ETV Bharat / state

ମା'ମାନଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର: କଂଗ୍ରେସ

author img

By ETV Bharat Odisha Team

Published : Oct 13, 2023, 6:44 AM IST

ରାଜ୍ୟ ସରକାରଙ୍କ 'ସ୍କୁଟର ଯୋଜନା'କୁ ନେଇ ସମାଲୋଚନା କରିଛି କଂଗ୍ରେସ । ଅନେକ ସମସ୍ୟା ଥିବାବେଳେ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି କେବଳ ସ୍କୁଟି ବଣ୍ଟନ କଲେ ବୋଲି ଦଳ ପକ୍ଷରୁ ପ୍ରେସମିଟରେ କୁହାଯାଇଛି । ଅଧିକ ପଢ଼ନ୍ତୁ

congress slams state govt
ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା

ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ମହିଳା କଂଗ୍ରେସର ଟାର୍ଗେଟ । ବିଜେଡି ସରକାରଙ୍କ 'ସଶକ୍ତ ମହିଳା ସଶକ୍ତ ଓଡ଼ିଶା' ନାରାକୁ 'ପ୍ରତାରିତ ମହିଳା ଦିଶାହୀନ ଓଡ଼ିଶା' ବୋଲି କହିଲା କଂଗ୍ରେସ । ବୁଧବାର ମିଶନ ଶକ୍ତି ଅଧୀନରେ 'ସ୍କୁଟର ଯୋଜନା' ଶୁଭାରମ୍ଭ ହୋଇଥିବାବେଳେ ସ୍କୁଟି ବାଣ୍ଟିବାକୁ ନେଇ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । "ପ୍ରଥମ ପର୍ଯ୍ୟାୟରେ 18 ହଜାର ଦେଲେ ମୋଟ 2 ଲକ୍ଷ ସ୍କୁଟି ଦିଆଯିବ । ହେଲେ ଯେଉଁ 70 ଲକ୍ଷ ମହିଳାଙ୍କ ସଶକ୍ତିକରଣ କଥା କୁହାଯାଉଥିବାବେଳେ ବାସ୍ତବରେ ମାତ୍ର 6 ଲକ୍ଷ ମହିଳା ଆର୍ଥିକ ଆୟ କରି ପାରୁଛନ୍ତି । ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ । ସେମାନେ 3 ହଜାର ଟଙ୍କା ଦରମା ପାଉଛନ୍ତି ବୋଲି କହୁଛନ୍ତି । 3ହଜାର ଟଙ୍କା ଦରମାରେ କେମିତି ଋଣ ଶୁଝିବେ ?" ଏଭଳି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର ।

ନିର୍ଦ୍ଦିଷ୍ଟ କମ୍ପାନୀର ସ୍କୁଟି କାହିଁକି ଦିଆଗଲା ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲା କଂଗ୍ରେସ। ଲୋୟର ପିଏମଜିରେ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀ ଦରମା ବଢିବା ନେଇ ଆନ୍ଦୋଳନ କରୁଛନ୍ତି, ହେଲେ ସରକାର ନିର୍ବାଚନକୁ ଆଖି ଆଗରେ ରଖି କେବଳ ସ୍କୁଟି ବଣ୍ଟନ କଲେ । ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ବି ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛି କଂଗ୍ରେସ ।

"ପୌରାଞ୍ଚଳଗୁଡ଼ିକରେ 'ମୁକ୍ତା ଯୋଜନା'ରେ SHG ନାଁରେ କାର୍ଯ୍ୟାଦେଶ ଦିଆଯାଇ ବି କାମ କରି ପାରୁନାହାନ୍ତି । ରାଜ୍ୟ ସରକାର ମହିଳାମାନଙ୍କ ବିକାଶ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ୭୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ମହିଳା ସଦସ୍ୟା ଛତୁଆ, ପାମ୍ପଡ଼, ବଡ଼ି, ଆଚାର, ସିଲେଇ, ଗୃହ ଉପକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ସହଭାଗୀ ହୋଇଛନ୍ତି । ଆଉ ଅନ୍ୟ ୬୪ଲକ୍ଷ ମା’ମାନଙ୍କ ସ୍ଥିତି କ’ଣ ଏବଂ କେଉଁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ତାହା ମହିଳା ସଶକ୍ତିକରଣର ମନ୍ତ୍ରୀ ଏବଂ ମିଶନଶକ୍ତିର ନିର୍ଦ୍ଦେଶିକା ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାର ତଥ୍ୟ ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତୁ" ବୋଲି ଦାବି କରିଛି କଂଗ୍ରେସ ।

କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, "ସାଧାରଣତଃ ପାର୍ବଣ ଋତୁରେ ଯଦି ଘରକୁ ଫ୍ରିଜ, ୱାସିଂ ମେସିନ, ମୋଟର ସାଇକେଲ ଆଦି କିଣାଯାଏ ତେବେ ଜିରୋ ଡାଉନପେମେଣ୍ଟରେ ଏବଂ ଜିରୋ ସୁଦ୍ଧରେ ସାଧାରଣ ଲୋକଙ୍କୁ ମିଳିବା ସମ୍ଭବ ହେଉଛି । ରାଜ୍ୟ ବିଜେଡ଼ି ସରକାର ଗତକାଲି ଯେଉଁ ୧୫ ହଜାର ବିଏଲଏଫ ଓ ଡିଏଲଏଫକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ସେଥିରେ ସରକାରଙ୍କର ବାହାଦୁରୀ କ'ଣ ? ବିଭିନ୍ନ ସୂତ୍ରରୁ ମିଳିଥିବା ଆଧାରରୁ ଜଣାପଡ଼ୁଛି ବିଏଲଏଫ ଓ ଡିଏଲଏଫଙ୍କ ଦରମା ମାତ୍ର ୩ ହଜାର ଟଙ୍କା ସେଥିରୁ ୨୦୦୦ ଟଙ୍କା ଯଦି କିସ୍ତି ସୁଝିବାକୁ ପଡ଼େ ଆଉ ବାକି ୧୦୦୦ ଟଙ୍କାରେ ସ୍କୁଟିରେ ତେଲ ପକାଇ ବୁଲନ୍ତି ତେବେ ଘର ଚଳିବା ପାଇଁ କେତେ ଟଙ୍କା ବଳିବ ତାହା ସରକାର ସ୍ପଷ୍ଟ କରନ୍ତୁ ।"

ଏହା ବି ପଢନ୍ତୁ...Mission Shakti Scooter Scheme: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ମିଶନ ଶକ୍ତିର ୧୫୦୦ ମହିଳାଙ୍କୁ ମିଳିଲା ସ୍କୁଟର

"କଲେଜଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ୫୦ ଭାଗରୁ ଅଧିକ ଶିକ୍ଷକ ନାହାନ୍ତି । ଆଜିବି ମହିଳା ପ୍ରସବ ପାଇଁ ଖଟିଆରେ ବୁହାହୋଇ ଡାକ୍ତରଖାନାକୁ ଆସୁଛନ୍ତି । ପ୍ରତିଦିନ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ନାବାଳିକାଙ୍କ ଚାଲାଣ ସବୁଠାରୁ ଅଧିକ । ତଥାପି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା । କେବଳ ପ୍ରଲୋଭିତ କରି ଭୋଟ ପାଇଁ କେବଳ ସ୍ୱୟଂସହାୟିକ ମହିଳାମାନଙ୍କ ପାଇଁ ମିଛ ଯୋଜନା ସବୁ କରାଯାଉଛି । ଏହାଦ୍ୱାରା ରାଜ୍ୟରେ ମା’ ମାନଙ୍କର ପ୍ରକୃତ ବିକାଶ ହେବ ନାହିଁ । ମା’କୁ ଯଦି ସମ୍ମାନ ଦେବାକୁ ଚାହୁଁଛନ୍ତି, ତାଙ୍କୁ ଆତ୍ମ ନିର୍ଭରଶୀଳ କରନ୍ତୁ, ଡାକ୍ତରଖାନାରେ ଥିବା ଖାଲିଥିବା ପଦବୀ ପୂରଣ କରନ୍ତୁ, ତାହା ନକରି ମା'ମାନଙ୍କ କାନ୍ଧରେ ବନ୍ଧୁକ ଥୋଇ ରାଜ୍ୟ ସରକାର ଯେଉଁ ଶସ୍ତା ରାଜନୀତି କରୁଛନ୍ତି ତାହା କେବେ ଫଳପ୍ରଦ ହେବ ନାହିଁ " ବୋଲି କହି ବର୍ଷିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.