ETV Bharat / state

Dhamnagar Bypoll: ଧାମନଗର ନେଇ ପ୍ରମିଳାଙ୍କ ଭବିଷ୍ୟବାଣୀ, ଉତ୍ତର ରଖିଲା କଂଗ୍ରେସ

author img

By

Published : Oct 20, 2022, 10:45 PM IST

ଧାମନଗର ଉପନିର୍ବାଚନ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଥିଲେ ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କ ଏହି ବୟାନକୁ ନେଇ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

congress reaction on Pramila Mallick prediction over Dhamnagar Bypoll
Dhamnagar Bypoll: ଧାମନଗର ନେଇ ପ୍ରମିଳାଙ୍କ ଭବିଷ୍ୟବାଣୀ, ଉତ୍ତର ରଖିଲା କଂଗ୍ରେସ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ହାତରେ ଆଉ ଦିନ କେଇଟା ଦିନ ବାକି । ଏହି ଉପନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଥିଲେ ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଧାମନଗରରେ ବିଜେଡି ୨୫ରୁ ୩୦ ହଜାର ଭୋଟରେ ବିଜୟୀ ହେବା କଥା କହିଥିଲେ । ପ୍ରମିଳାଙ୍କ ଏହି ବୟାନକୁ ନେଇ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

ଦେବାଶିଷ ପଟ୍ଟନାୟକ କହିଛନ୍ତି, "ପ୍ରମିଳା ମଲ୍ଲିକ ରାଜ୍ୟର ଉପନିର୍ବାଚନ ଇତିହାସ କଥା ଜାଣିନାହାନ୍ତି । ବିଜେଡି ସରକାର ବେଳେ ଲକ୍ଷ୍ମୀପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆହୁରି ଦୁଇଟି ସ୍ଥାନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଣୁ ସେ ଇତିହାସ ପୁଣି ଥରେ ଅବଲୋକନ କରିବା ଆବଶ୍ୟକ । ଏହାରି ମଧ୍ୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେବେ ଜ୍ୟୋତିର୍ବିଦ ହେଲେ ତାହା ମୁଁ ଜାଣିନି । ନବୀନ ବାବୁଙ୍କ କୋଟେରୀ କୁ ଖୁସି କରିବା ପାଇଁ ଏଭଳି କହିପରିଥାନ୍ତି ପ୍ରମିଳା । ହୁଏତ ବିଜେଡି ଭୋଟ ବାକ୍ସ ବଦଳାଇବ । ଭୋଟ ଟାମ୍ପରିଂ କରିବ, ଏଣୁ ସେମାନେ ଭବଷ୍ୟବାଣୀ କରୁଛନ୍ତି । ବିଜେଡିରେ ପ୍ରଥମ ଥର ପାଇଁ ବିଦ୍ରୋହ ଆରମ୍ଭ ହେଲା । ଏହା ବିଜେଡିର ଅନ୍ତର ଆରମ୍ଭ ।"

ଏହା ମଧ୍ୟ ପଢନ୍ତୁ : Dhamnagar ByPoll: ପ୍ରମିଳାଙ୍କ ଭବିଷ୍ୟବାଣୀ, ୩୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଜିତିବ ବିଜେଡ଼ି

ଦଳୀୟ ଟିକେଟ ନମିଳିବାରୁ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେଡ଼ି ଓ ଅସନ୍ତୁଷ୍ଟ ବିଜେଡ଼ି ନେତା ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ରାଜୁ ଦାସଙ୍କୁ ନେଇ ବିଜେଡ଼ି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଶାସକ ଦଳର ନେତା ଦମ୍ଭୋକ୍ତି କରୁଛନ୍ତି । ଏ ନେଇ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, "ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି । ସ୍ବାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେନି । ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ । ଅନ୍ୟ ଦଳର ଭୋଟ୍ ମାଇନସ କରିବେ । ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି । ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.