍ନ କରିବା ସରକାରଙ୍କ ଉତ୍ତର ମାଗିବୁ। ସେହିପରି ନନ୍ଦନକାନନର ବିକାଶ ପାଇଁ ମଧ୍ୟ ଦାବି କରାଯିବ ।"

ଆଜି ଲୋୱର ପିଏମଜିରେ ଶିକ୍ଷକ, ସରପଞ୍ଚ ସଂଘ, ଅଙ୍ଗନବାଡି କର୍ମୀ, ଆୟୁଷ ଡାକ୍ତର ସଂଘ ସମୂହ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଧାରଣାରେ ସାମିଲ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ । ନିଜର ନ୍ୟାର୍ଯ୍ୟ ଦାବି ଦର୍ଶାଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତ 2 ଦିନ ହେବ ବିଧାନସଭାକୁ ଘେରିଛନ୍ତି ବିରୋଧୀ । ଫଳରେ ଆଲୋଚନା ହୋଇପାରିନାହିଁ । ସରକାରଙ୍କୁ ବିରୋଧୀ ବିଜେପି ଟାର୍ଗେଟ କରିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଗୃହରେ ବିବୃତ୍ତି ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.