ETV Bharat / state

'ଆମ ଓଡ଼ିଶା ନବୀନ ଓଡ଼ିଶା'କୁ କଂଗ୍ରେସର କଟାକ୍ଷ, ଅଗଷ୍ଟ ୨୦ରେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

author img

By

Published : Aug 4, 2023, 7:43 AM IST

ଭୁବନେଶ୍ୱରରେ କଂଗ୍ରେସର ଆୟୋଜିତ କରିବ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ । 'ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ସ୍ବର ଉଠାଇବ କଂଗ୍ରେସ । ଅଧିକ ପଢନ୍ତୁ

ଅଗଷ୍ଟ ୨୦ରେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ
ଅଗଷ୍ଟ ୨୦ରେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଅଗଷ୍ଟ ୨୦ରେ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ବର: ଅଗଷ୍ଟ ୨୦ରେ ଭୁବନେଶ୍ୱରରେ ଆୟୋଜିତ ହେବ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ । ସାରା ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏକାଠି ହେବାକୁ କଂଗ୍ରେସର ଆହ୍ୱାନ ଦିଆଯାଇଛି । ଏନେଇ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ଅଧ୍ୟକ୍ଷ ସୁଦର୍ଶନ ଦାଶ କହିଛନ୍ତି,"ରାଜ୍ୟ ସରକାର 'ଆମ ଓଡ଼ିଶା ନବୀନ ଓଡ଼ିଶା' ନାମରେ ଯେଉଁ ଯୋଜନା ଆଣିଛନ୍ତି ତାହା ସମ୍ବିଧାନ ବିରୋଧି ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ତଥା ପଞ୍ଚାୟତ ବ୍ୟବସ୍ଥା ଉପରେ କୁଠାରଘାତ ।" ଏହି ଯୋଜନା ବିରୁଦ୍ଧରେ ନ୍ୟାୟାଳୟର ଆଶ୍ରୟ ନେବାକୁ କଂଗ୍ରେସ ଚେତାବନୀ ଦେଇଛି।

ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ରାଜ୍ୟ ପ୍ରଭାରୀ ତଥା ଜାତୀୟ ଆବାହକ କୁନାଲ ବାର୍ନାଜୀ କହିଛନ୍ତି, "୭୩ ତମ ସମ୍ବିଧାନ ସଂଶୋଧନ ଆଇନ ପଞ୍ଚାୟତ ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ ଦେଇଛି । ଗ୍ରାମସଭାର ବିନା ସୁପାରିଶ ଓ ଅନୁମୋଦନରେ ପଞ୍ଚାୟତରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଞ୍ଚାୟତ ବ୍ୟବସ୍ଥାରେ ଅର୍ଥ, କାର୍ଯ୍ୟକ୍ରମ ଉପରେ ସମ୍ବିଧାନ ଗୁରୁତ୍ୱ ଦେଇଛି । ମାତ୍ର 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ଗ୍ରାମସଭା, ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ କି ଏ ବିଷୟରେ ଗାଇଡଲାଇନରେ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇନାହିଁ । ଯାହାକି ସମ୍ବିଧାନ ପ୍ରତି ଉପହାସ।"

ଏହା ବି ପଢନ୍ତୁ...ଜଳବନ୍ଦୀ ଭୁବନେଶ୍ବର, ଲୋକସେବା ଭବନ ଘେରିବ କଂଗ୍ରେସ

କଂଗ୍ରେସର କହିବା କଥା, "ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପଞ୍ଚାୟତିରାଜ ସଂସ୍ଥା ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ସେମାନଙ୍କ ପ୍ରତି ଉପହାସ ସଦୃଶ ।"

"ଯେଉଁ ସରପଞ୍ଚମାନଙ୍କୁ କୋରୋନା ସମୟରେ ମୁଖ୍ୟମନ୍ତ୍ରୀ କଲେକ୍ଟରର ଆଖ୍ୟା ଦେଇଥିଲେ, ସେମାନେ ଏବେ ତାଙ୍କ ପଞ୍ଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗୀଦାର ହେବାର ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ ।" ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହା ସହିତ ଆସନ୍ତା ଅଗଷ୍ଟ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ମଧ୍ୟ ଆୟୋଜିତ ହେବ । ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଓଡ଼ିଶାର ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.