ETV Bharat / state

ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: ପଞ୍ଚାନନ କାନୁନଗୋ

author img

By ETV Bharat Odisha Team

Published : Nov 30, 2023, 8:51 AM IST

ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଦାବି। ଅଧିକ ପଢନ୍ତୁ

Congress press meet
Congress press meet

ଭୁବନେଶ୍ବର: ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ । ମାଗଣା ଚାଉଳ କ୍ଷୁଧା ନିବାରଣ କରିପାରେ ମାତ୍ର ଦାରିଦ୍ର‌୍ୟ ଦୂରୀକରଣ କରିପାରିବ ନାହିଁ । ଓଡ଼ିଶାରେ ନବୀନ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ଓ ପ୍ରସାର ସମ୍ପୂର୍ଣ୍ଣ ରୂପେ ଭ୍ରମାତ୍ମକ । ଓଡ଼ିଶାରେ ଦାରିଦ୍ର‌୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇ ଦେବାପାଇଁ ଏକ ପ୍ରୟାସ ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ସାମ୍ବାଦିକ ସମ୍ମିଳନୀରେ ପଞ୍ଚାନନ କାନୁନଗୋ କହିଥିଲେ ଯେ, ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ତଥ୍ୟକୁ ଦେଖିଲେ ଓଡ଼ିଶାର ଦାରିଦ୍ର‌୍ୟ ସମ୍ବନ୍ଧରେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ଆଜିର ଦିନରେ ରାଜ୍ୟରେ ରକ୍ତ ହୀନତା ରୋଗର ଶିକାର ହୋଥିବା ମହିଳାଙ୍କ ସଂଖ୍ୟା ୬୪.୩ ପ୍ରତିଶତ । ସମାନ ଭାବରେ ୬ ରୁ ୫୯ ମାସ ଶିଶୁମାନଙ୍କ କ୍ଷେତ୍ରରେ ରକ୍ତହୀନତାର ରୋଗର ପରିମାଣ ୬୪.୨ ପ୍ରତିଶତ । ଆଜିର ଦିନରେ ଅତ୍ୟଧିକ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ୮ ପ୍ରତିଶତ ରହିଛି । ୩୦ ପ୍ରତିଶତ ଶିଶୁ କୁପୋଷଣର କ୍ରମାଙ୍କ ସଂଖ୍ୟା ୧ରୁ ୪ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅଛନ୍ତି ।

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ସରକାରଙ୍କ 23 ବର୍ଷ କାଯ୍ୟକାଳ ମଧ୍ୟରେ ଏହି ଆଞ୍ଚଳିକ ବୈଶମ୍ୟ ଅଧିକ ବୃଦ୍ଧି ପାଇଛି। ପରିମଳ, କୁପୋଷଣ, ଦାରିଦ୍ର୍ୟତା ରେ ଆମ ରାଜ୍ୟ ଓଡିଶା ବହୁତ ପଛରେ ଅଛି। ରାଜ୍ୟରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରକ୍ତ ହୀନତା ଏବଂ କୁପୋଷଣ ପାଇଁ ଏହି ମାରାତ୍ମକ ରୋଗ ରାଜ୍ୟରେ ବଢ଼ୁଥିବା ବେଳେ ସରକାର କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ଭୁବନେଶ୍ୱର-ମଧ୍ୟ ଆସନ: ବିଜେଡିର ମୁଦ୍ଦା ବିକାଶ, ବିଜେପିର ନାରା ପରିବର୍ତ୍ତନ, ନୂଆ ମୁହଁ ଖୋଜୁଛି କଂଗ୍ରେସ

ସେ ଆହୁରି ମଧ୍ୟ କହିଛନ୍ତି ଯେ, 2002 ମସିହାରେ ଜଷ୍ଟିସ ଏ.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । 2008 ମହିହାରେ କମିଟି ତରଫରୁ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ସରକାର ଏହି ତଥ୍ୟକୁ ସାର୍ବଜନୀନ କଲେନାହିଁ । ତଥ୍ୟ ସାମ୍ନାକୁ ଆସିଥିଲେ ଜଣା ପଡ଼ିଯାଇଥାନ୍ତା ଯେ, ରାଜ୍ୟରେ ସତରେ ବିକାଶ ହୋଇଛି ନା କେବଳ ସରକାର ବିଜ୍ଞାପନ ବାହାର କରି ପ୍ରଚାର ପ୍ରସାର ଦ୍ୱାରା ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ କଂଗ୍ରେସ ଦଳ ତରଫରୁ ଆମେ ଦାବି କରୁଛୁ ସରକାର ପୁନର୍ବାର ଆଉ ଏକ କମିଟି ଗଠନ କରି ରାଜ୍ୟରେ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ଏହି ତଥ୍ୟକୁ ସାର୍ବଜନୀନ କରନ୍ତୁ ।

ରାଜ୍ୟରେ ଶିଶୁ ମୃତ୍ୟୁହାର ସଂଖ୍ୟା ୩୬.୩ ପ୍ରତିଶତ ହୋଇଥିବା ବେଳେ ମାତୃ ମୃତ୍ୟୁହାର କଥା ନକହିବା ଭଲ । ମହିଳା ଏବଂ ଶିଶୁମାନେ ଯଦି ରକ୍ତହୀନତା ଏବଂ କୁପୋଷଣର ଶିକାର ହେଉଛନ୍ତି ତାହାର ମୁଖ୍ୟ କାରଣ ହେଉଛି ଦାରିଦ୍ର‌୍ୟ । ଓଡ଼ିଶାରେ କର୍ମନିଯୁକ୍ତିର ଅଭାବ ଏବଂ ଉତ୍କଟ ବେକାରୀ ହେତୁ ଦାରିଦ୍ର‌୍ୟ ବଢ଼ୁଛି ଏବଂ ଓଡ଼ିଶା ସମଗ୍ର ଭାରତବର୍ଷରେ ବର୍ତମାନ ଦରିଦ୍ରତମ ରାଜ୍ୟ ଭିତରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ମାଗଣା ଚାଉଳ ଭୋକିଲା ଲୋକର ଭୋକ ମେଂଟାଇ ପାରେ କିନ୍ତୁ ସୁସ୍ଥ ଜୀବନଯାପନ କରିବା ନିମନ୍ତେ ଜଣେ ବ୍ୟକ୍ତି ପାଇଁ ପୃଷ୍ଟିକର ଆହାର ନିତ୍ୟାନ୍ତ ଆବଶ୍ୟକ । ସାଧାରଣ ଲୋକ ଓଡ଼ିଶାରେ ଅତ୍ୟଧିକ ଦରଦାମ ବୃଦ୍ଧି ଏବଂ ରୋଜଗାର ନଥିବା ହେତୁ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ଦରଦାମ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡି ସରକାରଙ୍କ ତରଫରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆନଯିବା ଅତ୍ୟନ୍ତ ପରିତାପର ବିଷୟ ।

କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାର ଅବସ୍ଥା କହିଲେ ନସରେ । ଖଣି ଖାଦାନରେ ସମୃଦ୍ଧ ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଭଳି ଜିଲ୍ଲା ଗୁଡ଼ିକରେ ସାଧାରଣ ଜନତାଙ୍କର ଜୀବନଧାରଣର ମାନ ଅତ୍ୟନ୍ତ ଦୁର୍ବିସହ । ଦାରିଦ୍ର‌୍ୟ ନଥିଲେ ଅପପୁଷ୍ଟି, କୁପୋଷଣ, ରକ୍ତହୀନତା, ଅତ୍ୟଧିକ ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାରର ସଂଖ୍ୟା ଏତେ ଅଧିକ ହୋଇନଥାନ୍ତା । ସେଥିପାଇଁ ରାଜ୍ୟ ସରକାରଙ୍କୁ ଏକ ଆଞ୍ଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦାବି ଉପସ୍ଥାପନ କରିବା ସହିତ ୪୦ ଦିନ ଭିତରେ ତାର ରିପୋର୍ଟକୁ ସାର୍ବଜନୀନ କରିବାପାଇଁ କହିଥିଲେ କାନୁନଗୋ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.