ETV Bharat / state

ନୂଆ ଚେହେରାଙ୍କୁ ଆକର୍ଷିତ କରିବାରେ କେଉଁ ଦଳ ଆଗରେ, ବିଜେଡି-ବିଜେପିକୁ ପଛରେ ପକାଇଲା କି କଂଗ୍ରେସ ?

author img

By

Published : Jul 25, 2023, 10:15 PM IST

Updated : Jul 26, 2023, 11:04 AM IST

୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଚେହେରାଙ୍କୁ ଦଳରେ ସାମିଲ କରିବାରେ କଂଗ୍ରେସ ଆଗରେ ରହିଛି ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି । ନିକଟରେ ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସରେ ସାମିଲ ହୋଇଥିବା ବେଳେ ବିଜେପି କିମ୍ବା ବିଜେଡିରେ ସେଭଳି ଆଖିଦୃଶିଆ ନେତା ସାମିଲ ହୋଇନାହାନ୍ତି । ଅଧିକ ପଢ଼ନ୍ତୁ

ବିଜେଡି- ବିଜେପିକୁ ପଛରେ ପକାଇଲା କି କଂଗ୍ରେସ ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ପ୍ରତିଦିନ ପ୍ରସ୍ତୁତ ହେଉଛି ନୂଆ ନୂଆ ରଣନୀତି । ଏହାରି ଭିତରେ ନୂଆ ଚେହେରାଙ୍କୁ ନିଜ ଦଳ ଆଡକୁ କିଏ ଅଧିକ ଆକର୍ଷିତ କରିପାରୁଛି, ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ବିଜେଡି, ବିଜେପି ଓ କଂଗ୍ରେସ, କେଉଁ ଦଳ ଏହାରି ଭିତରେ ନୂଆ ଚେହେରାଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିଛନ୍ତି । ଏହା ଦେଖିବାକୁ ଗଲେ ବିଜେଡି ଓ ବିଜେପି ଠାରୁ ଆଗରେ ରହିଛି କଂଗ୍ରେସ । କାରଣ ବିଜୟ ପଟ୍ଟନାୟକଙ୍କ ପରି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କଂଗ୍ରେସରେ ଯୋଗଦେବା ପରେ ସେଥିରେ ପ୍ରଭାବିତ ହୋଇ ନିକଟରେ ଆହୁରି ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ହାତ ଧରିଛନ୍ତି । ହେଲେ ବିଜେଡି କିମ୍ବା ବିଜେପିରେ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ନେତା ଯୋଗ ଦେଇନାହାନ୍ତି ।

ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡି ବିଜେପି ତୁଳନାରେ ନୂଆ ଚେହେରାଙ୍କୁ ଆକର୍ଷିତ କରି ଦଳରେ ସାମିଲ କରିବାରେ କଂଗ୍ରେସ ପାଦେ ଆଗରେ ରହିଛି । କଂଗ୍ରେସର ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଠାରୁ । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରିବା ସହିତ ଗୁରୁତ୍ବପୂର୍ଣ୍ଣ ପଦବୀରେ ରଖିଛି ଦଳ । ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଛି । ବିଜୟ ପଟ୍ଟନାୟକ ଦଳରେ ସାମିଲ ହେବା ଏବଂ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିବା ଅନ୍ୟ ବ୍ୟୁରୋକ୍ରାଟମାନଙ୍କୁ ମଧ୍ୟ ପ୍ରଭାବିତ କରିଛି ।" ଦିନକ ତଳେ କଂଗ୍ରେସରେ ସାମିଲ ହୋଇଥିଲେ ୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ସେମାନେ ହେଲେ ପଞ୍ଚାନନ ଦାସ, ବିଶ୍ବନାଥ ଆଚାର୍ଯ୍ୟ, ରବୀନ୍ଦ୍ର ନାଥ ମିଶ୍ର ଏବଂ ଉଦ୍ଧବ କର । ଏଥିରୁ ନୂଆ ଚେହେରାଙ୍କୁ ଦଳ ଆଡକୁ ଆକର୍ଷିତ କରିବାରେ କଂଗ୍ରେସ ୧ ନମ୍ବର ସ୍ଥାନରେ ରହିଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...ସଂଗଠନ ସଜାଡୁଛି କଂଗ୍ରେସ, ଯୋଗଦେଲେ 4 ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "କଂଗ୍ରେସ ଆଡକୁ ଆକର୍ଷିତ ହେବାର କାରଣ ହେଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଖୋଲା ଲଢେଇ । ବିଶେଷ କରି ଶିକ୍ଷିତ ଲୋକ ଏବଂ ଯୁବପୀଢି କଂଗ୍ରେସ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ସେମାନେ ସ୍ବାଧୀନ ଭାବେ ନିଜ ମତ ରଖିବାର ଏକ ପ୍ଲାଟଫର୍ମ ପାଉଛନ୍ତି । ଅମଲାମାନେ ଏବେ ରାଜ୍ୟରେ ଶାସନ ଚଳାଉଛନ୍ତି, ଗଣତନ୍ତ୍ର ବଦଳରେ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର । କିନ୍ତୁ କିଛି ଅମଲା ଅବସରଗ୍ରହଣ କରିବା ପରେ କଂଗ୍ରେସରେ ଯୋଗ ଦେଇ ସରକାର ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆଗେଇ ଆସୁଛନ୍ତି । ଏହା ନିର୍ବାଚନ ପୂର୍ବରୁ ଏକ ଭଲ ସଂକେତ । କାରଣ ସେମାନେ ଜାଣି ସାରିଲେଣି, ୨୦୨୪ ନିର୍ବାଚନରେ ବିଜେଡି କି ବିଜେପି ନୁହେଁ, କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ସେମାନଙ୍କୁ ଉତ୍ତମ ଶାସନ ଯୋଗାଇବାରେ ।" ସେଥିପାଇଁ ଖାସକରି ଯୁବପିଢି କଂଗ୍ରେସ ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି ବୋଲି କହିଛନ୍ତି ଜୟଦେବ ।

ଅନ୍ୟପଟେ ବିରୋଧୀ ଦଳ ନେତା ମୋହନ ମାଝୀ କହିଛନ୍ତି,"ନେତା କିମ୍ବା ବ୍ୟକ୍ତିବିଶେଷଙ୍କ ଇତିହାସକୁ ତର୍ଜମା କରି ଆମେ ଦଳରେ ସାମିଲ କରିଥାଉ । ବିଜେପି କଂଗ୍ରେସ ତୁଳନାରେ କି ବିଜେଡି ତୁଳନାରେ ପଛରେ ପଡିନାହିଁ । ଅନେକ ବ୍ୟୁରୋକ୍ରାଟ ଅତୀତରେ ଦଳରେ ସାମିଲ ହୋଇଛନ୍ତି । ଏବେ ମଧ୍ୟ ସାମିଲ ହେଉଛନ୍ତି । ଦଳ କ୍ଷମତାକୁ ଆସିଲେ ସେହି ବ୍ୟକ୍ତିବିଶେଷ ମାନଙ୍କୁ ଯୋଗ୍ୟତା ଅନୁସାରେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରାଯିବ । ବଡ଼କଥା ହେଲା ଏବେ ସାମିଲ କରାଯାଉଥିବା ନୂଆ ଚେହେରାମାନଙ୍କୁ ତର୍ଜମା କରାଯାଉଛି କି ପଦପଦବୀ ଲାଳସାରେ ସେମାନେ ଦଳରେ ଯୋଗଦେଉଛନ୍ତି, ନା ସାଂଗଠନିକ ପରମ୍ପରା ଅନୁସାରେ ଦଳ ପାଇଁ କାମ କରିବାକୁ ସେମାନଙ୍କ ମଧ୍ୟରେ ଆଗ୍ରହ ଅଛି ।" ତେବେ ଯାହା ହେଉନା କାହିଁକି, ନୂଆ ଚେହେରାଙ୍କୁ ଆକର୍ଷିତ କରିବାରେ କଂଗ୍ରେସ ତୁଳନାରେ ଦଳ ପଛରେ ପଡିନାହିଁ ବୋଲି ମୋହନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...BJD Mishrana Parva: ପଦ୍ମ ଛାଡି ଶଙ୍ଖ ଶିବିରରେ ଜଗଦୀଶ ବିଶ୍ବାଳ

ନିକଟରେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ବାଳ । ଏହା ସମ୍ବଲପୁର ବିଜେଡିକୁ ଶକ୍ତିଶାଳି କରିବ ବୋଲି ବିଜେଡି ନେତା ମାନସ ମଙ୍ଗରାଜ କହିଛନ୍ତି । କିନ୍ତୁ ଯଦି କଂଗ୍ରେସ ସହ ତୁଳନା କରାଯାଏ, ସେଭଳି ଆଖିଦୃଶିଆ ନେତା ବିଜେଡିରେ ଯୋଗ ଦେଇନାହାନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଲୋକମାନଙ୍କ ମଧ୍ୟରେ ଦଳର ଗ୍ରହଣୀୟତାକୁ ନେଇ ଯେଉଁ ଭାବ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ସେଥିରେ କେଉଁଠି ନା କେଉଁଠି ଫେଲ ମାରିଛନ୍ତି ଉଭୟ ବିଜେଡି ଓ ବିଜେପି । ଦେଖିବାର କଥା, ନିର୍ବାଚନକୁ ଆହୁରି କିଛି ମାସ ସମୟ ଥିବାବେଳେ ନୂଆ ନେତା ସାମିଲ କରିବା ପାଇଁ କଂଗ୍ରେସକୁ କିପରି ଟକ୍କର ଦେଉଛନ୍ତି ବିଜେଡି ଓ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 26, 2023, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.