ETV Bharat / state

କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ, ଗଠନ ହେଲା ରାଜନୈତିକ ବ୍ୟାପାର କମିଟି

author img

By

Published : Apr 22, 2023, 4:14 PM IST

କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କୁ ଦଳରେ ମିଳିଲା ଗୁରୁ ଦାୟିତ୍ବ । ବିଜୟଙ୍କୁ ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେହିଭଳି ୨୭ ଜଣ ସଦସ୍ୟଙ୍କୁ ନେଇ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ଅଧିକ ପଢ଼ନ୍ତୁ

କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ
କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ
କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ
କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ

ଭୁବନେଶ୍ବର: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମିଳିଛି ଗୁରୁ ଦାୟିତ୍ବ । ବିଜୟଙ୍କୁ ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ହିସାବରେ ବିଜୟ ପଟ୍ଟନାୟକ ଦାୟିତ୍ବ ଭାର ବହନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ... Jharsuguda bypoll: ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ସମନ୍ୱୟ ବୈଠକ

ସେହିପରି ଗଠନ ହୋଇଛି କଂଗ୍ରେସର ରାଜନୈତିକ ବ୍ୟାପାର କମିଟି । ରାଜନୈତିକ ବ୍ୟାପାର କମିଟିରେ ୨୭ ଜଣ ସଦସ୍ୟ ରହିଛନ୍ତି । ଯାହାର ତାଲିକା ଏଆଇସିସି ପକ୍ଷରୁ ଆଜି ପ୍ରକାଶ କରାଯାଇଛି । କମିଟିରେ ରାଜ୍ୟ କଂଗ୍ରେସ ପ୍ରଭାରୀ, ପିସିସି ସଭାପତି, ବିଧାୟକ ଦଳ ନେତା, ସାଂସଦ, କାର୍ଯ୍ୟକାରୀ ସଭାପତି, ପ୍ରଚାର କମିଟି ସଭାପତି, ପୂର୍ବତନ ପିସିସି ସଭାପତି ଏବଂ ବିଧାୟକ ମାନେ ସାମିଲ ଅଛନ୍ତି । ତେବେ କମିଟିରେ ମହମ୍ମଦ ମୋକିମଙ୍କ ସହ ବହୁ ବିଧାୟକ ବାଦ ମଧ୍ୟ ପଡିଛନ୍ତି । ତାଲିକାରେ ଓଡିଶା ପ୍ରଭାରୀ ଡଃ ଏ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ନାଁ ରହିଛି ।

କଂଗ୍ରେସ ରାଜନୈତିକ ବ୍ୟାପାର କମିଟି
କଂଗ୍ରେସ ରାଜନୈତିକ ବ୍ୟାପାର କମିଟି

ଏହା ମଧ୍ୟ ପଢ଼ନ୍ତୁ... World Earth Day: ସଚେତନ ରୁହନ୍ତୁ, ନିଜର ସୁସ୍ଥତା ପାଇଁ ପୃଥିବୀର ଦାୟିତ୍ବ ନିଅନ୍ତୁ

ସେହିଭଳି ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ, ସୁଶୀଳା ତିରିଆ, କିଶୋର ଚନ୍ଦ୍ର ପଟେଲ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ଜଗନ୍ନାଥ ପଟ୍ଟନାୟକ, ଶରତ କୁମାର ରାଉତ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ସନ୍ତୋଷ ସିଂହ ସାଲୁଜା, ବିଶ୍ବରଞ୍ଜନ ମହାନ୍ତି, ସସ୍ମିତା ବେହେରା, ଯଜ୍ଞେଶ୍ୱର ବାବୁ, ଜିୟା ଉଲ ହକ୍, ଶରତ ପ୍ରଧାନ, ଅମୀୟ ପଟ୍ଟନାୟକ, ବିସ୍ମୟ ମହାପାତ୍ର ପ୍ରମୁଖ କମିଟିରେ ସାମିଲ ଅଛନ୍ତି । ତେବେ ଏଆଇସିସିରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ତଥା ରାଜନୈତିକ ବ୍ୟାପାର କମିଟିରୁ ଅନେକ ବିଧାୟକଙ୍କୁ ବାଦ ଦିଆଯାଇଥିବାରୁ ଏହା ଦଳ ପାଇଁ ଏକ ଚିନ୍ତାର କାରଣ ପାଲଟିପାରେ ବୋଲି ଆଲୋଚନା ହେଉଛି ।

କଂଗ୍ରେସ ରାଜନୈତିକ ବ୍ୟାପାର କମିଟି
କଂଗ୍ରେସ ରାଜନୈତିକ ବ୍ୟାପାର କମିଟି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.