ETV Bharat / state

ସେପ୍ଟେମ୍ବର ମାସ ହେବ କଂଗ୍ରେସ ଦଳର ଐତିହାସିକ ମାସ: ତାରା

author img

By ETV Bharat Odisha Team

Published : Aug 31, 2023, 6:55 PM IST

କଂଗ୍ରେସ ଟାର୍ଗେଟରେ 2024 ସାଧାରଣ ନିର୍ବାଚନ । ମିଶନ 9ରୁ 90କୁ ସଫଳ କରିବା ଲାଗି ଦଳ କରୁଛି ଜୋରଦାର କସରତ । ଆସନ୍ତା ସେପ୍ଟେମ୍ବର ମାସରେ କଂଗ୍ରେସ ଦଳର ମହାମିଶ୍ରଣ ପର୍ବ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat
ସେପ୍ଟେମ୍ବର ମାସ ହେବ କଂଗ୍ରେସ ଦଳର ଐତିହାସିକ ମାସ

ଭୁବନେଶ୍ବର: କଂଗ୍ରେସ ମହଲରେ ଏବେ ଉତ୍ସାହର ଲହରୀ । ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଉପରେ ଭରସା ବୃଦ୍ଧି ପାଉଛି । ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତା ଏବେ ଜାତୀୟ ସ୍ତରରେ ବୃଦ୍ଧି ପାଉଛି । ତାର ପ୍ରଭାବ ଏବେ ଓଡ଼ିଶା ଉପରେ ପଡିବ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସକୁ ଭରସା କରି ଘର ବାହୁଡା କରିବେ କିଛି ହେଭିୱେଟ୍‌ ।ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସରେ ଆମ ପରିବାର ଯୋଗଦାନ କରିବେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ପୁତ୍ର ଶିଶିର ଗମାଙ୍ଗ । ସେପ୍ଟେମ୍ବର ମାସ ହେବ କଂଗ୍ରେସ ଦଳର ଐତିହାସିକ ମାସ ହେବ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି ।

ଏ ନେଇ ଶିଶିର କହିଛନ୍ତି, "ଦିଲ୍ଲୀରେ କଥା ବାର୍ତ୍ତା ସରିଛି । ଖାଲି ହାଇ କମାଣ୍ଡଙ୍କ ସମୟକୁ ଅପେକ୍ଷା କରିଛୁ । ସେପ୍ଟେମ୍ବର 8, 9 ତାରିଖରେ ସୋନିଆ କିମ୍ବା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ମିଶିବାକୁ ସ୍ଥିର କରାଯାଇଥିଲା । ଭାରତରେ G-20 ସମ୍ମିଳନୀ ପାଇଁ ବିଳମ୍ବ ହୋଇପାରେ । କଂଗ୍ରେସରେ ଆମର ଗ୍ରହଣୀୟତା ଅଛି । ତେଣୁ ଆମ ପରିବାର କଂଗ୍ରେସରେ ସାମିଲ ହେବୁ । କଂଗ୍ରେସକୁ ବିଧିବଦ୍ଧ ଭାବେ ଫେରିଲା ପରେ ସମସ୍ତ କଥା କହିବୁ ।"

ଏହା ବି ପଢନ୍ତୁ- ବଳ ଗୋଟାଉଛି କଂଗ୍ରେସ, ସେପ୍ଟେମ୍ବର ୫ରେ ମିଶିବେ ବହୁ ହେଭିୱେଟ୍‌ !

ସେପ୍ଟେମ୍ବର ମାସରେ କଂଗ୍ରେସ ଦଳର ମହାମିଶ୍ରଣ ପର୍ବ ହେବ । ଦିଲ୍ଲୀରୁ ସର୍ବଭାରତୀୟ ସ୍ତରର ନେତା ଓଡ଼ିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ତାରା ବାହିନୀପତି । ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସ ଉପରେ ଭରସା କରି ବହୁ ନେତା ଓ ଅନ୍ୟ ବର୍ଗର ଜଣାଶୁଣା ଚେହେରା କଂଗ୍ରେସରେ ସାମିଲ ହେବେ । ଅନ୍ୟ ଦଳର କିଛି ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଦଳରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିବାର ବ୍ୟବସ୍ଥା ହୋଇଛି ବୋଲି ତାରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, "କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଦଳକୁ ଅଧିକ ସଂଗଠିତ କରିବାକୁ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡି ବିଜେପିକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ । କଂଗ୍ରେସ ମୁହାଁ ହେବେ ନେତା । ବିଜେଡି ବିଜେପିର ବହୁ କ୍ଷୟକ୍ଷତି ହେବ। ଦକ୍ଷିଣ ଓଡ଼ିଶାର ସମୀକରଣ ବଦଳିବ । କଂଗ୍ରେସରେ ଦକ୍ଷିଣ, ପଶ୍ଚିମ, କେବିକେ ଅଞ୍ଚଳର ବହୁ ନେତା ଓ ଭିନ୍ନ ବର୍ଗର ଲୋକେ ଯୋଗ ଦେବେ ।"

ଖାଲି ଗିରିଧାରୀ ଗମାଙ୍ଗ, ହେମା ଗମାଙ୍ଗ କିମ୍ବା ଶିଶିର ଗମାଙ୍ଗ ନୁହେଁ ଏକାଧିକ ପ୍ରଶାସନିକ ଅଧିକାରୀ, ହକି ତାରକା ପ୍ରବୋଧ ତିର୍କୀ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପ୍ରମୁଖ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ କଂଗ୍ରେସର ଫୋକସ ଓଡ଼ିଶା, 9ରୁ 90 ମିଶନ କିଭଳି ସଫଳ ହେବ ତାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦିଲ୍ଲୀ ସ୍ତରରେ ଆଲୋଚନା ମଧ୍ୟ ଜାରି ରହିଛି । ଲୋକଙ୍କ ପାଖକୁ ଯିବା ପୂର୍ବରୁ ଏବେ ଦଳର ସ୍ଥିତିକୁ ମଜଭୁତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟା ଦଳକୁ କେତେ ଫାଇଦା ଦେବ ଓ ଦଳୀୟ କନ୍ଦଳ ପ୍ରଶମିତ କରିବାରେ କେତେ ସହାୟକ ହେବ ବର୍ତ୍ତମାନ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.