ETV Bharat / state

କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ରେଳ ଚଳାଚଳ ଦାବି ଜୋର ଧରିଲା, ରେଳବାଇ ମୁଖ୍ୟାଳୟ ଆଗରେ କଂଗ୍ରେସର ଧାରଣା - କଂଗ୍ରେସ ନେତା ଗଣେଶ୍ବର ବେହେରା

ରେଳବାଇ ମୁଖ୍ୟାଳୟ ଆଗରେ କଂଗ୍ରେସର ଗଣ ବିକ୍ଷୋଭ । ହରିଦାସପୁର-ପାରାଦ୍ବୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ଧାରଣା ଦେଇଛି କଂଗ୍ରେସ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ

ରେଳବାଇ ମୁଖ୍ୟାଳୟ ଆଗରେ କଂଗ୍ରେସର ଧାରଣା
ରେଳବାଇ ମୁଖ୍ୟାଳୟ ଆଗରେ କଂଗ୍ରେସର ଧାରଣା
author img

By

Published : Jan 3, 2023, 7:05 AM IST

ରେଳବାଇ ମୁଖ୍ୟାଳୟ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ବର: ହରିଦାସପୁର-ପାରାଦ୍ବୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କଂଗ୍ରେସର ଗଣ ବିକ୍ଷୋଭ । ରେଳବାଇ ମୁଖ୍ୟାଳୟ ଆଗରେ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଧାରଣାରେ ବସିଲେ କେନ୍ଦ୍ରାପଡାବାସୀ । ରାଜନୈତିକ ଅଭିସନ୍ଧି ନେଇ କେନ୍ଦ୍ରାପଡ଼ାକୁ ଅବହେଳା କରାଯାଉଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ସୋମବାର ପୂର୍ବାହ୍ନ ୧୧ଟା ସମୟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ହରିଦାସପୁର-ପାରାଦ୍ବୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳପଥ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶେଷରେ ରେଳବାଇ ଜିଏମଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଏନେଇ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି, "ସରକାରୀ ଉଦାସୀନତା ଓ ରେଳବାଇ କର୍ତ୍ତୃପକ୍ଷଙ୍କର କେନ୍ଦ୍ରାପଡା ଜିଲ୍ଲା ପ୍ରତି ଅବିଚାର ପାଇଁ ଯାତ୍ରୀବାହୀ ରେଳ ଚଳାଚଳ ହୋଇପାରିଲା ନାହିଁ । କେନ୍ଦ୍ରାପଡା ଜିଲ୍ଲାରେ ରେଳ ସଂଯୋଗୀକରଣ ନାହିଁ । ରେଳ କର୍ତ୍ତୃପକ୍ଷଙ୍କ ଯୋଗୁଁ କେନ୍ଦ୍ରାପଡାବାସୀ ଆଜି ଦୁଃଖ ଆଉ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ୯ଟି ଷ୍ଟେସନ ହୋଇସାରିଛି । ନିର୍ମାଣାଧୀନ କମ୍ପାନୀର ଅନୁମତି ମିଳିସାରିଛି । ଏହା ସତ୍ତ୍ବେ ରେଳ ବିଭାଗ ଚୁପ ବସିଛି । ସେଥିପାଇଁ ଆଜି ବାଧ୍ୟ ହୋଇ ଧାରଣା ଦେଇଛୁ ।" ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.