ETV Bharat / state

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ହାଇକୋର୍ଟଙ୍କ ଝଟ୍‌କା; ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌ - ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଲାଗିଛି ହାଇକୋର୍ଟଙ୍କ ଧକ୍କା

ରାଜ୍ୟ ସରକାରଙ୍କ ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଲାଗିଛି ହାଇକୋର୍ଟଙ୍କ ଧକ୍କା । ପଞ୍ଚାୟତ ପ୍ରତିନିଧି ଓ ଗ୍ରାମସଭାକୁ ଏଥିରେ ସାମିଲ ପାଇଁ ଆନ୍ତରୀଣ ରାୟ ଦେଇଛନ୍ତି ହାଇକୋର୍ଟ । ସେପଟେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ହାଇକୋର୍ଟଙ୍କ ଝଟ୍‌କା

author img

By ETV Bharat Odisha Team

Published : Sep 1, 2023, 6:48 PM IST

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ହାଇକୋର୍ଟଙ୍କ ଝଟ୍‌କା

ଭୁବନେଶ୍ବର: 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଏହି ଯୋଜନାର ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ବିନିଯୋଗ କରାନଯାଇ ପ୍ରଶାସନିକ ସ୍ତରରେ କରାଯିବା ନିଷ୍ପତ୍ତିକୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଆରମ୍ଭରୁ ବିରୋଧ କରିଆସୁଛି । ଏପରିକି ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକରେ ନାବରା ପଞ୍ଚାୟତ ସରପଞ୍ଚ ନଗେନ୍ଦ୍ର କୁମାର ସିଂ ସମେତ ୯ ଜଣ ସରପଞ୍ଚ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମସଭାକୁ ଏଥିରେ ସାମିଲ ପାଇଁ ଆନ୍ତରୀଣ ରାୟ ଦେଇଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ହାଇକୋର୍ଟଙ୍କ ଝଟକାକୁ ଲାଗିବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା ପିସିସି ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ଆମ ଓଡି଼ଶା ନବୀନ ଓଡିଶା ଯୋଜନା ସାମ୍ବିଧାନିକ ବିରୋଧୀ ବୋଲି ଆମେ କହିଥିଲୁ । ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା କଥା କହୁଛନ୍ତି । ହେଲେ ସରପଞ୍ଚଙ୍କୁ ବାସି ପଖାଳରେ ପଚାରୁ ନାହାନ୍ତି । ହୀନ ନିର୍ବାଚନ ସ୍ବାର୍ଥ ପାଇଁ ଏହି ଯୋଜନା କରାଯାଇଛି । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ମାଲାମାଲ କରିବା ପାଇଁ ଏହି ଯୋଜନା କରାଯାଇଛି ।" ତେଣୁ ଏହା ବିରୋଧରେ ପଞ୍ଚାୟତ ପ୍ରତିନିଧି ଏବଂ ସମସ୍ତ ଜନସାଧରଣଙ୍କୁ ଏକ ହେବାକୁ ଆହ୍ଵାନ ଦେଇଛି କଂଗ୍ରେସ । ହାଇକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ବିଜେଡି ସରକାରଙ୍କ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଉପହାସ, ତାହା ଗତ ଅଗଷ୍ଟ ୨୯ ତାରିଖରେ ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ପ୍ରକାଶଯୋଗ୍ୟ, "ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକରେ ନାବରା ସରପଞ୍ଚ ନଗେନ୍ଦ୍ର କୁମାର ସିଂ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତ, ପଞ୍ଚାୟତ ପ୍ରତିନିଧି ଓ ଗ୍ରାମସଭାକୁ ଅଣଦେଖା କରାଯିବାକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କର ଯାଚିକାରେ ବସ୍ତା ବ୍ଲକର ୯ ଜଣ ସରପଞ୍ଚ ମଧ୍ୟ ଦସ୍ତଖତ କରିବା ସହିତ ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ତଥା ଗ୍ରାମସଭା ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆବେଦନ କରିଥିଲେ । ହାଇକୋର୍ଟଙ୍କ ନ୍ୟାୟଧୀଶ ବିଶ୍ବନାଥ ରଥ ଏହାର ବିଚାର କରି ଗତ ୨୯ ତାରିଖରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଗ୍ରାମସଭା ଓ ପଞ୍ଚାୟତ ବ୍ୟବସ୍ଥାକୁ ସଂଶ୍ଳିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, "ପଞ୍ଚାୟତ ଓ ପଞ୍ଚାୟତର ଜନସାଧାରଣଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ଏହି ଯୋଜନାର ରୂପାୟନରେ ପଞ୍ଚାୟତ ଓ ଗ୍ରାମସଭା ସକ୍ରିୟ ଭୂମିକା ନେବା ଉଚିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.