ETV Bharat / state

ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ: କଂଗ୍ରେସ ବିଧାୟକ ତାରା - କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଗୁଆ ନିର୍ବାଚନ ନେଇ ଆକଳନ କରିଛନ୍ତି । ମନମୋହନଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ବିଧାୟକ ତରା ପ୍ରସାଦ ବାହିନୀପତିଙ୍କ ସାଂଘାତିକ ବୟାନ । ତାରା କହିଛନ୍ତି, ବିଜେଡି ଓ ବିଜେପି ମିଶିକି ଅଛନ୍ତି । ଆଗାମୀ ନିର୍ବାଚନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଲୋଚନା ହୋଇଥିବ । ବିଜେପି-ବିଜେଡି ସିଟ ଭାଗ ବଣ୍ଟା କରି ନିର୍ବାଚନ ଲଢ଼ିବେ । ଅଧିକ ପଢନ୍ତୁ

19145938ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ : କଂଗ୍ରେସ ବିଧାୟକ ତାରା
ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ : କଂଗ୍ରେସ ବିଧାୟକ ତାରା
author img

By

Published : Jul 31, 2023, 8:50 PM IST

ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ : କଂଗ୍ରେସ ବିଧାୟକ ତାରା

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଡିଲ ହୋଇଛି । ଦିଲ୍ଲୀରେ ଡିଲ ନେଇ କଥାବାର୍ତ୍ତା ସରିଛି । ବିଜେଡି ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢ଼ିବେ । ବିଜେପି ଚାହୁଁଥିବା ସିଟରେ ବିଜେଡି ଦୁର୍ବଳ ପ୍ରାର୍ଥୀ ଦେବ । ରାଜ୍ୟରେ ବିଜେପି ଓ ବିଜେଡି ଡ୍ରାମା କରି ଖୁଚୁରା ଲଢେଇ କରୁଛନ୍ତି । ଏଭଳି ସାଂଘାତିକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଗୁଆ ନିର୍ବାଚନ ନେଇ ଆକଳନ କରିଛନ୍ତି । ମନମୋହନଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ବିଧାୟକ ତରା ପ୍ରସାଦ ବାହିନୀପତିଙ୍କ ସାଂଘାତିକ ବୟାନ । ତାରା କହିଛନ୍ତି, ବିଜେଡି ଓ ବିଜେପି ମିଶିକି ଅଛନ୍ତି । ଆଗାମୀ ନିର୍ବାଚନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଲୋଚନା ହୋଇଥିବ । ବିଜେପି-ବିଜେଡି ସିଟ ଭାଗ ବଣ୍ଟା କରି ନିର୍ବାଚନ ଲଢ଼ିବେ । ମିଳିମିଶି ସରକାର ଗଢିବେ । ତାହାଲେ 21 ଲୋକସଭା କ୍ଷେତ୍ର ଦଖଲ କରିପାରିବେ ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ କଥା ଡାଇରେକ୍ଟ କହୁ ନାହାନ୍ତି । ସେ ପରୋକ୍ଷ ଭାବରେ କହୁଛନ୍ତି ବିଜେଡି ଓ ଆମର ଡିଲ ହୋଇଗଲାଣି । ଡିଲ ହୋଇଥିବାରୁ ଆଗୁଆ ନିର୍ବାଚନ କଥା ସେ କହୁଛନ୍ତି । ଏନେଇ ଦିଲ୍ଲୀରେ କଥାବାର୍ତ୍ତା ସାରିଛି । କେନ୍ଦ୍ର ଓ ରାଜ୍ୟ ପାଇଁ ଡିଲ ସରିଛି । ଆଗୁଆ ନିର୍ବାଚନ ହେଲେ ବିଜେପି ଓ ବିଜେଡି ମିଶିକି ଲଢ଼ିବେ ।

ଏହାବି ପଢନ୍ତୁ - ମୁଁ କଂଗ୍ରେସରେ ବାଘ ହୋଇ ବଞ୍ଚିବି, କୌଣସି ଦଳକୁ ଯିବିନି: ତାରା ବାହିନୀପତି

ସେ ଆହୁରି ମଧ୍ୟ କହିଛନ୍ତି, ଇଣ୍ଡିଆ ଫରମେସନ ହେବା ପରେ ବିଜେଡି ଓ ବିଜେପି ଡିଲ କରିଛନ୍ତି । ଉଭୟ ମିଶିକି ଲଢ଼ିବେ । ବିଜେପି ଯେଉଁଠି ଜିତିବାକୁ ଚାହିଁବ ବିଜେଡି ସେଠାରେ ଦୁର୍ବଳ ପ୍ରାର୍ଥୀ ଦେବ । ବିଜେପି ଏ ନେଇ ବିଜେଡି ସହ କଥାବାର୍ତ୍ତା ହୋଇଛି । ବିଜେଡିର ଯେତିକି ସାଂସଦ ଦିଲ୍ଲୀ ଯାଇଛନ୍ତି ସମସ୍ତେ ବିଜେପିକୁ ପ୍ରତ୍ୟେକ ବିଲରେ ସାହାଯ୍ୟ କରୁଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଲଢ଼େଇର ଡ୍ରାମା କରୁଛନ୍ତି । କେବଳ ଖୁଚୁରା ଲଢେଇ କରୁଛନ୍ତି । ଭୋଟର ଏମାନଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ । ଆସନ୍ତାକାଲି ନିର୍ବାଚନ ହୁଏ, ତାହାଲେ କଂଗ୍ରେସ ଲଢେଇ ପାଇଁ ପ୍ରସ୍ତୁତ ଅଛି । ଆମେ କାହା ସହ ଡିଲ କରିନୁ । ଏକୁଟିଆ ଲଢ଼ିବୁ । ମେଣ୍ଟ ଇଣ୍ଡିଆ ପରେ ବିଜେଡି ଓ ବିଜେପି ଡିଲ କଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.