ETV Bharat / state

ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ପରିବେଶ ନଷ୍ଟ କରୁଛନ୍ତି ସରକାର: ସୁର - ଧଉଳି ଗଛକଟାକୁ ନେଇ ବର୍ଷିଲେ ସୁର

ଚଳିତ ବର୍ଷ ୫୦ବର୍ଷରେ ପଦାର୍ପଣ କରିବାକୁ ଭୁବନେଶ୍ବରର ବିଶ୍ବବିଦିତ ଧଉଳି ଶାନ୍ତିସ୍ତୁପ । ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ଗଛକାଟି ସରକାର ପରିବେଶ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ପରିବେଶ ନଷ୍ଟ କରୁଛନ୍ତି ସରକାର: ସୁର

author img

By

Published : Oct 25, 2022, 8:05 PM IST

ଭୁବନେଶ୍ବର: ରାଜ୍ୟର ଐତିହାସିକ ସ୍ଥାନ ଧଉଳି ଶାନ୍ତିସ୍ତୁପ (Dhauli Santi Stupa) ଚଳିତ ବର୍ଷ ୫୦ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ (Dhauli beautification work) ସରକାର ହାତକୁ ନେଇଛନ୍ତି । ଏହି ବିକାଶମୂଳକ କାର୍ଯ୍ୟରେ ଧଉଳି ପରିସରରୁ ଅନେକ ଗଛ କଟାଯାଉଛି ବୋଲି ଅଭିଯୋଗ ହେଉଛି । ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ସରକାର ପରିବେଶ ନଷ୍ଟ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ ଆଣିଛନ୍ତି । ଗଛ ନ କାଟିବାକୁ ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଧଉଳି ସୌନ୍ଦର୍ଯ୍ୟକରଣ ନାଁରେ ପରିବେଶ ନଷ୍ଟ କରୁଛନ୍ତି ସରକାର: ସୁର

ସୁର ସାମ୍ବାଦିକ ସମ୍ମିଳନୀରେ ଗଛକଟାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଏ ନେଇ ସେ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ ଆମେ ଏହି ଗଛ ଲଗାଇଥିଲୁ । ସୌନ୍ଦରଯ୍ୟକରଣ ନାଁରେ ଏହି ଗଛ କାଟିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଧଉଳିର ୫୦ବର୍ଷ ପୂର୍ତ୍ତି ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି, ହେଲେ ଗଛ କାହିଁକି କଟାଯାଉଛି ? ଆଗରୁ ରୋମ ଯାଇ ପୋପଙ୍କୁ ଦେଖା କରିଥିଲେ । ଏବେ ବୌଦ୍ଧ ଧର୍ମକୁ ନେଇ ରାଜନୀତି କରି ଗଛ କାଟୁଛନ୍ତି । ଅନ୍ତର୍ଜାତୀୟ ବୌଦ୍ଧ ଧର୍ମୀ ଆସୁଛନ୍ତି ବୋଲି ଆମେ ନୀରବ ଅଛୁ । ଆଗକୁ ଗୋଟିଏ ବି ଗଛ କାଟିଲେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରିବ କଂଗ୍ରେସ ।"

ସେପଟେ ବିଜେପି ନେତା ବାବୁ ସିଂହ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କେତେ ଗଛ ଲଗାଇଛନ୍ତି ତାହାର ଆଗ ସ୍ପଷ୍ଟୀକରଣ ରଖନ୍ତୁ । ଯଦି ଗଛକୁ ସଫା କରିବାର ଥିଲା ତାହେଲେ ବର୍ଷା ଦିନେ କରିପାରିଥାନ୍ତେ ହେଲେ ଏବେ ଗଛ ଗୁଡାକୁ ହାଣିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଯେଉଁଠି ଗଛ ଲଗାଇବା କଥା ସରକାର ସେଠାରେ ବୃକ୍ଷରୋପଣ କରୁନାହାନ୍ତି, ମାତ୍ର ଯେଉଁଠି ପୂର୍ବରୁ ଗଛ ଅଛି ତାହାକୁ କାଟିବାରେ ଲାଗିଛନ୍ତି ।"

ଏହା ବି ପଢନ୍ତୁ- ଆସନ୍ତା 28ରେ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ, କାର୍ଯ୍ୟ ସମୀକ୍ଷା କରିଲେ ମୁଖ୍ୟ ଶାସନ ସଚିବ

ସୂଚନା ଥାଉ କି ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ବବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଛି ଗୋଲ୍ଡେନ ଜୁବୁଲି ସମାରୋହ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ରହିଛି ।

ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ କିଭଳି ସରିବ ସେନେଇ ପ୍ରଧାନ୍ୟ ଦିଆଯାଉଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ଅଭୂର୍ଥନାକୁ ଗୁରୁତ୍ଵ ଦିଆଯାଉଛି । ଏହାସହ ଧଉଳିର ମୁଖ୍ୟ ଆକର୍ଷଣ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଉଛି । ଭୁବନେଶ୍ବରର ବିଶ୍ବବିଦିତ ଏହି ବୌଦ୍ଧ କୀର୍ତ୍ତିର ଐତିହ୍ୟ ପ୍ରତି ପର୍ଯ୍ୟଟକଙ୍କ ମନ ମୋହିବା ପାଇଁ ଏହାର କାରୁକାର୍ଯ୍ୟକୁ ପୁନଃ ପ୍ରସ୍ପୁଟିତ କରାଯାଇଛି। ଯାହା ପ୍ରତିଟି ପର୍ଯ୍ୟଟକଙ୍କୁ ଓଡ଼ିଶାର ଏହି ସୌନ୍ଦର୍ଯ୍ୟକୁ ଦେଖିବାକୁ ଆକର୍ଷିତ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.