ETV Bharat / state

ଓଡିଶାରେ ବିଜେଡିର ବିକଳ୍ପ କଂଗ୍ରେସ, ବିଜେପି ନୁହେଁ: ମହମ୍ମଦ ମୋକିମ - କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ଶାସକ ବିଜେଡି ଗତଥର ଅପେକ୍ଷା ଅଧିକ ସିଟ୍‌ ପାଇଁ ଆଶା ରଖିଥିବା ବେଳେ ସରକାର ଗଢ଼ିବା ଲକ୍ଷ୍ୟରେ ରହିଛି ବିଜେପି । ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଓଡିଶାରେ ବିଜେଡିର ବିକଳ୍ପ କଂଗ୍ରେସ, ବିଜେପି ନୁହେଁ । ଅଧିକ ପଢ଼ନ୍ତୁ..

ବିଜେଡିର ବିକଳ୍ପ କଂଗ୍ରେସ କହିଲେ ମୋକିମ
ବିଜେଡିର ବିକଳ୍ପ କଂଗ୍ରେସ କହିଲେ ମୋକିମ
author img

By

Published : Jul 14, 2023, 4:22 PM IST

ବିଜେଡିର ବିକଳ୍ପ କଂଗ୍ରେସ କହିଲେ ମୋକିମ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ବିଜେଡି କାର୍ଯ୍ୟକାରିଣୀ ଜରିଆରେ ସଂଗଠନକୁ ସକ୍ରିୟ କରିବା ସହ ନେତାଙ୍କୁ ବୁଷ୍ଟ୍‌ କରୁଛି । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ମନମୋହନ ସାମଲ ଦଳ ବିଜୟର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ହେଲେ କଂଗ୍ରେସ ପ୍ରସ୍ତୁତିରେ ପଛରେ ପଡ଼ିଥିବା ଦେଖାଯାଉଥିଲେ ବି ଦଳ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

ଆସନ୍ତା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ଓଡ଼ିଶାରେ ସରକାର ଗଢ଼ିବ ବୋଲି ବିଜେପି ନେତା କହୁଛନ୍ତି । ସରକାର ଗଢ଼ିବା ପାଇଁ ଯାହାସବୁ କାର୍ଯ୍ୟକ୍ରମ କରିବା କଥା ତାହା ଦଳ କରୁଛି । ତେଣୁ ଦଳକୁ ବଡ଼ ସଫଳତା ମିଳିବ ବୋଲି ବିଜେପି ନେତା ଦାବି କରୁଛନ୍ତି । ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ମନମୋହନ ଦଳ ବିଜୟର ବ୍ଲ୍ୟୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି । ଗୌହାଟୀ କାର୍ଯ୍ୟକ୍ରମ ପରେ ଏବେ ଭୁବନେଶ୍ବରରେ ମଧ୍ୟ ଦୁଇ ଦିନ ହେଲା ବିଭିନ୍ନ ବୈଠକ ଓ ଆଲୋଚନା ଜାରି ରହିଛି । ଦଳ କିପରି ସରକାରକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଉଥିବା ବିଜେପି ପକ୍ଷରୁ କୁହାଯାଇଛି । କିନ୍ତୁ ବିଜେପି ଦାବିକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ମୋକିମ କହିଛନ୍ତି, "ଓଡ଼ିଶାର ସାଧାରଣ ଜନତା ବିଜେପିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତିଫଳିତ ହୋଇଛି । ନରେନ୍ଦ୍ର ମୋଦିଙ୍କ ପ୍ରଭାବରେ କିଞ୍ଚିତ ସେ ଜିତିଥିଲେ । ଗତ ୫ ବର୍ଷରେ ବିଜେପି ପାଦ ତଳୁ ମାଟି ଖସିଯାଇଛି । ଯାହା ପ୍ରଚେଷ୍ଟା କଲେ ମଧ୍ୟ ଓଡ଼ିଶାରେ କେବେ ଏକ ସାମ୍ପ୍ରଦାୟିକ ଦଳକୁ ଲୋକେ ଗ୍ରହଣ କରିବେ ନାହିଁ । କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । ଅନ୍ୟମାନେ ଟିଭି ମିଡିଆ ମାଧ୍ୟମରେ ସୋ' କରୁଛନ୍ତି । ଆମର ଗ୍ରାଉଣ୍ଡ୍‌ ଓ ନିର୍ବାଚନମଣ୍ଡଳୀସ୍ତରରେ କାମ ଚାଲିଛି । ଅକସ୍ମାତ ଆପଣ ଦେଖିବେ କଂଗ୍ରେସ ଆଗାମୀ ନିର୍ବାଚନରେ ଏପରି ଭାବେ ବାହାରିବ, ବିଶ୍ବାସ କରିପାରିବେନି କି ଏପରି ପରିବର୍ତ୍ତନ କେମିତି ହେଲା ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ କରିବ ରଥଯାତ୍ରା

ସେ ଆହୁରି ମଧ୍ୟ କହିଛନ୍ତି, "ସଂଖ୍ୟା ଉପରକୁ ମୁଁ ଯିବାକୁ ଚାହୁଁନାହିଁ । କିନ୍ତୁ କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ରାଜ୍ୟବାସୀ ହୃଦୟଙ୍ଗମ କରିସାରିଲେଣି । ଗୋଟିଏ ପଟେ ବିଜୁ ଜନତା ଦଳ ସରକାରଙ୍କ ହାବଭାବ ଦେଖୁଛନ୍ତି । ଅନ୍ୟପଟେ ବିଜେପିର ବିଫଳତା ଦେଖୁଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରତି ଲୋକଙ୍କ ସମ୍ମାନ ବଢିଛି । ଆଦର ମଧ୍ୟ ବଢ଼ୁଛି । ଦେଶର ସବୁ ରାଜ୍ୟରେ କଂଗ୍ରେସ ବିକଳ୍ପ ଭାବେ ଆସିବାକୁ ଯାଉଛି । ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ହେବ । କଂଗ୍ରେସର କାର୍ଯ୍ୟକ୍ରମ ଚାଲିଛି । ଗତ ପହରଦିନ ମୌନବ୍ରତ ରାହୁଲ ଗାନ୍ଧୀଙ୍କ ପାଇଁ କରିଛୁ । ଆସନ୍ତା ୨୨ ଓ ୨୩ ତାରିଖରେ ନୂଆ ପଦାଧିକାରୀଙ୍କ କାର୍ଯ୍ୟକାରିଣୀ ବୈଠକ ହେବ । ପ୍ରଭାରୀ ମଧ୍ୟ ଆସିବେ । ଯେଉଁମାନଙ୍କୁ ଗ୍ରୀନ୍‌ ସିଗ୍ନାଲ ଦିଆଯାଇଛି ସେମାନେ କାମ ଆରମ୍ଭ କଲେଣି । କଂଗ୍ରେସର କାମ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.