ETV Bharat / state

ରତ୍ନ ଭଣ୍ଡାର ଖୋଲ ନହେଲେ ବିଶ୍ଵବ୍ୟାପୀ ଆନ୍ଦୋଳନ ହେବ: ତାରା - ତାରା ପ୍ରସାଦ ବାହିନୀପତି

ରତ୍ନଭଣ୍ଡାର ଚାବି କୁଆଡେ ଗଲା, କେବେ ଖୋଲିବ ରତ୍ନ ଭଣ୍ଡାର ତାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରତ୍ନ ଭଣ୍ଡାର ଖୋଲ ନହେଲେ ବିଶ୍ଵବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 2, 2023, 5:19 PM IST

ରତ୍ନ ଭଣ୍ଡାର ଖୋଲ ନହେଲେ ବିଶ୍ଵବ୍ୟାପୀ ଆନ୍ଦୋଳନ ହେବ

ଭୁବନେଶ୍ବର: ସୁନାବେଶରେ ମହାପ୍ରଭୁଙ୍କ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗିକୁ ନେଇ ତେଜିଲା ରାଜନୀତି । ଏହାପରେ ରତ୍ନ ଭଣ୍ଡାର ଖୋଲିବା ନେଇ ପୁଣି ଥରେ ଦାବି କରିଛନ୍ତି ମହାପ୍ରଭୁଙ୍କ ସେବାୟତଙ୍କଠୁ ଆରମ୍ଭ କରି ରାଜନେତା । ରତ୍ନ ଭଣ୍ଡାରରେ କ୍ବିଣ୍ଟାଲ କ୍ବିଣ୍ଟାଲ ସୁନା ଥିବା ବେଳେ ମହାପ୍ରଭୁ ପୁରୁଣା ଅଳଙ୍କାରରେ ଆଭୂଷିତ ହେଉଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ଯଦି ରତ୍ନ ଭଣ୍ଡାର ଖୋଲା ନଯାଏ ତେବେ ଆଗାମୀ ଦିନରେ ବିଶ୍ବବ୍ୟାପୀ ଆନ୍ଦୋଳନ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

ରତ୍ନଭଣ୍ଡାର ଚାବି କୁଆଡେ ଗଲା, କେବେ ଖୋଲିବ ରତ୍ନ ଭଣ୍ଡାର ତାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ଆଇନ ମନ୍ତ୍ରୀ କହିଥିଲେ ଚାବି ବିଷୟରେ ସେ ଜାଣିନାହାନ୍ତି । ଆଇନ ମନ୍ତ୍ରୀଙ୍କ ଏଭଳି ଖାମ ଖିଆଲି ମନ୍ତବ୍ୟକୁ ନେଇ ବିରୋଧୀ ଏବେ ସରକାରଙ୍କୁ କାଠ ଗଡାରେ ଛିଡା କରିଛନ୍ତି । କଂଗ୍ରେସ ଏନେଇ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବେଳେ ବିଜେପି କହିଛି ରତ୍ନଭଣ୍ଡାର ଚାବି ନମିଳିବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛି ।

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ରାଜନୀତି, ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ: ମନମୋହନ ସାମଲ

ଏହି ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକ ତାରା କହିଛନ୍ତି, "ରତ୍ନ ଭଣ୍ଡାର ଖୋଲିବା ଓଡ଼ିଶାବାସୀଙ୍କ ସ୍ବାଭୀମାନର କଥା । ଦୀର୍ଘ ଦିନ ଆଗରୁ ରାଜ୍ୟ ସରକାର କମିଶନ ବସାଇବା ପରେ ମୁଁ ତାଙ୍କୁ ଧନ୍ୟବାଦ ଦେଇଥିଲି । ଏହି କମିଶନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ଏ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିବା କଥା । ରତ୍ନ ଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ନହେଲେ ଆଗାମୀ ଦିନରେ ବିଶ୍ବବ୍ୟାପି ଆନ୍ଦୋଳନ ହେବ । ରାଜ୍ୟର ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନ ଭଣ୍ଡାର ଚାବି ହଯିବା କଥା ସେ ଜାଣିନାହାନ୍ତି । ତାଙ୍କ କଥାରୁ ଲାଗୁଛି ବୋଧ ହୁଏ ସେ ଓଡ଼ିଶାର ମନ୍ତ୍ରୀ ନୁହନ୍ତି । ଏହାଠାରୁ ନିନ୍ଦନୀୟ କଥା ଆଉ କିଛି ନୁହେଁ । ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ।" ରତ୍ନ ଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ପ୍ରଶ୍ନ କରିଛନ୍ତି ତାରା ।

ଏହା ବି ପଢନ୍ତୁ- ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି ! ରତ୍ନଭଣ୍ଡାର ଖୋଲିବାରେ ଅବହେଳା ନେଇ କ୍ଷୁବ୍ଧ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

ସୂଚନା ଥାଉ କି ଦୀର୍ଘବର୍ଷ ହେବ ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାର ଏହାରି ଭିତରେ ରଘୁବିର ଦାଶ କମିଶନ ବସାଇ ରତ୍ନ ଭଣ୍ଡାର ଖୋଲିବା ନେଇ ଆମୂଳଚୂଳ ଆଲୋଚନା ମଧ୍ୟ ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ ରତ୍ନ ଭଣ୍ଡାର ଖୋଲିବା ନେଇ ସରକାର ନାଁ ଧରୁନାହାଁନ୍ତି । ସୁନାବେଶରେ ମହାପ୍ରଭୁ ଭଙ୍ଗା ଅଳଙ୍କାର ପିନ୍ଧିବା ପରଠୁ ଏହି ପ୍ରସଙ୍ଗ ତେଜିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.