ETV Bharat / state

କଂଗ୍ରେସରେ 60 ପ୍ରାର୍ଥୀ ଫାଇନାଲ୍, ଫେବ୍ରୁଆରିରେ ଟିକେଟ୍ ବଣ୍ଟନ: ତାରା ବାହିନୀପତି - କଂଗ୍ରେସ ଟିକେଟ

Congress candidate lists for Assembly election: କଂଗ୍ରେସ ନେତା ତାରା ବାହିନୀପତିଙ୍କ ବଡ଼ ବୟାନ । ୬୦ରୁ ୭୦ ଟିକେଟ ଫାଇନାଲ । ରିପିଟ୍ ହେବେ ୯ ବିଧାୟକ । ଫେବ୍ରୁଆରିରେ ବଣ୍ଟାଯିବ ଆଗୁଆ ଟିକେଟ୍ । ରାଜ୍ୟ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ଅଧିକ ପଢ଼ନ୍ତୁ,

କଂଗ୍ରେସରେ 70 ଟିକେଟ୍ ଫାଇନାଲ୍, ରିପିଟ୍ ହେବେ ୯ ବିଧାୟକ: ତାରା ବାହିନୀପତି

author img

By ETV Bharat Odisha Team

Published : Jan 9, 2024, 1:19 PM IST

କଂଗ୍ରେସରେ 60 ପ୍ରାର୍ଥୀ ଫାଇନାଲ୍, ଫେବ୍ରୁଆରିରେ ଟିକେଟ୍ ବଣ୍ଟନ: ତାରା ବାହିନୀପତି

ଭୁବନେଶ୍ବର: କଂଗ୍ରେସରେ ୬୦ରୁ ୭୦ ଟିକେଟ ଫାଇନାଲ । ୯ ବିଧାୟକ ରିପିଟ୍ ହେବେ । ସର୍ଭେ ଅନୁସାରେ ଟିକେଟ ଦିଆଯିବ । ଫେବ୍ରୁଆରିରେ ଆଗୁଆ ଟିକେଟ ବଣ୍ଟାଯିବ । ଆସନ୍ତା ଫେବ୍ରୁଆରିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଛନ୍ତି । ଆଗକୁ କଂଗ୍ରେସରେ ବଡ଼ ବଡ଼ ହସ୍ତୀ ମିଶିବେ । ଏଭଳି ଏକ ବଡ଼ ବୟାନ ଦେଇଛନ୍ତି କଂଗେସର ବରିଷ୍ଠ ନେତା ତଥା ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି ।

କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, " ଦଳର ପ୍ରାୟ ୬୦ରୁ ୭୦ ଟିକେଟ ଫାଇନାଲ ହେବାକୁ ଗଲାଣି । ଆମର କିଏ ଟିକେଟ ପାଇବ, ନ ପାଇବା ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଲେଣି । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଟିକେଟ ଦେବ ଦଳ । ଯିଏ ଜିତିବା ସୁନିଶ୍ଚିତ ସେଥିରୁ ବର୍ତ୍ତମାନ ସୁଦ୍ଧା 60 ଜଣଙ୍କୁ ଚୟନ କରାଯାଇଛି । ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଭର୍ତ୍ତି । ଆମେ ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ । ଆମେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବୁ । ମୋର ଉଦାହରଣ ନେଇ ହେବ । କୋରାପୁଟ ସାଂସଦ ଓ ମୋ ଭିତରେ ପଡୁ ନଥିଲା । ଆମେ ସବୁ ଭୁଲିଲୁ । ସାଂସଦଙ୍କ ଘରକୁ ଯାଇଥିଲି । ସାଂସଦ ମୋ ଭଣଜା । ତାଙ୍କ ପୁଅ ମୋର ନାତି । ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଆମେ ସବୁ କ୍ଷେତ୍ରରେ ସାକ୍ରିଫାଇସ କରିବା ଲାଗି ପ୍ରସ୍ତୁତ । "

ଏହା ମଧ୍ୟ ପଢ଼ନ୍ତୁ: ଯାହାର ଜିତିବାର ସମ୍ଭାବନା ଅଧିକ, ତାକୁ ମିଳିବ ଟିକେଟ: ଅଜୟ କୁମାର

୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି । ରାଜ୍ୟର ପ୍ରମୂଖ ରାଜନୈତିକ ଦଳ ଏବେ ସକ୍ରିୟ ହେଲେଣି । ପ୍ରାର୍ଥୀ ଚୟନ, ବିଜୟ ସମ୍ଭାବନା ଥିବା ସଠିକ ବ୍ୟକ୍ତିଙ୍କୁ ଟିକେଟ ଦେବା ଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କସରତ ଚାଲିଛି । ଏହାରି ଭିତରେ ଅସ୍ଥିର ଥିବା କଂଗ୍ରେସ ସ୍ଥିର ହେବାରେ ଲାଗିଥିବା ଚର୍ଛିଚ୍ଚା ହେଉଛି । ଦଳ ଭିତରେ ଥିବା ବିଭେଦ ଦୂର କରିବା ଲାଗି ପ୍ରୟାସ ଜାରି ରହିଛି । ଦଳ କିପରି ଏକଜୁଟ ହୋଇ କାର୍ଯ୍ୟ କରିବ ଏବଂ ନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବ ସେ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରୁଛନ୍ତି ଦଳର ହାଇ କମାଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ: ବିଜେଡି-ବିଜେପି ମିଳିତ ସରକାର ଓଡ଼ିଶା ପାଇଁ କ୍ଷତିକାରକ: ଅଜୟ କୁମାର

କଂଗ୍ରେସରେ ପ୍ରଭାରୀ ପ୍ରଭାବ:

କଂଗ୍ରେସ ନବ ନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦୁଇ ଦିନିଆ ଗସ୍ତରେ ଆସି ଫେରି ଯାଇଛନ୍ତି । ପ୍ରଭାରୀ ଅଜୟ କୁମାରଙ୍କ ଗୁରୁମନ୍ତ୍ର ପରେ ଆକ୍ଟିଭ ମୋଡରେ ରାଜ୍ୟ କଂଗ୍ରେସ । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଦଳ । ରାଜ୍ୟବ୍ୟାପୀ ବସ୍ ଯାତ୍ରା କରିବାକୁ ଦଳ ଘୋଷଣା କରି ସାରିଥିବା ବେଳେ, ଚିକେଟ ବଣ୍ଟାକୁ ନେଇ ତାରା ପ୍ରସାଦ ବାହିନୀପତିଙ୍କ ବୟାନ, ଦଳୀୟ ନେତା ଏବଂ କର୍ମୀଙ୍କୁ କେତେ ଉତ୍ସାହିତ କରିବ, ତା ଉପରେ ରହିଛି ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.