ETV Bharat / state

ରାଜ୍ୟରେ ତେଜିଲାଣି OBC ରାଜନୀତି; ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କ ଦରଦ ନାହିଁ କହିଲା କଂଗ୍ରେସ

author img

By ETV Bharat Odisha Team

Published : Oct 7, 2023, 7:21 AM IST

OBC ବର୍ଗଙ୍କ ସଂରକ୍ଷଣ ଦାବି ଜୋର ଧରିଛି । ରାଜ୍ୟରେ ଜାତିଭିତିକ ଜନଗଣନା ତୁରନ୍ତ କରାଯାଉ ବୋଲି ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଜୋର ଧରିଲାଣି OBC ରାଜନୀତି
ଜୋର ଧରିଲାଣି OBC ରାଜନୀତି
ଜୋର ଧରିଲାଣି OBC ରାଜନୀତି

ଭୁବନେଶ୍ବର: ରାଜ୍ୟରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ ବୋଲି ମତାମତ ପ୍ରକାଶ ପାଇବା ପରେ OBC ବର୍ଗଙ୍କ ସଂରକ୍ଷଣକୁ ନେଇ ତେଜିଛି ରାଜନୀତି । ସରକାର କାହିଁକି ଚୁପ ବସିଛନ୍ତି । ଯଦି OBC ଗଣନା କରିଛନ୍ତି ତାହେଲେ ତୁରନ୍ତ ରିପୋର୍ଟ ପ୍ରକାଶ କରନ୍ତୁ ।ଏଭଳି ଦାବି ଉଠିବା ପରେ ସଂରକ୍ଷଣ ରାଜନୀତି ତେଜିଛି । ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ କଂଗ୍ରେସ ମଧ୍ୟ ତୁରନ୍ତ ଜାତିଭିତିକ ଗଣନା ପାଇଁ ଦାବି କରିଛି । ରାଜ୍ୟରେ OBC ପ୍ରାୟ 54 ପ୍ରତିଶତ ଥିବାବେଳେ କାହିଁକି ତାଙ୍କୁ ଅଣଦେଖା କରାଯାଉଛି । OBC ବର୍ଗଙ୍କୁ ଚାକିରି ଏବଂ ଶିକ୍ଷାରେ ଉପଯୁକ୍ତ ସଂରକ୍ଷଣ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଓବିସି ସର୍ଭେ ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେ କହିଛନ୍ତି ଯେ, ରାଜ୍ୟରେ ଓବିସି ସର୍ଭେ ଠିକ ଭାବରେ ହୋଇନାହିଁ । ଗ୍ରାମାଞ୍ଚଳରେ ଥିବା ଓବିସି ଲୋକମାନେ ପଛରେ ରହିଯାଇଛନ୍ତି । ଯେଉଁଭଳି ଭାବରେ ତାଙ୍କର ବିକାଶ ହେବା କଥା ତାହା ହୋଇନାହିଁ । ବିହାରର ଓବିସି ସର୍ଭେ ପ୍ରକାଶ ହୋଇନଥିଲେ ରାଜ୍ୟ ସରକାର ମଧ୍ୟ ଏହାର ସର୍ଭେ ପ୍ରକାଶ କରିନଥାନ୍ତେ । ଆଗକୁ ନିର୍ବାଚନ ଆସୁଥିବାରୁ ଏହାକୁ ଆଖି ଆଗରେ ରଖି ସରକାର 2011 ଜନଗଣନା ରିପୋର୍ଟକୁ ଆଧାର କରି ତରବରିଆ ଭାବରେ ଏହାକୁ ପ୍ରକାଶ କରିଛନ୍ତି । ବିହାରରେ ଜାତିଭିତିକ ଜନଗଣନା ରିପୋର୍ଟ ଘୋଷଣା ହେବା ପରେ ଓଡ଼ିଶାରେ କାହିଁକି ଲାଗୁ ହେଉନାହିଁ । ଓଡିଶା ସରକାର OBCଙ୍କ ପାଇଁ ଦରଦ ନାହିଁ ବୋଲି କହି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ: ଶ୍ରୀକାନ୍ତ ଜେନା

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ରାଜ୍ୟ ସରକାରଙ୍କ ଓବିସି ବର୍ଗଙ୍କ ପାଇଁ ଦରଦ ନାହିଁ । ଗତ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ରଖିଲେ ନାହିଁ । ଓବିସି କମିଶନ କେବେଠୁ ଗଠନ ହେଲାଣି ହେଲେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଠିକ ସେ କାର୍ଯ୍ୟକାରୀ ହୋଇପାରିନି । ରାଜ୍ୟ ସରକାର OBC ପ୍ରେମୀ ନୁହନ୍ତି । ଓବିସିମାନେ ଯଦି ଥରେ ପ୍ରତିକ୍ରିୟା ଆରମ୍ଭ କରିବେ ନବୀନ ବାବୁଙ୍କ ଚୌକି ଦୋହଲି ଯିବ । ନିର୍ବାଚନରେ ପ୍ରଭାବ ପଡିବ । "

ମେ' ମାସରୁ ରାଜ୍ୟରେ ଓବିସି ଗଣନା ଆରମ୍ଭ ହୋଇଛି । ଓବିସି ରିପୋର୍ଟ ଏବେ ସୁଦ୍ଧା ସରକାର ପ୍ରକାଶ କରିନାହାନ୍ତି । ବିହାର ସରକାର ଓବିସି ରିପୋର୍ଟ ପ୍ରକାଶ କରିବା ପରେ ଏବେ ଓଡ଼ିଶାରେ ଓବିସି ବର୍ଗଙ୍କ ସଂରକ୍ଷଣକୁ ନେଇ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.