ETV Bharat / state

Assembly Monsoon Session: 'ଗୃହ ନ ଚାଲିବା ଦୁର୍ଭାଗ୍ୟ ଓ ନିନ୍ଦନୀୟ'

author img

By ETV Bharat Odisha Team

Published : Sep 30, 2023, 4:36 PM IST

Updated : Sep 30, 2023, 5:57 PM IST

ବିଧାନସଭାର ମୌସୁମୀ ଅଧିବେଶନରେ ଗୃହ ହେଉନି ସ୍ବାଭାବିକ । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନଥିବାରୁ ପୁଣି କ୍ଷୋଭ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

Congress Leader Narasingha Mishra
Congress Leader Narasingha Mishra
Assembly Monsoon Session: 'ଗୃହ ନ ଚାଲିବା ଦୁର୍ଭାଗ୍ୟ ଓ ନିନ୍ଦନୀୟ'

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ସ୍ବାଭାବିକ ଭାବେ ଗୃହ ଚାଲୁନାହିଁ । ବିରୋଧୀ ଓ ଶାସକ ମୁହାଁମୁହିଁ ହେବାରୁ ବାରମ୍ବାର ଗୃହ ମୁଲତବୀ ହେଉଛି । ରାଜ୍ୟର ସ୍ବାର୍ଥ ସମ୍ବନ୍ଧୀୟ ଆଲୋଚନା ହୋଇପାରୁନାହିଁ । ବିରୋଧୀ ବିରୋଧ କରିବେ । ସରକାର ଗୃହ ଚଳାଇବା କଥା । ଗୃହ ଚାଲିନପାରିବା ଦୁଃଖଦ ଓ ଦୁର୍ଭାଗ୍ୟ ଘଟଣା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।

ନରସିଂହ କହିଛନ୍ତି, "ଗୃହ ଚାଲି ନପାରିବା ଦୁର୍ଭାଗ୍ୟ ଓ ଦୁଃଖଦ ଘଟଣା । ରାଜରାସ୍ତାରେ ବିଭିନ୍ନ ସଂଗଠନ ତାଙ୍କ ଦାବି ନେଇ ବସିଛନ୍ତି । ସେ ବାବଦରେ ଆଲୋଚନା ହୋଇଥାନ୍ତା । ଅପରାହ୍ନରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସ୍ବାସ୍ଥ୍ୟକୁ ନେଇ ମୁଲତବୀ ପ୍ରସ୍ତାବ ଥିଲା । କିନ୍ତୁ ହୋଇପାରିଲା ନାହିଁ । ଶୂନ୍ୟକାଳରେ ବେଦାନ୍ତକୁ ନେଇ ପ୍ରସଙ୍ଗ ଉଠା ଯାଇଥାନ୍ତା । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାର ଚଲାଇପାରିବା କଥା ନୁହେଁ । ତାଙ୍କ ଉପରେ ମାମଲା ରୁଜୁ ହେବା କଥା । ସେତେବେଳେର ମିଳିତ ସରକାରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇପାରେ । ଖାଲି ନେତା ନୁହେଁ ଅଫିସରଙ୍କ ବିରୋଧରେ ବି ହୋଇପାରେ । ତା' ଉପରେ ଗୃହରେ ଗୁରୁତ୍ଵ ଦେଇ ଆଲୋଚନା ହେବା କଥା ।"

ଏହା ବି ପଢନ୍ତୁ- ଗ୍ରିଭାନ୍ସର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା: ନରସିଂହ

ସେ ଆହୁରି କହିଛନ୍ତି, "ବିରୋଧୀ ବିରୋଧ କରିବେ । ସରକାର ଗୃହ ଚଳାଇବା କଥା । କିନ୍ତୁ ନ ଚଳାଇବା ଭୁଲ । କଂଗ୍ରେସ ଗୃହରେ କିଛି ବିଶୃଙ୍ଖଳା କରିନାହିଁ । ଆଉ ସମୟ ନାହିଁ । ହାତରେ ମାତ୍ର ଗୋଟେ ଦିନ ଅଛି । ଗୃହକୁ ବାରମ୍ବାର ବନ୍ଦ କରିବା ଫଳରେ ଅନେକ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନାହିଁ । ପୂର୍ବରୁ ଗୃହକୁ ସ୍ଵାଭାବିକ କରିବା ପାଇଁ ଅନେକ ରାସ୍ତା ବାହାରିଛି । ଆଜି ମଧ୍ୟ ବାଚସ୍ପତି ବିରୋଧୀଙ୍କ ସହ ଆଲୋଚନା କରି ବାହାର କରିପାରିଥାନ୍ତେ । କିନ୍ତୁ ସେ ଏପରି କଲେ ନାହିଁ । ସର୍ବଦଳୀୟ ବୈଠକ ବି ଡାକିଲେ ନାହିଁ । କାହା ଇଙ୍ଗିତରେ ଏମିତି ହେଉଛି ବୁଝାପଡୁନି ।"

ଏହା ବି ପଢନ୍ତୁ- Monsoon Session: ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ସରକାର ଭୟଭୀତ ଅଛନ୍ତି । ବ୍ୟକଫୁଟକୁ ପଳେଇଛନ୍ତି । ବିରୋଧୀଙ୍କ ପ୍ରଶ୍ନର ସିଧା ଉତ୍ତର ନଦେଇ ୟାଡୁ ସାଡୁ କହୁଛନ୍ତି । ବିରୋଧୀ ଦଳର ନେତାମାନଙ୍କୁ ପାଗଳ କହିଲେଣି । ବିଜେପି ସଦସ୍ୟ ମଧ୍ୟ ନଛୋଡ ବନ୍ଧା । କିନ୍ତୁ ସେ ସଂସଦ କଥାକୁ ମନେ ପକାଉ ନାହାନ୍ତି । ତାଙ୍କ ସରକାର ସଂସଦ କେମିତି ଚଳାଉଛନ୍ତି ତାହା କୁହନ୍ତୁ । ନବୀନ ତାଙ୍କ ଦିଗଦର୍ଶନକୁ ଆପଣାଇଛନ୍ତି । ମୋଦି ଆଗେ ଆଗେ ନବୀନ ତାଙ୍କ ପଛେ ପଛେ । କିନ୍ତୁ ଯାହାବି ହେଲେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା କଥା । ତାଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ଦେବା କଥା ବାଚସ୍ପତି । କିନ୍ତୁ ଯାହା ହେଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ହେଉନାହିଁ ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 30, 2023, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.