ETV Bharat / state

କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ, ବିଜେପି ସରକାର କବଳରୁ ଗଣତନ୍ତ୍ର ସୁରକ୍ଷା ଦାବି

ବିଜେପି ସରକାରରେ ଗଣତନ୍ତ୍ର ଓ ସମ୍ବିଧାନ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ । ମୋଦି ସରକାର ବିରୋଧରେ ସାରା ଭାରତରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଆଜି ଏହି ସତ୍ୟାଗ୍ରହ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Apr 19, 2023, 10:41 PM IST

କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ
କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ
କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

ଭୁବନେଶ୍ବର: ଭାରତବର୍ଷରେ ଗଣତନ୍ତ୍ରର ସୁରକ୍ଷା ସହ ସମ୍ବିଧାନ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ । ମୋଦି ସରକାରଙ୍କ ଶାସନରେ ଗଣତନ୍ତ୍ର ଅସୁରକ୍ଷିତ ହୋଇଥିବା ଅଭିଯୋଗ କରି ସାରା ଭାରତରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଆଜି ଏହି ସତ୍ୟାଗ୍ରହ ହୋଇଛି । ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା, ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ଏବଂ ସମ୍ବିଧାନକୁ ବଞ୍ଚାଇବା ଦାବିରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶରେ ଦଳର ବରିଷ୍ଠ କଂଗ୍ରେସ ଯୋଗ ଦେଇଥିଲେ ।

ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାଶଙ୍କ ସଭାପତିତ୍ବରେ ଆଜି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ମୋଦି ସରକାରଙ୍କ ମନମୁଖୀ ଶାସନ ଓ ସରକାରଙ୍କର ପୁଞ୍ଜିପତିମାନଙ୍କ ପ୍ରତିଥିବା ଅହେତୁକ ଅନୁକମ୍ପାକୁ ନେଇ କଂଗ୍ରେସ ଏହି ବିକ୍ଷୋଭ କରିଥିବା ଦଳର ନେତାମାନେ ପ୍ରକାଶ କରିଛନ୍ତି । ବିଜେପି ସରକାରରେ ସାଧାରଣ ଲୋକ ମହାଙ୍ଗା ମାଡ଼ରେ ଚାପି ହେଉଥିବା ବେଳେ ପୁଞ୍ଜିପତି ମାନେ ସରକାରଙ୍କ ଅହେତୁକ ପ୍ରୀତିକୁ ନେଇ ଲାଭରେ ରହୁଥିବା ଦଳ ଅଭିଯୋଗ କରିଛି । ଯାହା ସାଧାରଣ ଲୋକଙ୍କ ଜୀବନ ଧାରଣାକୁ ପ୍ରଭାବିତ କରୁଛି । ତେଣୁ ଅଦାନୀ ଆଉ ଅମ୍ବାନୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର କଣ ସମ୍ପର୍କ ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଏନେଇ କଂଗ୍ରେସ ନେତା କହିଛନ୍ତି, "ଭାରତବର୍ଷର ଗଣତନ୍ତ୍ର ମାତ୍ର ୯ ବର୍ଷ ଭିତରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରା ସବୁକିଛି ଆଜି ନିମ୍ନାଭିମୁଖି ହୋଇଛି । କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର କରିବାରେ ଲାଗିଛନ୍ତି । ଏପରିକି ଭାରତବର୍ଷର ସମସ୍ତ ନିରପେକ୍ଷ ଅନୁଷ୍ଠାନ ଯଥା ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ କେବଳ ବିରୋଧିମାନଙ୍କୁ ହଇରାଣ ହରକତ କରିବା ଓ ସେମାନଙ୍କୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଉଛି । ଏହାଦ୍ବାରା ଗଣତନ୍ତ୍ରର ମୂଳଉତ୍ସ ବିରୋଧିର ସ୍ବରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଉଛି । ଯାହା ହାତରେ ଗଣତନ୍ତ୍ରର ସୁରକ୍ଷାର ଦାୟିତ୍ବ ରହିଛି, ଆଜି ସେ ବିଜେପି କବଳରେ ଆଉ କେନ୍ଦ୍ର ବିଜେପି ସରକାର ଏହାକୁ ଅତ୍ୟନ୍ତ ଦୁର୍ବଳ କରିବା ସହ ସରକାରୀ ଦଳର ସ୍ବର ସହିତ ସ୍ବର ମିଶାଇବା ପାଇଁ ବାଧ୍ୟ କରାଯାଉଛି । ଏହାଦ୍ବାରା ଆସନ୍ତା ଦିନର ଭାରତବର୍ଷର ରୂପରେଖ କିଭଳି ହେବ ଏବଂ ତାହା ନିର୍ଦ୍ଦିଷ୍ଟ ଏକ ଚିନ୍ତାଧାରାର ଏଜେଣ୍ଡାକୁ ଆଗେଇ ନେବାପାଇଁ କେନ୍ଦ୍ର ବିଜେପି ସରକାର ଅହରହ ଉଦ୍ୟମ କରୁଛନ୍ତି । ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କର ଏହି ମନ୍ଦ ଉଦ୍ଦେଶ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଆସୁଛନ୍ତି । ତେଣୁ ବିଜେପି ସରକାର ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ କରିଦେଇଛନ୍ତି । ଏକ ନିର୍ବାଚନୀ ସଭାର ଭାଷଣକୁ ନେଇ ତାଙ୍କର ସଭ୍ୟପଦ ରଦ୍ଦ କରିବା ସହିତ ତତ୍‌କ୍ଷଣାତ ତାଙ୍କୁ ତାଙ୍କ ଘରଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କଂଗ୍ରେସ ଦଳ ଏଥିରେ ଭୟଭିତ ନୁହେଁ ।"

ଏହି ସମସ୍ତ ଘଟଣାକୁ ନେଇ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ଭାବେ ଅଂଶଗ୍ରହଣ କରିଥିଲେ । ସେହିପରି ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସହ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ସୁଜିତ ପ୍ରଧାନ ଏବଂ କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.