ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଡିଲ ପଲିଟିକ୍ସ । ବିଜେପି କଂଗ୍ରେସ ଓ ବିଜେଡି ମଧ୍ୟରେ ଏବେ ଡିଲ ପଲିଟିକ୍ସକୁ ନେଇ ଜୋରଦାର ଆରୋପ ପ୍ରତ୍ୟାରୋପ । ପଦ୍ମପୁର ଉପନିର୍ବାଚନ ଫଳାଫଳ ଉପରେ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏକ ବାଣା ମାରିଛନ୍ତି ।
ତାରା କହିଛନ୍ତି କଂଗ୍ରେସ ସହିତ କାହାର ଡିଲ ହୋଇନାହିଁ । ଡିଲ ହୋଇଛି ବିଜେଡି- ବିଜେପି ମଧ୍ୟରେ । ତୁମେ ଧାମନଗର ନିଅ ଆମେ ପଦ୍ମପୁର ନେବୁ । ଏହି ଆଧାରରେ ବିଜେପି ବିଜେଡି ମଧ୍ୟରେ ଡିଲ ହୋଇଥିବା ତାରା ଅଭିଯୋଗ କରିଛନ୍ତି । ସେହିପରି ଦଳର ବିପର୍ଯ୍ୟୟ ପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବା ଜରୁରୀ ବୋଲି କହିଛନ୍ତି ତାରା । ଯେଉଁମାନେ ବିକ୍ରି ହୋଇଛନ୍ତି ବୋଲି ଅଭିଯୋଗ ଆସୁଛି ସେମାନଙ୍କ ସମ୍ପର୍କରେ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ତାରା ।
ସେହିଭଳି କୋରାପୁଟ ଜୟପୁର ସବଡିଭିଜନ ମଧ୍ୟ ଏକ ଜିଲ୍ଲା ହେବା ଜରୁରୀ ବୋଲି ତାରା କହିଛନ୍ତି । ପଦ୍ମପୁର ଜିଲ୍ଲା ହେଉ କିଛି ଅସୁବିଧା ନାହିଁ । କିନ୍ତୁ ଜୟପୁର ମଧ୍ୟ ଏକ ଜିଲ୍ଲା ହେବା ଉଚିତ ବୋଲି ତାରା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର