ETV Bharat / state

କଂଗ୍ରେସ ଭବନରେ ନୂଆବର୍ଷ, ଏକାଠି ହୋଇ ଦଳ ପାଇଁ କାମ କରିବାକୁ ଆହ୍ବାନ ଦେଲେ ସୁର

author img

By

Published : Jan 1, 2023, 9:55 PM IST

କଂଗ୍ରେସ ଭବନରେ ପାଳନ ହେଲା ନୂଆବର୍ଷ । ନେତା, କର୍ମୀ ଓ ଶୁଭେଚ୍ଛୁଙ୍କୁ ଦହିବରା ଏବଂ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ୨୦୨୩ରେ ଏକାଠି ହୋଇ ଦଳ ପାଇଁ କାମ କରିବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସ ଭବନରେ ନୂଆବର୍ଷ ପାଳିଲେ ନେତା
କଂଗ୍ରେସ ଭବନରେ ନୂଆବର୍ଷ ପାଳିଲେ ନେତା
କଂଗ୍ରେସ ଭବନରେ ନୂଆବର୍ଷ

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଧୁମଧାମରେ ପାଳନ ହୋଇଛି ନୂଆବର୍ଷ । ଦଳର ବରିଷ୍ଠ ନେତା ସୁର ରାଉତରାୟ ନିଆରା ଢଙ୍ଗରେ ନବବର୍ଷକୁ ପାଳନ କରିଛନ୍ତି । ଦହିବରା ଏବଂ ମିଠା ଖୁଆଇ ନେତା, କର୍ମୀ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ବିଧାୟକ । ନବବର୍ଷରେ ଭାରତ ଓ ଆମ ରାଜ୍ୟ ଓଡ଼ିଶାରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ସୁର ପ୍ରାର୍ଥନା କରିଛନ୍ତି ।

ଏହି ଅବସରରେ ସୁର ରାଉତରାୟ କହିଛନ୍ତି, "ସମସ୍ତେ କଂଗ୍ରେସ କର୍ମୀ ଓ ନେତା ସଂକଳ୍ପ ନେଉଛୁ ତୃଣମୂଳ ସ୍ତରରେ ଆମେ ଭୋଟରଙ୍କ ପାଖକୁ ଯିବୁ । କଂଗ୍ରେସ ୧୪୦ ବର୍ଷର ଦଳ, ସମଗ୍ର ଦେଶ ଓ ରାଜ୍ୟରେ ବିକାଶ କଂଗ୍ରେସ କରିଛି । ଜାନକୀ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ ନାରା ଦେଇ ଶିଳ୍ପର ଉନ୍ନତି କରାଯାଇଛି । ଶିକ୍ଷା ଓ କୃଷିର ବିକାଶ ଭଳି କାର୍ଯ୍ୟ କଂଗ୍ରେସ କରିଛି । ସେହି ବାର୍ତ୍ତା ନେଇ ଆମେ ଭୋଟରଙ୍କ ପାଖକୁ ଯିବୁ । ଭାରତବାସୀ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଭୋଳ ହୋଇଗଲେଣି ।" ଏଥର କଂଗ୍ରେସ ନିଶ୍ଚୟ ସରକାର କରିବ ବୋଲି ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.