ETV Bharat / state

Journalist Attack: 'ରାଜ୍ୟରେ ମହିଳା ଅସୁରକ୍ଷିତ' କହି ବର୍ଷିଲା କଂଗ୍ରେସ - congress slams state govt

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ । ଅଧିକ ପଢନ୍ତୁ

congress slams state govt
ସୁରକ୍ଷା ପ୍ରସଙ୍ଗ ନେଇ ବର୍ଷିଲା କଂଗ୍ରେସ
author img

By ETV Bharat Odisha Team

Published : Nov 4, 2023, 10:14 PM IST

ସୁରକ୍ଷା ପ୍ରସଙ୍ଗ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, "ନବୀନ ସରକାରଙ୍କ ମା’କୁ ସମ୍ମାନ ଆହ୍ୱାନ ପ୍ରତାରଣାପୂର୍ଣ୍ଣ ହୋଇଛି । ମହିଳା ସଶକ୍ତିକରଣ ନାମରେ ଯେଉଁ ଡିଣ୍ଡିମ ପିଟାଯାଉଛି କାର୍ଯ୍ୟ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସାଧାରଣରେ ଏବଂ ସମସ୍ତ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଯେଭଳି ଭାବରେ ଚାପୁଡ଼ା ମାରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟପକ୍ଷରେ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ଯେଭଳି ଭାବରେ ଅପମାନିତ କରିଛନ୍ତି ସେଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବା ଆବଶ୍ୟକ । ଯଦି ବା ପୋଲିସ ପକ୍ଷରୁ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି ତାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହାକୁ ଦେଖିବା ପାଇଁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।"

ଏହା ବି ପଢନ୍ତୁ...Journalist Attacked: ସଞ୍ଜୟ ନାୟକଙ୍କ ଗିରଫ ଦାବି କଲା ବିଜେପି

"ନବୀନ ଶାସନରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଅସୁରକ୍ଷିତ । ୟୁନିର୍ଭସିଟି, କଲେଜ, କୌଣସି ସରକାରୀ ବେସରକାରୀ ଦପ୍ତର ହେଉ ସବୁ କ୍ଷେତ୍ରରେ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । କାରଣ ଦୋଷୀଙ୍କ ଉପରେ ନବୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏଣୁ ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ," ବୋଲି କହିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି । ସେପଟେ "ଯଦି ଜଣେ ମହିଳା ସାମ୍ବାଦିକ ତାଙ୍କର କାର୍ଯ୍ୟକ୍ଷେତ୍ରରେ ଏଭଳି ଅସୁରକ୍ଷିତ ତେବେ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ମହିଳା ମାନେ କେଉଁ ପରିସ୍ଥିତିରେ ଥିବେ ତାହା ଏଥିରୁ ଅନୁମେୟ," ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର ପ୍ରକାଶ କରିଥିଲେ ଏବଂ ବିଶେଷକରି ମହିଳା ସାମ୍ବାଦିକ ମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.