ETV Bharat / state

ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ: କଂଗ୍ରେସ

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଡେଙ୍ଗୁ ସ୍ଥିତି । ତେବେ ଏହାର ସମାଧାନ ଦିଗରେ ବିଏମ୍‌ସି ଆଖି ବୁଜି ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ନେଇ BMCକୁ କଂଗ୍ରେସର ଟାର୍ଗେଟ୍‌

author img

By

Published : Aug 7, 2023, 6:39 PM IST

ଭୁବନେଶ୍ବରରେ ଡେଙ୍ଗୁ ସ୍ଥିତି ନେଇ BMCକୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଗୋଟିଏ ପଟେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ଉପୁଜି ସ୍ମାର୍ଟସିଟିକୁ ବେହାଲ କରୁଥିବା ବେଳେ ଅନ୍ୟପଟେ ନାଳ ନର୍ଦ୍ଦମାରେ ପାଣି ଜମି ରହୁଥିବାରୁ ମଶା ବଂଶ ବୃଦ୍ଧି ପାଉଛି । ଯାହା ଫଳରେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଅଭିଯୋଗ ଆଣିବା ସହ ଏହାର ସମାଧାନ ଦିଗରେ ବିଏମ୍‌ସିକୁ ଟାର୍ଗେଟ କରିଛି କଂଗ୍ରେସ । ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍‌ସି ସମ୍ପୂର୍ଣ୍ଣ ବିଫଳ ହୋଇଛି । ଡେଙ୍ଗୁ ସ୍ଥିତି ଭୟଙ୍କର ହେଉଥିବା ଦେଖି ବିଏମ୍‌ସି ଆଖି ବୁଜିଦେଇଛି ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ।

କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର କହିଛନ୍ତି, "ଡେଙ୍ଗୁ ସ୍ଥିତିରେ ରୋକ୍ ଲଗାଇବା ପାଇଁ ସବୁ ଅଳିଆ ଉଠାଇବା, ମଶାରୀ ବଣ୍ଟନ ଇତ୍ୟାଦି ପାଇଁ କମିଶନରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଯାଇଥିଲୁ । ହେଲେ ଗ୍ରୀଭାନ୍ସ ଡେ'ରେ ତାଙ୍କର ଦେଖା ମିଳିଲାନି । ଭୁବନେଶ୍ବର ମହାନଗର ନିଗମର ଏଭଳି ଉଦାସୀନତାରୁ ସ୍ପଷ୍ଟ ହେଉଛି, ଡେଙ୍ଗୁ ନିୟନ୍ତ୍ରଣ କରିବାରେ ସେମାନେ କେତେ ତତ୍ପର । ରାଜଧାନୀ ଭୁବନେଶ୍ବରର ୧୩ଟି ପ୍ରାକୃତିକ ନାଳ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି, ପାଣି ଯାଉନି । ଡ୍ରେନ୍‌ଗୁଡ଼ିକ ପୋତି ହୋଇ ଯାଉଛି । ଡ୍ରେନ୍‌ରେ ଅଳିଆ ମିଶ୍ରିତ ପାଣି ଜମୁଥିବାରୁ ମଶା ସୃଷ୍ଟି ହେଉଛି । ସ୍ମାର୍ଟସିଟିରେ ଅଳିଆ ନୀତିଦିନ ଉଠା ଯାଉନି । ଫଳରେ ମଶାମାନଙ୍କ ବଂଶ ବୃଦ୍ଧି ପାଉଛି । ସଫେଇ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହେଉଛି । ସଫେଇକୁ ଘରୋଇକରଣ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ବସ୍ତି ଅଞ୍ଚଳରେ ଖୋଲା ଡ୍ରେନ୍‌ ରହିଛି ।" ପୂର୍ବରୁ ମଶାଙ୍କ ପାଇଁ ସବୁ ଜାଗାରେ ମଶା ତେଲ ପଡ଼ୁଥିଲା, ସ୍ପ୍ରେ' ହେଉଥିଲା । ଏବେ ଏସବୁ ଆଉ ହେଉନି କି ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉନି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...BMCର ଡେଙ୍ଗୁ ସଚେତନତା: ପୋଡ଼ା ଇଞ୍ଜିନ ଅଏଲ ବ୍ୟବସାୟଙ୍କୁ 1 ଲକ୍ଷ ଟଙ୍କା ଫାଇନ

କଂଗ୍ରେସ ଅଭିଯୋଗ ଅନୁସାରେ ଜୁଲାଇ ମାସ ସୁଦ୍ଧା ୩୦ ପ୍ରତିଶତ ଡ୍ରେନ୍‌ରେ ପଙ୍କ ସଫା ହୋଇଛି । ୭୦ ପ୍ରତିଶତ ଡ୍ରେନ୍‌ ସଫା ହେଇନି । ଘରେ ଡ୍ରେନ୍‌ ପାଣି ପଶିବା ନୂଆ ଅଧ୍ୟାୟ ସୃଷ୍ଟି ହେଲା । ଯେଉଁ ଲୋକଙ୍କ ଘରେ ଡେଙ୍ଗୁ ହୋଇଛି, ସେ ଘରକୁ ହେଲ୍‌ଥ୍‌ ଅଫିସର, ସ୍ବାସ୍ଥ୍ୟକର୍ମୀ ଯାଉନାହାନ୍ତି । ମଶାରୀ ଦିଆ ଯାଉନି କିମ୍ବା କ୍ୟାପିଟାଲ ହସ୍ପିଟାଲ୍‌ରେ ଡେଙ୍ଗୁ ରୋଗୀଙ୍କ ପାଇଁ ବେଡ୍‌ ନାହିଁ । ତେଣୁ ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ବର ସ୍ଥିତି କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଦଳ ତରଫରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରି ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ । ତେବେ ଯଦି ରାଜ୍ୟ ସରକାର ଡେଙ୍ଗୁ ପାଇଁ ସତର୍କତା ଅବଲମ୍ଵନ ନକରନ୍ତି, କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.