ETV Bharat / state

20 ହଜାର ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥା, ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆ ରୂପରେ ଫେରିଲା ଠିକା ନିଯୁକ୍ତି । 20 ହାଜର କନିଷ୍ଠ ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Aug 24, 2023, 6:42 PM IST

ନୂଆ ରୂପରେ ଫେରିଲା ଠିକା ନିଯୁକ୍ତି
ନୂଆ ରୂପରେ ଫେରିଲା ଠିକା ନିଯୁକ୍ତି
ନୂଆ ରୂପରେ ଫେରିଲା ଠିକା ନିଯୁକ୍ତି

ଭୁବନେଶ୍ବର: ୧୦ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ରାଜ୍ୟରେ ଆଉ ଠିକା ନିଯୁକ୍ତି ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ପୁଣି କାହିଁକି ସରକାର ୨୦ ହଜାର ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ଠିକା ପ୍ରଥାରେ ନିଯୁକ୍ତି ଦେବାର ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏକ ବର୍ଷ ପାଇଁ 20 ହଜାର କନିଷ୍ଠ ଶିକ୍ଷକଙ୍କ ଠିକା ନିଯୁକ୍ତି ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କ ଏଭଳି ଘୋଷଣା ବୋଲି ଅଭିଯୋଗ କରିଛି ଦଳ । କମ୍ପ୍ୟୁଟର ଆଧାରିତ ଟେଷ୍ଟ୍‌ ହେଲେ ବ୍ୟାପକ ଦୁର୍ନୀତି ହେବେ ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ,"ରାଜ୍ୟର ଶିକ୍ଷା ବ୍ୟବସ୍ଥା ଧୂଳିସାତ ହେଲାଣି । ସ୍କୁଲରେ ଡ୍ରପ୍‌ ଆଉଟ୍ ବଢ଼ୁଛି। ଖାଲି ଘର କାନ୍ଥରେ 5T ନାଁରେ ରଙ୍ଗ ବୋଲିଲେ ଶିକ୍ଷାର ବିକାଶ ହେବ ନାହିଁ । ତେଣୁ ତୁରନ୍ତ ରାଜ୍ୟ ସରକାର 92 ହାଜର ଖାଲି ଥିବା ଶିକ୍ଷକ ପଦବୀକୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ । ଯଦି ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ତାହେଲେ କାହିଁକି ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ଠିକା ନିଯୁକ୍ତି ଦିଆଯାଉଛି । ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ନିର୍ଯାତନା ଦେଉଛନ୍ତି ରାଜ୍ୟ ସରକାର । 5T ସଚିବଙ୍କ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲା ଗସ୍ତରେ ଶହଶହ କୋଟି ଖର୍ଚ୍ଚ ହେଉଛି ହେଲେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ ? ରାଜ୍ୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବଧରି ପ୍ରାଥମିକ ଶିକ୍ଷକ ପଦବୀ କାହିଁକି ପୂରଣ କରାଯାଉନଥିଲା ? ଏକାଥରକେ କ’ଣ ୨୦ ହଜାର ପଦବୀ ଫାଙ୍କା ପଡ଼ିଛିକି ନା ବର୍ଷ ବର୍ଷ ଧରି ଏହି ପଦବୀ ପଡ଼ିରହିଥିଲେ ସରକାର ଶିକ୍ଷକ ନିଯୁକ୍ତି କରିବାପାଇଁ ନିଷ୍ପତି ନେଉନଥିଲେ ?"

ଅଧିକ ପଢନ୍ତୁ: ନୂଆ ରୂପରେ ଫେରିଲା ଠିକା ବ୍ୟବସ୍ଥା, ନିଯୁକ୍ତି ହେବେ 20ହଜାର ଶିକ୍ଷକ

କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଛନ୍ତି,"ଗତକାଲି ପ୍ରକାଶିତ ରାଜ୍ୟ ସରକାରଙ୍କ ଏହି ପ୍ରାଥମିକ ଠିକା ଶିକ୍ଷକ ନିଯୁକ୍ତ ପ୍ରଥମେ ଏକବର୍ଷ ପାଇଁ ହେବ । ଯଦି ଶିକ୍ଷକମାନଙ୍କର କାର୍ଯ୍ୟ ସନ୍ତୋଷଜନକ ହୋଇଥିବ ତାହାହେଲ ସେମାନଙ୍କର ନିଯୁକ୍ତିକାଳ ବୃଦ୍ଧି କରାଯିବ । ଏହାଦ୍ୱାରା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ । ଶିକ୍ଷାର ମାନ ହ୍ରାସ ପାଇଁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ । ରାଜ୍ୟରେ ଶିକ୍ଷା ଅଧିକାର ଆଇନ ୨୦୦୯ ମସିହାରେ ଲାଗୁ ହେଲାପରେ ରାଜ୍ୟ ସରକାର ୨୦୧୦ ମସିହାରେ ଶିକ୍ଷାଅଧିକାର ଆଇନ ପ୍ରଣୟନ କଲେ । ଏହି ଆଇନ ଅନୁସାରେ ରାଜ୍ୟରେ ପ୍ରତ୍ୟେକ କୋମଳମତି ପିଲାମାନେ ଶିକ୍ଷା ଗ୍ରହଣ କରିବା ତାଙ୍କର ଅଧିକାର । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ରାଜ୍ୟରେ ଶିକ୍ଷାଦାନ କରିବ କିଏ ? ବର୍ଷବର୍ଷ ଧରି ଶିକ୍ଷକ ପଦବୀ ଫାଙ୍କା ପଡ଼ି ରହିଲା ଏହାକୁ ପୂରଣ କରାଗଲା ନାହିଁ । ୨୦ ହଜାର ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । ଭୁଶୁଡ଼ି ପଡ଼ିଥିବା ଶିକ୍ଷାବ୍ୟବସ୍ଥାକୁ ତୁରନ୍ତ ସଜଡ଼ା ଯାଉ । ନିର୍ବାଚନୀ ଚାଲ୍‌ ଓଡ଼ିଶାର ଲୋକେ ବୁଝି ସାରିଲେଣି । ତେଣୁ ସରକାର ସଗାଜ ହୋଇ କାମକରୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.