ETV Bharat / state

Adani-Hindenburg Issue: ଷ୍ଟେଟବ୍ୟାଙ୍କ ଓ ଏଲଆଇସି ଅଫିସ ଆଗରେ ଧାରଣା ଦେବ କଂଗ୍ରେସ

author img

By

Published : Feb 23, 2023, 1:57 PM IST

ଆଦାନୀ ଗ୍ରୁପ ପ୍ରସଙ୍ଗରେ ୬ରୁ ୧୦ ତାରିଖ ଯାଏଁ ଏଲଆଇସି ଓ ଏସବିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲା ଦଳ । ଅଧିକ ପଢନ୍ତୁ

congress hold press meet
congress hold press meet

ଭୁବନେଶ୍ବର: ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡନବର୍ଗ ରିପୋର୍ଟ ନେଇ ଦେଶରେ ବିବାଦ ଥମିବାର ନାଁ ନେଉନି । ଏଲଆଇସି ଓ ଷ୍ଟେଟ ବ୍ୟାଙ୍କର ଟଙ୍କା ଆଦାନୀ ଗ୍ରୁପରେ ଲାଗିଥିବାରୁ ମୋଦି ସରକାରଙ୍କୁ ଘେରୁଛନ୍ତି ବିରୋଧି । ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଥିବା କଂଗ୍ରେସ ଅଭିଯୋଗ କରୁଛି । ଆଦାନୀ ଗ୍ରୁପର ଏହି ଆର୍ଥିକ ଅନିୟମିତତା ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାର ସଦର ମହକୁମା ଠାରେ ଏସବିଆଇ ଏବଂ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହାସହିତ ବ୍ଲକ ଘେରାଉ କରିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ନେତା ସୁର ରାଉତରାୟ ସୂଚନା ଦେଇଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ଆଦାନୀ ଓ ଅମ୍ବାନୀଙ୍କ ପାଇଁ ଭାରତୀୟ ପୁଞ୍ଜି ବଜାର ବିଶ୍ବର ସର୍ବବୃହତ ଷ୍ଟକ ବଜାର ମାନ୍ୟତା ହରାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଳ୍ପପତିଙ୍କୁ ଅନେକ ଅର୍ଥ ପ୍ରଦାନ କରିଛନ୍ତି । ବିଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିଟେନକୁ ଭାରତକୁ ଅତିକ୍ରମ କରି ବିଶ୍ବର ଷଷ୍ଠ ବୃହତ ପୁଞ୍ଜି ବଜାର ହୋଇଛି । ଭାରତର ସେୟାର ବଜାର ହ୍ରାସ ଯୋଗୁଁ ୪ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାର ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ।

ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି । ଦେଶ କାଙ୍ଗାଳ ହେବାକୁ ବସିଲାଣି । ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଡାକରାରେ ସାରା ଦେଶରେ ଏହା ବିରୋଧରେ ପ୍ରତିବାଦ କରାଯିବ ରାଜ୍ୟ କଂଗ୍ରେସ କହିଛି । କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ଏହା ବିରୋଧରେ ପ୍ରତିବାଦ ଚାଲିବ । ଆସନ୍ତା ସପ୍ତାହରେ ବ୍ଲକ ଘେରାଉ କରାଯିବ । ଏହାସହ ବିଧାନସଭା ଘେରାଉ ମଧ୍ୟ କରାଯିବ । ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ଏହି ପ୍ରତିବାଦ କରିବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

ଆଦାନୀର ଆର୍ଥିକ ଅନିୟମିତତା ନେଇ ଦେଶରେ ଅସ୍ଥିରତା ଲାଗି ରହିଛି । ତେଣୁ ଏହାର ତୀବ୍ର ପ୍ରତିବାଦ କରି ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ରାଜଭବନ ଘେରିବ କଂଗ୍ରେସ । ଶେଷରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ସେହିପରି ଆଜିଠାରୁ ପ୍ରତି ଜିଲ୍ଲାରେ ଆଦାନୀ ଗ୍ରୁପର ଆର୍ଥିକ ଅନିୟମିତତା ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯିବ । ସମ୍ମିଳନୀରେ ଆଦାନୀ ଅର୍ଥ ଘୋଟଲା, ପ୍ରଧାନମନ୍ତ୍ରୀଙ୍କ ସହ ଆଦାନୀର ସମ୍ପୃକ୍ତି ନେଇ ଆଲୋଚନା ହେବ ବୋଲି କଂଗ୍ରେସ କହିଛି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.