ETV Bharat / state

ଏକକ ନିର୍ବାଚନ ଚର୍ଚ୍ଚା: କଂଗ୍ରେସ କହିଲା ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ଘୁଞ୍ଚାଇବାକୁ ଷଡ଼ଯନ୍ତ୍ର

author img

By ETV Bharat Odisha Team

Published : Sep 12, 2023, 9:42 PM IST

ଏକକ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ ଅଧିକାରୀ । ତେବେ ଚଳିତବର୍ଷ ହେବାକୁଥିବା ୫ ରାଜ୍ୟର ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ଯିବା ସ୍ପଷ୍ଟ ହେବାପରେ କେନ୍ଦ୍ର ସରକାର ଭୟରେ ଏହାକୁ ଘୁଞ୍ଚାଇ ଦେବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଏକକ ନିର୍ବାଚନ ୫ ରାଜ୍ୟର ନିର୍ବାଚନ ଘୁଞ୍ଚାଇଦେବାକୁ ଷଡ଼ଯନ୍ତ୍ର

ଭୁବନେଶ୍ବର: ଆସନ୍ତାକାଲି (ବୁଧବାର) ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ ଅଧିକାରୀ । ଓଡ଼ିଶାର ଜିଲ୍ଲାପାଳମାନଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ କେନ୍ଦ୍ର ସରକାର ଦେଶରେ ଏକକ ନିର୍ବାଚନ କରିବା ଲକ୍ଷ୍ୟରେ ରହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏକକ ନିର୍ବାଚନ କରାଇବା ଭାରତବର୍ଷରେ କେତେ ସମ୍ଭବ ? ସଂଘୀୟ ବ୍ୟବସ୍ଥାରେ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହେବା କଥା । ହେଲେ ଯଦି ଦୁଇ ବର୍ଷ ଭିତରେ କୌଣସି ରାଜ୍ୟରେ କୌଣସି କାରଣରୁ ସରକାର ଭାଙ୍ଗିଯାଏ, ତାହେଲେ ସେଠି କଣ ଅବଶିଷ୍ଟ ୩ ବର୍ଷ ରାଷ୍ଟ୍ରପତି ଶାସନ ଚାଲିବ ? କଂଗ୍ରେସ ଅଭିଯୋଗ ଅନୁସାରେ ଆସନ୍ତା ଡିସେମ୍ବରରେ ୫ ରାଜ୍ୟରେ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ଯିବ ବୋଲି ଆକଳନ ହେବାପରେ କେନ୍ଦ୍ର ସରକାର ଭୟଭୀତ ହୋଇଯାଇଛନ୍ତି । ତେଣୁ ଏ ନିର୍ବାଚନକୁ ଘୁଞ୍ଚାଇ ଦେବାକୁ ପ୍ଲାନ କରୁଛନ୍ତି । ସେପଟେ ସଂଘୀୟ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ହେଲେ ଯଥେଷ୍ଟ ସମୟ ଦରକାର । ସାରା ଦେଶର ମତ ନେବାକୁ ପଡିବ । ଏଆଇସିସିର କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ହୋଇନାହିଁ । ୨୦୨୪ରେ ସାଧାରଣ ନିର୍ବାଚନ ହେବ । ଏକକ ନିର୍ବାଚନ ଏକ ଲମ୍ବା ପ୍ରକ୍ରିୟା । ଏବେ ଯଦି ଏ କଥା ଚିନ୍ତା କରାଯିବ, ତାହେଲେ ତାହା ସମ୍ଭବ ହେବନାହିଁ । ସଂସଦରେ ଦୁଇ ତୃତୀୟାଂଶ ସମର୍ଥନ ଦରକାର । ରାଜ୍ୟ ଗୁଡ଼ିକର ସହମତି ଆବଶ୍ୟକ । ଏତେ ଶୀଘ୍ର ଏସବୁ ସମ୍ଭବ ହେବନି ।" ସେହିଭଳି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ମୋଦି ସରକାର ଏକଛତ୍ରବାଦ ଶାସନ କରୁଛନ୍ତି । ଗଣତନ୍ତ୍ରକୁ ଧ୍ବଂସ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଏବେ ଯେଉଁଠି ଉପନିର୍ବାଚନ ହେଉଛି ସେଠାରେ ବିଜେପି ହାରୁଛି । ବର୍ତ୍ତମାନ ୫ ରାଜ୍ୟର ନିର୍ବାଚନ ପାଇଁ ନିଷ୍ପତ୍ତି ଥିବାବେଳେ ତାକୁ ଘୁଞ୍ଚାଇବା ପାଇଁ ଏକକ ନିର୍ବାଚନ ବାହାନା କେନ୍ଦ୍ର ସରକାରଙ୍କ ପ୍ରୟାସ । ସାଧାରଣ ଜନତା ଏ କଥାକୁ ଗ୍ରହଣ କରିବେ ନାହିଁ ।" ତେବେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ହେଲେ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Early Elections Speculations: ପୁଣି ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା; ସେପ୍ଟେମ୍ବର 13ରେ ଓଡ଼ିଶା ଆସିବେ ECI ଟିମ୍

ସେପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଭାରତବର୍ଷ ଭଳି ସଂଘୀୟ ବ୍ୟବସ୍ଥାରେ ଗୋଟିଏ ଦେଶ ଗୋଟିଏ ଭୋଟ ସମ୍ଭବପର ନୁହେଁ । ଏଥିପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି । ତାପରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ଭୋଟ ଦରକାର । ଲୋକସଭାରେ କେନ୍ଦ୍ର ସରକାରଙ୍କୁ ମିଳିଯିବ, କିନ୍ତୁ ରାଜ୍ୟସଭାରେ ମିଳିବନାହିଁ । ଭାରତବର୍ଷର ଅର୍ଦ୍ଧାଧିକ ରାଜ୍ୟର ଅନୁମୋଦନ ଆବଶ୍ୟକ । ୫ ରାଜ୍ୟର ନିର୍ବାଚନକୁ ଘୁଞ୍ଚାଇ ଦେବାକୁ ଏଭଳି ପ୍ରାୟୋଜନ କରାଯାଉଛି, କିନ୍ତୁ ତାହା ସମ୍ଭବ ହେବନାହିଁ । ଆମ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୫ ବର୍ଷ ଭିତରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ ଏବଂ ନିର୍ବାଚନ କମିଶନ ତା ଭିତରେ ନିର୍ବାଚନ କରିବେ । ନଚେତ ନିର୍ବାଚନ ଆୟୁକ୍ତ ତାଙ୍କ କର୍ତ୍ତବ୍ୟରେ ଅବହେଳା କଲେ ବୋଲି ଭାବିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.