ଖୋର୍ଦ୍ଧା: ଗୋଟିଏ ପରେ ଗୋଟିଏ ବାହାନା କରି ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଛି ଶାସକ ଦଳ । ଏଭଳି କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା । ସେହିପରି ତୃଣମୂଳ ସ୍ତରରେ ସରକାରୀ ଦଳ ଲୋକଙ୍କୁ ବିଭିନ୍ନ ବାହାନା କରି ଲୁଟୁଛି ।
ତେଣୁ ଏଥର ସରକାରୀ ଦଳ ପଞ୍ଚାୟତ ନିର୍ବାଚନରେ ବିଫଳ ହେବ ଜାଣିପାରି ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଅପଚେଷ୍ଟା କରୁଛି । ଶୁକ୍ରବାର ଖୋର୍ଦ୍ଧା ଗସ୍ତରେ ଆସିଥିବା ଜୟଦେବ ଏଭଳି ମନ୍ତବ୍ୟ ଦେଇଥିଲେ । ଏହାସହ ଲୋକ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ