ETV Bharat / state

ସୀମା ଭିତରେ ରୁହନ୍ତୁ ସରକାରୀ ଅଧିକାରୀ କହିଲେ ଶରତ, 5ଟି ସଚିବଙ୍କ ସଭାରେ ପିଙ୍କ୍ ସାର୍ଟରେ କିଏ ଥିଲେ ପଚାରିଲେ ପଞ୍ଚାନନ

author img

By ETV Bharat Odisha Team

Published : Aug 26, 2023, 6:49 PM IST

ଆଗାମୀ ଦିନରେ ୫T ସଚିବ ଯେଉଁ ଯେଉଁ ଜିଲ୍ଲାକୁ ଗସ୍ତ କରିବେ ସବୁଠି ଅଣ୍ଡାମାଡ଼ ଆଉ କାଳିମାଡ଼ ହେବ ବୋଲି ଚେତାବନୀ ଦେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢ଼ନ୍ତୁ

congress targets bjd
ବିଜେଡି ଉପରେ ବର୍ଷିଲା କଂଗ୍ରେସ
ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ଗଞ୍ଜାମରେ ଦେଖାଦେଇଥିବା ରାଜନୀତି ହାଇଡ୍ରାମାକୁ ନେଇ ବର୍ଷିଲା କଂଗ୍ରେସ । ଲୋକ ପ୍ରତିନିଧିଙ୍କୁ ଅପମାନିତ କରି ତାଙ୍କ ବିରୋଧରେ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ହେଲା, ତାଙ୍କ ଗାଡ଼ି ଉପରେ ଚଢ଼ି କିଛି ଲୋକ ଗଣ୍ଡଗୋଳ କଲେ, ହେଲେ ଏହି ଘଟଣାରେ ପୋଲିସ କାହାକୁ କାହିଁକି ଗିରଫ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

୫T ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଦେଖା ଦେଇଥିବା ହାଇଡ୍ରାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ୫T ସଚିବ ଜଣେ ସରକାରୀ ଅଧିକାରୀ ହୋଇ ନିଜ ପଦବୀର ଦୁରୁପଯୋଗ କରୁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଓଡ଼ିଶାରେ ଜଙ୍ଗଲ ଶାସନ ଚାଲିଛି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ କାହିଁକି ଯାଇପାରୁନାହାନ୍ତି ବୋଲି ଜବାବ ଠିକ ଭାବରେ ରଖି ପାରୁନାହାନ୍ତି । ଜଣେ ବିଧାୟକଙ୍କୁ ଅପମାନିତ କରିଲା ଭଳି ଭାଷଣ ଦେବା ଗଣତନ୍ତ୍ରର ଅପମାନ । ସଚିବ ତାଙ୍କ ସୀମାରେଖାରେ ରହିବା ଦରକାର । କଂଗ୍ରେସ ଅଣ୍ଡାମାଡ଼ କଲେ ୩୦୭ ଦଫା ଲଗାଯାଉଛି । କିନ୍ତୁ ଗଞ୍ଜାମ ବିଧାୟକଙ୍କୁ ଆଣ୍ଡାମାଡ଼ରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ଏହା କି ପ୍ରକାର ଶାସନ? ତେଣୁ ଅଣ୍ଡାମାଡ଼ରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । କଂଗ୍ରେସ କର୍ମୀମାନଙ୍କ ବିରୋଧରେ ଯେଉଁଭଳି ଭାବରେ ଦଫା ଲଗା ଯାଇଛି ସେମାନଙ୍କ ବିରୋଧରେ ମଧ୍ୟ ସେହିଭଳି ଦଫା ଲଗାଯାଉ ।" ଦାବି ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ମଧ୍ୟ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା । ଆବଶ୍ୟକ ପଡିଲେ ପାଣ୍ଡିଆନଙ୍କ ଗସ୍ତ ବେଳେ ଅଣ୍ଡାମାଡ଼ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ‘ବିଜେଡି ନେତାଏ କ୍ରୀତଦାସ ଭଳି ରୁହନ୍ତୁ ନ ହେଲେ ଜେଲରେ ରୁହନ୍ତୁ’... କାହିଁକି ଏଭଳି କହିଲେ ବିଜୟ ?

ପିସିସି ସଭାପତି ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ନାରୀଙ୍କ ଉପରେ ନିର୍ଯାତନା ବଢିଚାଲିଛି । ପ୍ରତିଦିନ ୭ ଜଣ ନାରୀ ନିର୍ଯାତିତ ହେଉଛନ୍ତି । ମାହାଙ୍ଗାରେ ଜଣେ ଯୁବତୀଙ୍କୁ ହତ୍ୟା କରି କିଏ ଜାଣିବା ପୂର୍ବରୁ ପୋଡି ଦିଆଯାଇଛି । ସେହିଭଳି ଅନୁଗୋଳରେ ନିର୍ଯାତନା ସହ୍ୟ ନ କରିପାରି ଜଣେ ହୋମଗାର୍ଡ ଆତ୍ମହତ୍ୟା କରିବାକୁ ପଛେଇ ନାହାନ୍ତି । ଏହି ଘଟଣାରୁ ଅନୁମାନ କରିହେବ ଯେ, ନାରୀ ନିର୍ଯାତନା ଓଡ଼ିଶାରେ କେତେ ସଙ୍ଗୀନ । ମୁଖ୍ୟମନ୍ତ୍ରୀ କାହିଁକି ପଦକ୍ଷପ ନେଉନାହାନ୍ତି? ନିଜେ ଗୃହ ବିଭାଗର ଦାୟିତ୍ବରେ ଥାଇ ବି ଦାୟିତ୍ୱ ତୁଲାଇ ପାରୁନାହାନ୍ତି । ଯଦି ପାରିବେ ନାହିଁ ତେବେ ପଦ ଛାଡି ଦିଅନ୍ତୁ ବୋଲି କହିଛି କଂଗ୍ରେସ ।

ସେପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି ଗତକାଲି 5ଟି ସଚିବ ଙ୍କ ସଭାରେ ପିଙ୍କ୍ ସାର୍ଟ ଧାରି ଯେଉଁ ବ୍ୟକ୍ତିମାନେ 5ଟି ସଚିବଙ୍କ ସୁରକ୍ଷାରେ ଥିଲେ ସେ କିଏ ? ଏହାସହିତ ଆଗାମୀ ଦିନରେ ୫T ସଚିବ ଯେଉଁ ଯେଉଁ ଜିଲ୍ଲାକୁ ଗସ୍ତ କରିବେ ସବୁଠି ଅଣ୍ଡାମାଡ଼ ଆଉ କାଳିମାଡ଼ ହେବ ବୋଲି ଚେତାବନୀ ଦେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.