ETV Bharat / state

Adani Group Row: ଆଦାନୀ ଗ୍ରୁପ୍ ଆର୍ଥିକ ଜାଲିଆତି ନେଇ କଂଗ୍ରେସର ଗଣବିକ୍ଷୋଭ, ୧୩ରେ ବିଶାଳ ରାଲି - ଆଦାନୀ ଗ୍ରୁପର ଜାଲିଆତି

ଆଦାନୀ ଗ୍ରୁପର ଜାଲିଆତିକୁ ନେଇ ରାଜ୍ୟରେ ଗର୍ଜିଲା କଂଗ୍ରେସ । ଏନେଇ ଜେପିସି ତଦନ୍ତ ଦାବି କରି ଆଜିଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ କରିବ ଦଳ । ଅଧିକ ପଢନ୍ତୁ

Congress protest
Congress protest
author img

By

Published : Mar 6, 2023, 9:10 PM IST

Adani Group Row: ଆଦାନୀଙ୍କ ଆର୍ଥିକ ଜାଲିଆତିକୁ ନେଇ କଂଗ୍ରେସର ଗଣବିକ୍ଷୋଭ, ୧୩ରେ ବିଶାଳ ରାଲି

ଭୁବନେଶ୍ବର: ଶିଳ୍ପପତି ଆଦାନୀଙ୍କ ଆର୍ଥିକ ଅନିୟମିତତା ନେଇ ଆଜି ଗର୍ଜିଛି କଂଗ୍ରେସ । ଭୁବନେଶ୍ବର IRC ଭିଲେଜ ଇନ୍ଦ୍ରଧନୁ ମାର୍କେଟ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସମ୍ମୁଖରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ଯୋଗୁଁ ଏପରି ବଡ଼ ଧରଣର ଜାଲିଆତି ହୋଇଥିବା ଦଳ ଅଭିଯୋଗ କରିଛି । ଏଣୁ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସର ଅଭିଯୋଗ ଅନୁସାରେ ଶିଳ୍ପପତି ଆଦାନୀ ଜାଲିଆତି କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ LICରୁ କୋଟି କୋଟି ଟଙ୍କା ନେଇଛନ୍ତି ଯାହା ପାଇଁ ଆଜି ସେୟାର ମାର୍କେଟ ପ୍ରଭାବିତ ହୋଇଛି । ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ଡାକରା ଦିଆଯାଇଛି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏସବିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ହିଣ୍ଡେନବର୍ଗ ରିପୋର୍ଟ ଆସିଲା ପରେ ଆଦାନୀଙ୍କ ଆର୍ଥିକ ଘୋଟାଲାର ପର୍ଦ୍ଦାଫାଶ ହୋଇଛି । ଆଦାନୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ମଧୁ ଚନ୍ଦ୍ରିକା ରହିଛି ତାହା ପଦାରେ ପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏଥିଲାଗି ସାରା ଦେଶରେ କଂଗ୍ରେସ ପ୍ରତିବାଦ ଜାରି ରଖିଛି । ଏହି ଘଟଣାରେ ଜେପିସି ତଦନ୍ତ ଲାଗି ଦଳ ଦାବି କରିଛି । ସରକାର କାହିଁକି jpc ତଦନ୍ତକୁ ଗ୍ରହଣ କରିନାହାଁନ୍ତି , ଯେପର୍ଯ୍ୟନ୍ତ ଏହି ତଦନ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ କ୍ରମାଗତ ଭାବେ ପ୍ରତିବାଦ ଜାରି ରଖିବା ବୋଲି କହିଛି । କଂଗ୍ରେସ ସରକାର ସମୟରେ ହର୍ଷଦ ମେହଟା ଆର୍ଥିକ ଘୋଟଲା ହୋଇଥିଲା, ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଜେପିସି ତଦନ୍ତ ପାଇଁ ଅନୁମତି ଦେଇଥିଲେ। ଏବେ କେନ୍ଦ୍ର ସରକାର କାହିଁକି ଅନୁମତି ଦେଉ ନାହାଁନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ଏହା ବି ପଢନ୍ତୁ- ବାଣ ବିସ୍ଫୋରଣ ମାମଲା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଅଗ୍ନିଶମ ଡିଜି

ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଡାକରାରେ ସାରା ଦେଶରେ ଏହା ବିରୋଧରେ ପ୍ରତିବାଦର ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ଏହା ବିରୋଧରେ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ବ୍ଲକ ଘେରାଉ କରାଯିବ । ଏହା ସହ ବିଧାନସଭା ଘେରାଉ ମଧ୍ୟ କରାଯିବ । ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ପ୍ରତିବାଦ କରିବ। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଗର୍ଜିବ କଂଗ୍ରେସ। ପ୍ରତି ଜିଲ୍ଲାର ସଦର ମହକୁମାଠାରେ ଏସବିଆଇ ଏବଂ LIC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଵ କଂଗ୍ରେସ । ଆଦାନୀ ଗ୍ରୁପର ଆର୍ଥିକ ଅନିୟମିତତା ନେଇ ଦେଶରେ ଅସ୍ଥିରତା ଲାଗି ରହିଥିବା ଦଳ କହିଛି ।

ଏଣୁ ଏହାର ତୀବ୍ର ପ୍ରତିବାଦ କରି ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ରାଜଭବନ ଘେରିବ ଦଳ । ଶେଷରେ ରାଜ୍ୟପାଳଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ପୂର୍ବରୁ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଆଦାନୀ ଆର୍ଥିକ ଘୋଟଲାର ପର୍ଦ୍ଦାଫାଶ ପାଇଁ ଜେପିସି ତଦନ୍ତ ପାଇଁ ଦାବି କରିଥିଲେ। ଏବେ ମଧ୍ୟ କଂଗ୍ରେସ ପକ୍ଷରୁ ସମାନ ଦାବି ଦୋହରା ଯାଇଛି। କୋଟି କୋଟି ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ପ୍ରତିବାଦର ସ୍ବର ଶାଣିତ କରାଯାଉଛି । ଆସନ୍ତା ୧୩ ତାରିଖରେ ଏକ ବିଶାଳ ରାଲି କରିବ କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.