ETV Bharat / state

ଓଡିଶାରେ ବିହାର ପ୍ରଭାବ: ତୁରନ୍ତ ଜାତିଭିତ୍ତିକ ଜନଗଣନା କାର୍ଯ୍ୟକାରୀ କରିବାକୁ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Oct 4, 2023, 10:18 PM IST

ବିହାର ସରକାରଙ୍କ କାର୍ଯ୍ୟକାରିତା ପରେ ଓଡିଶାରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବାକୁ ଦାବି କଲା କଂଗ୍ରେସ । ଓବିସି ପାଇଁ ସରକାର କ’ଣ କରିଛି ବୋଲି ପ୍ରଶ୍ନ କଲା ଦଳ । ଅଧିକ ପଢନ୍ତୁ

ଓଡିଶାରେ ଜାତିଭିତ୍ତିକ ଜନଗଣନା ତାତି, ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କଲା କଂଗ୍ରେ

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟରେ ମଧ୍ୟ ରାଜନୀତି ତେଜିବାରେ ଲାଗିଛି । ବିହାର ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କଲା ପ୍ରଦେଶ କଂଗ୍ରେସ । ରାଜ୍ୟ ସରକାର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ କଣ କରିଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟରେ ପଛୁଆ ଜାତି ୬୩% ବୋଲି ତଥ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ନିଶାନା ସାଧିଛନ୍ତି । ମଧ୍ୟ ପ୍ରଦେଶର ଗ୍ବାଲିଆରରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଜାତିଭିତ୍ତିକ ଗଣନା ସମାଜର ବିଭାଜନ ସୃଷ୍ଟି କରିବ । ବିକାଶକୁ ବିରୋଧ କରି ଲୋକଙ୍କୁ ଜାତି ଆଧାରରେ ବିଭାଜନ କରାଯାଉଛି । ସେପଟେ ମୋଦିଙ୍କୁ କଂଗ୍ରେସ ଟାର୍ଗେଟ କରିଛି । କେନ୍ଦ୍ର ସରକାର ଜାତିଭିତ୍ତିକ ଗଣନା କରନ୍ତୁ, ନହେଲେ I.N.D.I.A. ମେଣ୍ଟ କ୍ଷମତାକୁ ଆସିଲେ କରିବ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଏହା ମଧ୍ୟ ପଢନ୍ତୁ:- Odisha assembly: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ, ସରକାର ଉପରେ ବର୍ଷିଲେ ନରସିଂହ

ତେବେ ଏହାକୁ ନେଇ ଓଡ଼ିଶା କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବର୍ତ୍ତମାନ ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଛି । ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଶ୍ରେଣୀକୁ ସଂରକ୍ଷଣ ଦେବା କଥା । ଭାରତବର୍ଷରେ ଜାତିପ୍ରଥା ବହୁଦିନରୁ ଅଛି । କିଛି ଜାତିର ଲୋକ ଅଛନ୍ତି ସେମାନେ ଗରିବ ଆଉ ସବୁ କ୍ଷେତ୍ରରୁ ବଞ୍ଚିତ ହେଉଛନ୍ତି । ସମ୍ବିଧାନରେ ବ୍ୟବସ୍ଥା ରହିଛି ବ୍ୟାକୱାର୍ଡ କ୍ଲାସକୁ ରାଜ୍ୟ ସରକାର ଯଦି ଚାହିଁବେ ସଂରକ୍ଷଣ ଦେଇପାରିବେ । ଏହା ଓଡ଼ିଶାରେ ପୂର୍ବରୁ ଦିଆଯାଉଥିଲା । ଗତ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ସଂରକ୍ଷଣକୁ ଉଚ୍ଛେଦ କରିଦେଲେ । ମୋଦି OBC ସଂରକ୍ଷଣକୁ ମାନୁନାହାଁନ୍ତି କାହିଁକି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ତୁରନ୍ତ ଜାତିଭିତ୍ତିକ ଜନଗଣନା କରିବା ପାଇଁ କଂଗ୍ରେସ ଦାବି କରିଛି । ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାର OBC ଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.