ETV Bharat / state

ମନେ ପଡ଼ିଲେ ଅଲୋଡ଼ା ମୋକିମ, ଶରତଙ୍କ ନୂଆ ଟିମରେ ମିଳିଲା ସ୍ଥାନ - କଂଗ୍ରେସ ଦଳରେ ଖୋଜା ପଡ଼ିଲେ ବାରବାଟୀ ବିଧାୟକ

ଦୀର୍ଘ ୧ ବର୍ଷ ପରେ କଂଗ୍ରେସ ଦଳରେ ଖୋଜା ପଡ଼ିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଗତକାଲି ଏଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ପ୍ରଦେଶ କଂଗ୍ରେସର ପଦାଧିକାରୀ ତାଲିକାରେ ମୋକିମଙ୍କ ନାମ ରହିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ କାର୍ଯ୍ୟକାରିଣୀ କମିଟିରେ ମୋକିମଙ୍କୁ ସ୍ଥାନ ମିଳଛି । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ମୋକିମ । ଅଧିକ ପଢ଼ନ୍ତୁ

ଶରତଙ୍କ ନୂଆ ଟିମରେ ମୋକିମଙ୍କୁ ମିଳିଲା ସ୍ଥାନ
ଶରତଙ୍କ ନୂଆ ଟିମରେ ମୋକିମଙ୍କୁ ମିଳିଲା ସ୍ଥାନ
author img

By

Published : Apr 25, 2023, 4:36 PM IST

Updated : Apr 25, 2023, 6:37 PM IST

ଶରତଙ୍କ ନୂଆ ଟିମରେ ମୋକିମଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ବର: ପୁଣି କଂଗ୍ରେସରେ ଖୋଜା ପଡ଼ିଲେ ମୋକିମ । ଗତକାଲି ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସର ପଦାଧିକାରୀ ତାଲିକା ପ୍ରକାଶ ପାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ ଟିମରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସ୍ଥାନ ପାଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ମାସ ଧରି କଂଗ୍ରେସ ପାଇଁ ଅଲୋଡ଼ା ହୋଇ ରହିଥିବା ବିଧାୟକ ମୋକିମ ହଠାତ ଶରତଙ୍କ ମନେ ପଡିଲେ କିପରି ?

ବିଗତ ଦିନରେ ମହମ୍ମଦ ମୋକିମ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବା ସମୟରୁ ମୋକିମ ଦଳର ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ । ଏପରିକି ଦଳର ହ୍ୱିପ୍‌ ନମାନି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ମୋକିମ । ଯେଉଁ କାରଣରୁ ତାଙ୍କୁ ଏଆଇସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏପରିକି ବିଧାନସଭାରେ ମଧ୍ୟ ନିଜର ପ୍ରଶ୍ନ ରଖିବାକୁ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆ ଯାଇନଥିଲା । ଧାମନଗର ଉପନିର୍ବାଚନ କିମ୍ବା ପଦ୍ମପୁର ଉପନିର୍ବାଚନରେ ତାଙ୍କୁ ପ୍ରଚାର ପାଇଁ ଦଳ ପକ୍ଷରୁ ଡକାଯାଇ ନଥିଲା । ଦୀର୍ଘ ୧ ବର୍ଷ ପରେ ହଠାତ ମୋକିମଙ୍କୁ ନୂଆ ଟିମରେ ନେଇଛନ୍ତି ଶରତ । ଯାହାକୁ ନେଇ ଆଜି ମୋକିମ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ମୋକିମ କହିଛନ୍ତି, "ବହୁତ ଦିନ ପରେ ମତେ କଂଗ୍ରେସ ଖୋଜିଛି । ନୂଆ ଟିମରେ ମତେ ସାମିଲ କରାଯାଇଛି । ସେଥିପାଇଁ ମୁଁ ଖୁସି । ତାରା ବାହିନୀପତି ପିସିସି ସଭାପତି ହେବା ପାଇଁ ଯୋଗ୍ୟ । ତେଣୁ ସେ ବରିଷ୍ଠ ଉପ ସଭାପତି ଦାୟିତ୍ବରେ ଅଛନ୍ତି ।" ପିସିସି ସଭାପତିଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିବା ମୋକିମ କହିଛନ୍ତି । ଆଗକୁ ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିବାକୁ ଯିବେ କି ନାହିଁ ପ୍ରଶ୍ନରେ ଦଳ ଯଦି ଡାକିବ ଓ ଦାୟିତ୍ବ ଦେବ, ନିଶ୍ଚିତ ଯିବି ବୋଲି ମୋକିମ କହିଛନ୍ତି ।

ପୂର୍ବରୁ ମହମ୍ମଦ ମୋକିମ ନିଜେ ପିସିସି ସଭାପତି ଦୌଡ଼ରେ ଥିବା ନେଇ ଚର୍ଚ୍ଚା ହେଉଥିଲା । ଦିଲ୍ଲୀରେ ନିଜେ ଡେରା ପକାଇ ଏଆଇସିସିରେ ସମର୍ଥନ ଯୋଗାଡ଼ କରିବାରେ ଚେଷ୍ଟା କରି ସେ ବିଫଳ ହୋଇଥିଲେ । ମୋକିମ ନୂଆକରି ପ୍ରଥମ ଥର ବିଧାୟକ ହୋଇଥିବାରୁ ଦଳ ତାଙ୍କ ରାଜନୈତିକ ଅନୁଭୂତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଶେଷରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିଥିଲେ କଂଗ୍ରେସ ହାଇକମାଣ୍ଡ । ସେବେଠାରୁ ମୋକିମ ନାଖୁସ ଥିଲେ । ଦଳର କୌଣସି କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ବାରଣ କରିଥିଲେ । ତେବେ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ୬୭ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟ ଗ୍ରୁପରେ ସ୍ଥାନ ପାଇଛନ୍ତି ବିଧାୟକ ମହମ୍ମଦ ମୋକିମ । ମୋକିମଙ୍କ ସହ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, କାହ୍ନୁ ଲେଙ୍କା, କେପି ସିଂହଦେଓଙ୍କ ସମେତ ଅନ୍ୟ ବାରିଷ୍ଠ ନେତାମାନେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2023, 6:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.