ETV Bharat / state

ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଟାର୍ଗେଟ, ପଶ୍ଚିମ ଓଡିଶା ସବୁବେଳେ ଅବହେଳିତ କହିଲେ ସାଲୁଜା - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ନବ ଦାସଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାରେ ବିଜେଡିର ଲୋକପ୍ରିୟତା ବଜାୟ ରଖିବା ପାଇଁ ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାପୂର୍ବରୁ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉଭୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଛନ୍ତି । ଆସନ୍ତା ନିର୍ବାଚନରେ ଲୋକେ କଂଗ୍ରେସକୁ ଭରସା କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢ଼ନ୍ତୁ

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା

author img

By

Published : Feb 12, 2023, 9:58 PM IST

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କ୍ଷମତା ହାତେଇବା ନେଇ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ବିଜେଡି ନିଜର କାୟା ବିସ୍ତାର କରି ପୁଣି ରାଜ୍ୟରେ ଲୋକମତ ହାସଲ କରି ଶାସନକୁ ହାତମୁଠାକୁ ନେବାକୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛି । ବିରୋଧି ବିଜେପି ମଧ୍ୟ ମୋଦି ସରକାରଙ୍କ ସଫଳତାକୁ ନେଇ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । କଂଗ୍ରେସ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରି ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି । ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାରେ ନବଙ୍କ ବିକଳ୍ପ କିଏ ହେବ, ତାହା ବିଜେଡି ସୁପ୍ରିମୋଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଥିବାରୁ ଆସନ୍ତା ନିର୍ବାଚନରେ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ନବ ଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡିଶାରେ ତାଙ୍କ ଶୂନ୍ୟସ୍ଥାନ କିଏ ପୂରଣ କରିବ, ସେନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ନବ ସାରା ପଶ୍ଚିମ ଓଡ଼ିଶାରେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ । ପଦ୍ମପୁର ଉପନିର୍ବାଚନ ବିଜେଡିକୁ ପୂର୍ଣ୍ଣ ସଂଖ୍ୟାରେ ବାଜିମାତ କରିବାରେ ନବ ଦାସଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଓ ୩୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ନବ ଦାସଙ୍କ ଭଲ ଦଖଲ ଏବଂ ଗ୍ରହଣୀୟତା ଥିଲା । ସୁଶାନ୍ତ ସିଂହଙ୍କ ପରେ ନବ ବିଜେଡି ପାଇଁ ଏକ ବଡ଼ ଭରସା ଏବଂ ଦକ୍ଷ ନେତା ଭାବେ ନିଜକୁ ପ୍ରମାଣ କରିଥିଲେ । ତେବେ ଏଠି ନବ ଦାସଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାରେ କିଏ ପ୍ରଭାବୀ ନେତା ହେବେ, ତାହା ଶାସକ ଦଳର ହାଇ କମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ପଶ୍ଚିମ ଓଡ଼ିଶାରେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ସଂସଦୀୟ କ୍ଷେତ୍ର ଏବେ ବିଜେପି ହାତରେ । ପ୍ରାୟ ୯ଟି ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟକ ଅଛନ୍ତି । କଂଗ୍ରେସର ନରସିଂହ ମିଶ୍ର, ସାଲୁଜା ଏବଂ ବିଜେଡିର ୨୫ ଜଣ ବିଧାୟକ ରହିଛନ୍ତି । ତେବେ ବିଜେଡି ସୁପ୍ରିମୋ କାହା ଉପରେ ବିଶ୍ବାସ କରିବେ, ତାକୁ ନେଇ ଆଲୋଚନା ଜୋର ଧରିଛି । ପଶ୍ଚିମ ଓଡିଶାର ଦାୟିତ୍ବ ନେବାକୁ ନିଜେ ଅଣ୍ଟା ଭିଡିଛନ୍ତି ନବୀନ । ଯାହାର ଉଦାହରଣ ସ୍ବରୂପ ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯିବା ନେଇ ଚର୍ଚ୍ଚା ହେଉଛି । ସେଠାକୁ ଯାଇ ସଂଗଠନକୁ ଶସକ୍ତ କରିବା ସହ ପଦ୍ମପୁରବାସୀଙ୍କ ମନ ଜିଣିବେ ।

ତେବେ ନବୀନଙ୍କ ପଦ୍ମପୁର ଗସ୍ତ ପୂର୍ବରୁ ବିରୋଧୀ ବିଜେଡିକୁ ଟାର୍ଗେଟ କରିଛନ୍ତି ବୋରୋଧି । ରାଜ୍ୟ ସରକାର ଓଡିଶାବାସୀଙ୍କ ପାଇଁ କିଛି କରିନଥିବା ବିଜେପି କହିଥିବା ବେଳେ କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ମୁଖ୍ୟମନ୍ତ୍ରୀ ଅନେକ ପ୍ରତିଶୃତି ଦେଇଛନ୍ତି, ହେଲେ କୌଣସିକୁ ପାଳନ କରିନାହାନ୍ତି । ଘୋଷଣା କରନ୍ତି ମୁଖ୍ୟମନ୍ତ୍ରୀ ହେଲେ କାର୍ଯ୍ୟ ହୁଏନା । ପଶ୍ଚିମ ଓଡ଼ିଶାରେ ନବଙ୍କ ଭଳି ନେତା ମିଳିବେନି । ସବୁ ଦଳର ଫୋକସ ପଶ୍ଚିମ ଓଡିଶା ଉପରେ ଅଛି । କଂଗ୍ରେସ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ପଦଯାତ୍ରା କରିଥିଲା । ପଶ୍ଚିମ ଓଡିଶା ସବୁବେଳେ ଅବହେଳିତ । ରାଜ୍ୟ ସରକାର ୨୩ ବର୍ଷରେ କୌଣସି ଆଖିଦୃଶିଆ ବିକାଶ କରିନାହାନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କ ଅନୁଦାନ ଠିକ ସେ ଦେଉନାହାନ୍ତି । ଆଗକୁ କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.