ETV Bharat / state

ରାହୁଲଙ୍କୁ ରାବଣ ଦର୍ଶାଇବାକୁ ନିନ୍ଦା; ରାଜଧାନୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - congress protest against BJP

ବିଜେପି ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ । ଅଧିକ ପଢନ୍ତୁ..

ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Oct 7, 2023, 6:57 AM IST

ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପଦର୍ଶନ

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ମୋଦିଙ୍କ ସମେତ ବିଜେପିର ବିଭିନ୍ନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପିର ଆପତ୍ତିଜନକ ମନ୍ତବ୍ୟ ଓ ତାଙ୍କୁ ରାବଣ ରୂପେ ଚିତ୍ରଣ କରିବାକୁ କେନ୍ଦ୍ରକରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ ଛକରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ ରହିବାରୁ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ମିଡିଆ ସେଲ୍ ଚେୟାରମ୍ୟାନ ଗଣେଶ୍ୱର ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ତରଫରୁ ସାମାଜିକ ଗଣମାଧ୍ୟମରେ କିଛି ବ୍ୟଙ୍ଗ ଚିତ୍ର ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରାଯାଇଥିବା ଦେଖିବାକୁ ମିଳିଥିଲା ଯାହାକୁ ନେଇ କଂଗ୍ରେସର ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।

ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା । ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କର ଛବିକୁ ମଳିନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାହାକୁ ଭୁବନଶ୍ୱେର ଜିଲ୍ଲା କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଇର୍ଷା ରାଜନୀତିର ଉଦାହରଣ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସହଯୋଗୀ ଅମିତ ସାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ପ୍ରଜ୍ଞା ଠାକୁର, ସାକ୍ଷୀ ମହାରାଜ, ଅନୁରାଗ ଠାକୁର ପ୍ରଭୃତି ୧୦ ଜଣଙ୍କର ଏକ କୁଶପୁତ୍ତଳିକା ଦାହ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି, ଦଳକୁ ଅନୁରୋଧ କରିଛି: ଧର୍ମେନ୍ଦ୍ର

ସାମ୍ବାଦିକ ସମ୍ମିଳନୀ ଗଣେଶ୍ୱର ବେହେରା କହିଛନ୍ତି ଯେ, ବିଜେପି ଏଭଳି କରି ନିଜର ଲକ୍ଷ୍ମଣ ରେଖାକୁ ଉଲ୍ଲଙ୍ଘନ କରିଛି । ବିଜେପିର ଏହା ଏକ ଘୃଣା ରାଜନୀତିର ଉଦାହରଣ । ରାହୁଲ ଗାନ୍ଧୀଙ୍କୁ ଏତେ ଭୟ କାହିଁକି କରୁଛି ବିଜେପି ? ଯିଏ ଭାରତ ଯୋଡ ଯାତ୍ରା କରି ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ସହିତ ସଫଳତାର ସହିତ ଯୋଡ଼ିଛନ୍ତି, ସେ ପୁଣି ଭାରତ ବିନାଶକାରୀ ! ଯିଏ ତାଙ୍କର ପରିବାର ଲୋକଙ୍କୁ ହରେଇଛି ଦେଶର ଏକତା ପାଇଁ ତାଙ୍କ ଉପରେ ଏମିତି କୁହାଯିବା ରୁଗ୍‌ଣ ମାନସିକତାର ପରିଚୟ ।

ଇଟଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.