ETV Bharat / state

ଆସନ୍ତାକାଲି ଗୃହରେ ସରକାରଙ୍କୁ ଘେରିବ କଂଗ୍ରେସ, ଛାଡ଼ିବୁ ନାହିଁ କହିଲେ ସୁର

author img

By

Published : Mar 19, 2023, 10:19 PM IST

ଆସନ୍ତାକାଲି ପୁଣିଥରେ ଆରମ୍ଭ ହେବ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଗୃହରେ ସରକାରଙ୍କୁ ଘେରିବ କଂଗ୍ରେସ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବାରମ୍ବାର ଗୃହ ମୁଲତବୀ ହେଉଛି । ଆଇନ ଶୃଙ୍ଖଳା, ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ସମେତ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବିରେ ସରକାରୀ ଦଳକୁ ଘେରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଗତକାଲି ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଗୃହ ତ୍ୟାଗ କରିଥିଲେ ବିରୋଧି ଦଳର ବିଧାୟକ । ତେବେ ଆସନ୍ତାକାଲି ବିଧାନସଭାରେ ପୁଣି ସରକାରୀ ଦଳକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ରହିଥିବା କହିଛନ୍ତି ବିଧାୟକ ସୁର ରାଉତରାୟ ।

ତେବେ ଆସନ୍ତାକାଲି ପୁଣିଥରେ ଆରମ୍ଭ ହେବ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ପର୍ଯ୍ୟଟନ ଏବଂ ପ୍ଲାନିଂ ବିଭାଗର ଆଲୋଚନା ରହିଛି । ତେବେ ଏଥିରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଇଡ୍‌କୋ ଜମିଗୁଡିକ ଜାଲିଆତି କରୁଛନ୍ତି । ସରକାରଙ୍କ ଅପାରଗତା ଓ ବିଭିନ୍ନ ସମୟରେ ସରକାରଙ୍କ ଚଞ୍ଚକତା ଯୋଗୁଁ ବିକାଶରେ ବାଧା ଉପୁଜୁଛି । ଅବସର ନେଉଥିବା ଅଫିସର ମାନଙ୍କୁ ପୁନର୍ବାର ଥଇଥାନ କରୁଛନ୍ତି ରାଜ୍ୟ ସରକାର । ଅନେକ ଅଫିସର ଗୋଟିଏ ଗୋଟିଏ ବିଭାଗରେ ଅନେକ ବର୍ଷ କାର୍ଯ୍ୟ କଲେଣି । କିନ୍ତୁ ସରକାର କିଛି ଆଖି ଦୃଶିଆ ପଦକ୍ଷପ ନେଇ ନାହାନ୍ତି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି ।"

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ବିରୋଧୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହକୁ ହୁଲୁସ୍ତୁଲ କରିଥିଲେ । ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ନେଇ ଆମେରିକାର ଗୁଇନ୍ଦା ସଂସ୍ଥା FBIର ସହାୟତା ନିଆଯିବା ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଆଲୋଚନା ଜାରି ରହିଛି ବୋଲି ଗୃହରେ ବିବୃତି ରଖିଥିଲେ ମନ୍ତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତି, 5T ବିଭାଗ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା । ଅଧିବେଶନରେ ନବ ଦାସଙ୍କ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟଗୋଳ ଯୋଗୁଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ୪ଟି ପର୍ଯ୍ୟାୟରେ ୫୦ ମିନିଟ ଗୃହ ମୁଲତବୀ ହୋଇଥିଲେ ମଧ୍ୟ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ବିରୋଧୀଙ୍କ ହଟଗୋଳ ଭିତରେ ବିଧାନସଭାରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.