ETV Bharat / state

ନବ ଦାସ ହତ୍ୟାକାଣ୍ଡ: ସରକାରଙ୍କ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ ହେଉଛି କହିଲେ ଜୟଦେବ - କଂଗ୍ରେସ ନେତା ଜୟଦେବ ଜେନା

ନବ ଦାସ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ଅଭିଯୋଗ ଆଣିଲେ ଜୟଦେବ । ସେପଟେ ମୁଖ୍ୟ ଅଭିଯୁକ୍ତ କେବେ ଧରାପଡିବ ନାହିଁ ବୋଲି କହିଛନ୍ତି ସୁର । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା

author img

By

Published : Feb 10, 2023, 10:40 PM IST

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ନେଇ ବାରମ୍ବାର ଶାସକ ବିଜେଡିକୁ ଟାର୍ଗେଟ କରୁଛନ୍ତି ବିରୋଧି । ମନ୍ତ୍ରୀଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ଓ ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ ନେଇ ପ୍ରତିଦିନ ମୁହାଁମୁହିଁ ହେଉଛନ୍ତି ବିରୋଧି ଓ ଶାସକ ଦଳ । ବିଜେପି ବାରମ୍ବାର ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏହାର ଏସ୍‌ଆଇଟି ତଦନ୍ତ ଦାବି କରୁଛି କଂଗ୍ରେସ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ସସ୍‌ପେନ୍ସ ଲାଗି ରହିଛି । ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଏବଂ ନର୍କୋ ଟେଷ୍ଟ ଗୁଜରାଟର ଗାନ୍ଧିନଗର ଠାରେ ସରିଛି । ଗୋପାଳ ଦାସ ନିଜେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ବୀକାର କରିଥିଲେ ମଧ୍ୟ, ସେ କାହିଁକି ହତ୍ୟାକଲା ତାର କାରଣ ଖୋଜି ପାଉନାହିଁ କ୍ରାଇମବ୍ରାଞ୍ଚ । ତେବେ ନବ ଦାସ ମର୍ଡର ମିଷ୍ଟ୍ରି ସେମିତି ରହିଯିବ ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ନବ ଦାସ ହତ୍ୟା ଘଟଣା ଓ ତଦନ୍ତରେ ଶିଥିଳତା ନେଇ ଜୟଦେବ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯିବାର ମୁଖ୍ୟ ଉଦାହରଣ ହେଉଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା । ପୋଲିସ ଗୁଳିରେ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ଓଡିଶା ରାଜ୍ୟ ଇତିହାସରେ ପ୍ରଥମ । ଅଭିଯୁକ୍ତକୁ ଗୁଜୁରାଟ ନେଇ ନାର୍କୋ ଟେଷ୍ଟ କରାଯାଇଛି । କିନ୍ତୁ ସେହି ଟେଷ୍ଟର ତଥ୍ୟ କୋଟରେ ଉପସ୍ଥାପନା ଆଇନ ସମ୍ମତ ନୁହେଁ । ତେଣୁ ଏହି ଘଟଣାରେ ଗୋପାଳ ଦାସଙ୍କୁ ଖସେଇ ଦିଆଯିବାକୁ ଯୋଜନା ହେବା ସହ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଦୋଷ ତୁଟାଇ ଦେବାକୁ ପ୍ରୟାସ କରାଯାଉଛି ।" ତେବେ ରାଜ୍ୟରେ ଉଭୟ ବିଜେଡି ସରକାର ଏବଂ ବିଜେପି ଦଳ ଆଉ ତିଷ୍ଠି ପାରିବ ନାହିଁ । ବିକଳ୍ପ ଭାବରେ ରାଜ୍ୟବାସୀ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗରୁ ଅନେକ ସମ୍ବାଦନଶୀଳ ଘଟଣାରେ ଅଭିଯୁକ୍ତ ଧରା ପଡ଼ିନଥିବା ଉଦାହରଣ ରହିଛି ବୋଲି ସେ କହିଛନ୍ତି । ସୁର କହିଛନ୍ତି, "ଓଡ଼ିଶାରେ କ୍ରାଇମ କେସ ପାଣିର ଗାର । ଆଗରୁ ଆମେ ଦେଖିଛୁ, ମୁଖ୍ୟ ଅଭିଯୁକ୍ତ କେବେ ଧରାପଡିବ ନାହିଁ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ଯିଏ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ହେଉ । ଉଭୟ ଦଳ ପାଖରେ ଯାହା ତଥ୍ୟ ରହିଛି ସେମାନେ ସ୍ପଷ୍ଟ କରନ୍ତୁ ।" ଏହାସହ ତଦନ୍ତକାରୀ ଅଧିକାରୀ ଏହି ଉଭୟ ଦଳର ନେତାଙ୍କ ପାଖରୁ ତଥ୍ୟ ଆଦାୟ କରି ଦୋଷୀକୁ ଧରନ୍ତୁ ବୋଲି ଦାବି କରିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.