ETV Bharat / state

ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ମହମ୍ମଦ ମୋକିମ, କଟାକ୍ଷ କଲେ ସୁର

author img

By

Published : Nov 3, 2022, 6:45 PM IST

ଫୁଲନଖରାର ଲଖେଶ୍ବର ମନ୍ଦିରରୁ ଆରମ୍ଭ ହୋଇଛି ପ୍ରଦେଶ କଂଗ୍ରେସର ପରିବର୍ତ୍ତନ ସଙ୍କଳ୍ପ ପଦଯାତ୍ରା (congress parivartan Sankalp yatra ) । ଏହି ପଦଯାତ୍ରା କଟକ ଦେଇ ଯିବା ସମୟରେ ମୋକିମଙ୍କ ଅନୁପସ୍ଥିତ ରହିବାକୁ ଦଳୀୟ ବିଧାୟକ ସୁର ରାଉତରାୟ କଟାକ୍ଷ କରିଛନ୍ତି । ଅଧିକ ପଢନ୍ତୁ

Congress leader Suresh Routray criticised Barabati MLA over his absence in party programs
ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି ମହମ୍ମଦ ମୋକିମ, କଟାକ୍ଷ କଲେ ସୁର

ଭୁବନେଶ୍ବର: ଓଡ଼ିଶା କଂଗ୍ରେସର ଭାରତ ଯୋଡ ଯାତ୍ରା ଦ୍ବିତୀୟ ଦିନରେ ପହଞ୍ଚିଛି । କଟକ ଫୁଲନଖରାର ଲଖେଶ୍ବର ମନ୍ଦିରରୁ ବାହାରିଛି ଏହି ପଦଯାତ୍ରା । ଯାହାର ଅନ୍ୟ ନାମ ହେଉଛି ପରିବର୍ତ୍ତନ ପଦଯାତ୍ରା । କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ନେତୃତ୍ବରେ ଆରମ୍ଭ ହୋଇଥିବା ପରିବର୍ତ୍ତନ ପଦଯାତ୍ରାକୁ ସ୍ଵାଗତ କରାଯାଇଥିଲା । ସବୁ ବର୍ଗକୁ ଯାତ୍ରାରେ ଯୋଡ଼ିବାକୁ ପ୍ରୟାସ କରୁଛି କଂଗ୍ରେସ । ତେବେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଦେଖିବାକୁ ମିଳିନଥିଲା ।

ଏହାକୁ ନେଇ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । କଂଗ୍ରେସ ନିଷ୍ପତ୍ତି ବିରୋଧରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ମହମ୍ମଦ ମୋକିମ । ଏହାପରେ କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରିଥିଲା । ଏହି ନୋଟିସର ଜବାବ ଦେବାପରେ ଦଳୀୟ କାର୍ଯ୍ୟକ୍ରମରୁ ନିବୃତ୍ତ ରହି ଚୁପ୍‌ ରହିଥିଲେ ମହମ୍ମଦ ମୋକିମ । ଏପରିକି ଧାମନଗର ଉପନିର୍ବାଚନରେ ଦଳୀୟ ଷ୍ଟାର୍‌ ପ୍ରଚାରକ ତାଲିକାରୁ ତାଙ୍କୁ ବାଦ ଦିଆଯାଇଥିଲା ।

ତେବେ ଭାରତ ଯୋଡ଼ ଯାତ୍ରା କଟକ ଦେଇ ଯିବା ସମୟରେ ମୋକିମଙ୍କ ଅନୁପସ୍ଥିତ ରହିବାକୁ ଦଳୀୟ ବିଧାୟକ ସୁର ରାଉତରାୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ମୋକିମ କଣ ଆଉ ଆମ ସହ ଅଛନ୍ତି । ସେ ଜଣେ ଧନୀ ଲୋକ ସେ ବଡ଼ ବଡ଼ ଭାକୁର ଖୋଜୁଛନ୍ତି କଂଗ୍ରେସରେ ତାଙ୍କୁ କେହି ପସନ୍ଦ ନୁହେଁ । ତେବେ ସେ ନଆସିଲେ ବି କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା ଭଲରେ ଚାଲିଛି । କଟକରେ ପଦଯାତ୍ରାକୁ ବିପୁଳ ସମର୍ଥନ ମିଳିଛି ।"

କଂଗ୍ରେସର ପରିବର୍ତ୍ତନ ସଙ୍କଳ୍ପ ପଦଯାତ୍ରା(congress parivartan Sankalp yatra) 90 ଦିନ ଧରି ଚାଲିବ । 2250 କିମି ଚାଲିଚାଲି ବୁଲିବେ ପିସିସି ସଭାପତି ଓ ଅନ୍ୟ ନେତାଏ । 1୯ଟି ସଂସଦୀୟ କ୍ଷେତ୍ରର 27ଟି ଜିଲ୍ଲାକୁ ଛୁଇଁବ କଂଗ୍ରେସର ପଦଯାତ୍ରା । ତାହାରି ମଧ୍ୟରେ ବୁଦ୍ଧିଜୀବୀ, ମହିଳା ସଂଗଠନ, ସାଂସ୍କୃତିକ ସଂଗଠନ, ଯୁବ ଓ ଛାତ୍ର ସଂଗଠନ, ଚାଷୀ ଶ୍ରମିକ ସଂଗଠନକୁ ଭାରତ ଯୋଡ଼ ଯାତ୍ରାରେ ସାମିଲ କରାଯିବ । ପ୍ରତିଦିନ 20 କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ । ଯାତ୍ରା ଶେଷରେ କଣ୍ଟେନର୍‌ ଓ ଟେଣ୍ଟ୍‌ରେ ରହିବାର ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.