ETV Bharat / state

ଶିକ୍ଷକ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ, ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏମର୍ଜେନ୍ସି ଚାଲିଛି କହିଲେ ଶରତ - ସ୍କୁଲରେ ତାଲା ପକାଇ ଧାରଣାରେ ଶିକ୍ଷକ ଶିକ୍ଷୟତ୍ରି

ସ୍କୁଲରେ ତାଲା ପକାଇ ଧାରଣାରେ ଶିକ୍ଷକ ଶିକ୍ଷୟିତ୍ରୀ । ଏହାକୁ ନେଇ ରାଜନୀତି ତେଜି ଥିବାବେଳେ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଏମର୍ଜେନ୍ସି ଚାଲିଛି କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଶିକ୍ଷକ ଆନ୍ଦଳନକୁ କଂଗ୍ରେସର ସମର୍ଥନ
ଶିକ୍ଷକ ଆନ୍ଦଳନକୁ କଂଗ୍ରେସର ସମର୍ଥନ
author img

By ETV Bharat Odisha Team

Published : Sep 13, 2023, 8:43 PM IST

Updated : Sep 14, 2023, 10:37 AM IST

ଶିକ୍ଷକ ଆନ୍ଦଳନକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ରାଜ୍ୟରେ ୫ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନ ଆଜି ବ୍ୟାପକ ହୋଇଛି । ଯାହା ଫଳରେ ଆଜି ରାଜ୍ୟର ୫୦ ହଜାର ସ୍କୁଲରେ ତାଲା ପଡିବା ସ୍ଥିତି ଉପୁଜିଛି । ୧ ଲକ୍ଷ ୩୦ ହଜାର ଶିକ୍ଷକ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତି ଭଳି ଯଥାର୍ଥ ସମସ୍ୟା ସମାଧାନ ନହେବାରୁ ଶିକ୍ଷକମାନେ ସ୍କୁଲରେ ପାଠପଢ଼ା ବର୍ଜନ କରିଛନ୍ତି । ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିକ୍ଷକମାନଙ୍କ ସହ ଖେଳୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟରେ ତାଲା ଝୁଲିବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏବେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷକମାନେ ଧାରଣାରେ ବସିଛନ୍ତି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇପାରିନାହାନ୍ତି । ସେତେବେଳେ ଶିକ୍ଷାମନ୍ତ୍ରୀ ଯାଇ ବିଜେଡି କର୍ମୀମାନଙ୍କୁ ତାଲିମ ଦେଉଛନ୍ତି । ରାଜ୍ୟ ପାଇଁ ଏହା ଦୁର୍ଭାଗ୍ୟ । ଆଜିର ଦିନ ହେଉଛି ଶିକ୍ଷା ବ୍ୟବସ୍ଥା ପାଇଁ କଳା ଦିବସ । ଶିକ୍ଷକମାନଙ୍କ ସହ ସରକାର କାହିଁକି ଆଲୋଚନା କରୁନାହାନ୍ତି ? କଂଗ୍ରେସ ଯେଉଁ ବିଦ୍ୟାଳୟ ନିର୍ମାଣ କରିଥିଲା ସେଥିରେ କେବଳ ରଙ୍ଗ ଲଗେଇ ବାଃ ବାଃ ନେବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସତ କଥା ହେଉଛି ବିଦ୍ୟାଳୟରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ନାହାନ୍ତି । ଏବେ ସମୟ ଆସିଛି ବୁଦ୍ଧିଜୀବୀମାନେ ଚିନ୍ତା କରନ୍ତୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗତି କୁଆଡେ । ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଛଳନା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିନରେ ଘୋଷଣା କଲେ ଠିକା ନିଯୁକ୍ତି ଉଚ୍ଛେଦ ହେବ । କିନ୍ତୁ ଏବେ ପୁଣି ଶିକ୍ଷକମାନଙ୍କୁ ଠିକା ନିଯୁକ୍ତି ଦେଉଛନ୍ତି ।" ରାଜ୍ୟ କି ବ୍ୟବସ୍ଥା ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ; ଖୋର୍ଦ୍ଧାରେ ପାଠପଢ଼ା ଠପ

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ପରିବର୍ତ୍ତେ ଅବହେଳା କରୁଛନ୍ତି । ଶିକ୍ଷକ ଆନ୍ଦୋଳନ ଯୁକ୍ତିଯୁକ୍ତ ଓ ଯଥାର୍ଥ । କଂଗ୍ରେସ ତାଙ୍କୁ ସମର୍ଥନ ଦେଉଛି । ଛାତ୍ର ସମାଜର କ୍ଷତି ହେଉଛି । ଶିକ୍ଷାର ବିକାଶ ନହେବା ପର୍ଯ୍ୟନ୍ତ ଦାରିଦ୍ର୍ୟ ଦୂରୀକରଣ ଅସମ୍ଭବ, ଅର୍ଥନୈତିକ ବିକାଶ ଅସମ୍ଭବ ବୋଲି ଅମର୍ତ୍ୟ ସେନ୍‌ କହି ନୋବେଲ ପୁରସ୍କାର ପାଇଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଏକକ ନୀତି ରହିବା ଦରକାର । ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଠିକା ନିଯୁକ୍ତି ପ୍ରତ୍ୟାହାର କରାଗଲା, ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ମତ ବାରମ୍ବାର ପରିବର୍ତ୍ତନ କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2023, 10:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.