ETV Bharat / state

ଖଣି ଦୁର୍ନୀତି ରାଜନୀତି, ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

author img

By ETV Bharat Odisha Team

Published : Jan 10, 2024, 10:28 PM IST

Politics Over Corruption in Mining: ଶାସକ ଦଳ ବିରୋଧରେ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛି ବିଜେପି । ସେପଟେ ଶାସକ ବିଜେଡି ସହ ବିଜେପି ମିଶିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ

corruption in mining
ଖଣି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ବର: ତେଜିଲା ଖଣି ଦୁର୍ନୀତି ରାଜନୀତି । ଶାସକ ଦଳ ବିରୋଧରେ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଆଉ ଏହାକୁ କାଉଣ୍ଟର କରି ବିଜେଡି କହିଛି, "ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ସେପଟେ କଂଗ୍ରେସ ଚିରାଚରିତ ଢଙ୍ଗରେ କହିଛି, "ଉଭୟଙ୍କ ଭିତରେ ରହିଛି ସମ୍ପର୍କ, କୌଣସି ଫଳ ମିଳିବ ନାହିଁ ।" ଏହିପରିଭାବେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱରକୁ ଶାଣିତ କରୁଛନ୍ତି ବିରୋଧୀ । ବିଜେପି ଏବଂ କଂଗ୍ରେସ ପୁଣି ଉଠାଇଛନ୍ତି ଖଣି ଦୁର୍ନୀତି ପ୍ରସଙ୍ଗ ।

"ରାଜ୍ୟ ସରକାର ବ୍ୟାପକ ଭାବେ ଖଣି ଦୁର୍ନୀତି କରିଛନ୍ତି । ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ" ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ ଆଣିଛି। ସେପଟେ ଶାସକ ଦଳ କହିଛି ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ସେ ଖାଲି ଅଭିଯୋଗ କରନ୍ତି । ତାଙ୍କ କାମ କହିବା।"

ଅନ୍ୟପଟେ ଏହି ପ୍ରସଙ୍ଗରେ ମତ ରଖିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ବିଜେପି ସିବିଆଇ ତଦନ୍ତ ଦାବି କରିବା ବୃଥା । କାରଣ ଓଡି଼ଶା ବିଧାନସଭାର ପବ୍ଲିକ ଆକାଉଣ୍ଟ କମିଟି ରହିଛି ଏବଂ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ବିଜେପି ଦଳର ନେତା ଅଛନ୍ତି । ସିଏ ଚାହିଁଲେ ଅଭିଯୋଗର ପରୀକ୍ଷା ନିରୀକ୍ଷା କରି ଏହାର ରିପୋର୍ଟ ବିଧାନସଭାକୁ ଦେଇପାରିବେ । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ନେତା ଅଭିଯୋଗ ମଧ୍ୟ କରିସାରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହାର ଫଳ ରାଜ୍ୟକୁ କ'ଣ ମିଳିଛି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି 9 ଲକ୍ଷ କୋଟିର ଖଣି ଦୁର୍ନୀତି: ଜୟନାରାୟଣ ମିଶ୍ର

ସେ ଆହୁରି ମଧ୍ୟ କହିଛନ୍ତି, "କେବଳ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇ ଖଣି ବ୍ୟବସାୟୀଙ୍କ ଉପରେ ଚାପ ପକାଇ ବିଜେପି କିଛି ଫାଇଦା ପାଇବା ଆଶାରେ ଥାଇପାରେ । ଖଣି ଦୁର୍ନୀତି ରାଜ୍ୟକୁ କବଳିତ କରି ରଖିଛି । ଜଷ୍ଟିସ ଏମ ବି ଶାହ କମିଶନକୁ ତଦନ୍ତ କରିବାକୁ ଦାୟିତ୍ୱ ଦେଇଥିଲେ କେନ୍ଦ୍ର ଉପା ସରକାର । ଏହି କମିଶନ 2003- 2010 ମଧ୍ୟରେ ଖଣି ଦୁର୍ନୀତିକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ । 70ଟି ବଡ଼ ବଡ଼ କମ୍ପାନୀ ସେତେବେଳେ ଖଣି ଦୁର୍ନୀତିରେ ଜଡିତ ଥିଲେ । ତାହା ମଧ୍ୟ ସେ ରିପୋର୍ଟରେ ଉଲ୍ଲେଖ କରିଥିଲେ। ସେତେବେଳେ ବି ସିବିଆଇ ତଦନ୍ତ ପାଇଁ କୁହାଯାଇଥିଲା । ଏହି ଦୁର୍ନୀତି ସମୟରେ ରାଜ୍ୟରେ ଉଭୟ ବିଜେଡି ଏବଂ ବିଜେପି ସରକାର ଥିଲା । ରାଜ୍ୟ ସରକାର ତାଙ୍କ ଆଡୁ କେବେବି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିନାହାନ୍ତି । ଏହାର ଅର୍ଥ କ'ଣ ଓଡିଶାବାସୀ ଜାଣିପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.