ETV Bharat / state

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଡେଡ୍‌ଲାଇନ ଦେଲା କଂଗ୍ରେସ - ଶ୍ରୀଲମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ

ଶ୍ରୀଲମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗରେ ପୁରୀରେ କଂଗ୍ରେସର ସମାବେଶ । ୨୮ ଭିତରେ ଦାବି ପୂରଣ ନହେଲେ ଜୋରଦାର ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ

Congress rally in Puri
Congress rally in Puri
author img

By ETV Bharat Odisha Team

Published : Oct 17, 2023, 9:40 AM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସର ରଣହୁଙ୍କାର। ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଚାରିଦ୍ୱାର ଖୋଲିବାକୁ ରାଜନୈତିକ ପ୍ରସଙ୍ଗ କରିଛି କଂଗ୍ରେସ। ଅକ୍ଟୋବର 28 ସୁଦ୍ଧା ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ କଣ୍ଟ ଦେଇଛି କଂଗ୍ରେସ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ବୋଲି କହିଛି ରାଜ୍ୟ କଂଗ୍ରେସ। ଏନେଇ ପୁରୀରେ କଂଗ୍ରେସର ସମାବେଶ କରାଯାଇଥିବା ବେଳେ ପ୍ରାୟ 10 ହଜାରରୁ ଅଧିକ ଲୋକେ ଯୋଗ ଦେଇଥିଲେ। କେବେ ରତ୍ନ ଭଣ୍ଡାର ଖୋଲାଯିବ ? ଶ୍ରୀମନ୍ଦିର ର ଚାରିଦ୍ୱାର କେବେ ଖୋଲିବ ? ଏନେଇ କମିଟି କେବେ ଗଠନ ହେବ ସେ ନେଇ ସରକାର ସ୍ପଷ୍ଟ ରଖନ୍ତୁ ବୋଲି କହିଥିଲେ ପିସିସି ସଭାପତି । ରାଜନୈତିକ ସମୀକ୍ଷକ ଏହାକୁ ନାପସନ୍ଦ କରିଛନ୍ତି । ଶ୍ରୀମନ୍ଦିର ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସରକାର ରତ୍ନଭଣ୍ଡାର ଖୋଲିବାକୁ ବାଧ୍ୟ, ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ରବି ଦାଶ ।

ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସୋମବାର ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀଜିଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଆସିଥାନ୍ତି । ମନ୍ଦିର ଭିତରକୁ ଗୋଟିଏ ଦ୍ୱାର ଦେଇ ଯିବାର ବ୍ୟବସ୍ଥା ଥିବାରୁ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ, ଦର୍ଶନା ଦର୍ଶନ ନିମନ୍ତେ ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ତେବେ ଶ୍ରୀମନ୍ଦିର ର ଚାରିଦ୍ୱାର କେବେ ଖୋଲିବ ? ଏନେଇ କମିଟି କେବେ ଗଠନ ହେବ ସେ ନେଇ ସରକାର ସ୍ପଷ୍ଟ ରଖନ୍ତୁ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରସଙ୍ଗ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବନ୍ଦ ଡାକରାକୁ ସ୍ଥଗିତ ରଖିଲା ଜଗନ୍ନାଥ ସେନା

ସେ ଆହୁରି ମଧ୍ୟ କହିଥିଲେ ଯେ, ଦୀର୍ଘଦିନ ଧରି ରତ୍ନଭଣ୍ଡାର ଚାବି ହଜିବା ବାହାନାରେ ଆଜି ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଖୋଲାଯାଉ ନାହିଁ । ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ଏବଂ ଭକ୍ତମାନଙ୍କର ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନଥିବା ଘୋର ପରିତାପର ବିଷୟ । ଫଳରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ହୋଇପାରୁନାହିଁ । ଅନ୍ୟପକ୍ଷରେ ରତ୍ନ ଭଣ୍ଡାରର କାନ୍ଥ ଓ ଛାତରୁ ପାଣି ଝରୁଥିବାର କେବଳ ଅଭିଯୋଗ ହେଉନାହିଁ, ଭାରତୀୟ ପ୍ରତ୍ନତାତ୍ୱିକ ସର୍ବକ୍ଷେଣ ସଂସ୍ଥା ମଧ୍ୟ ମତ ଦେଇଛନ୍ତି । ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସହିତ ଏହାର ଗଣତି, ମଣତି ଓ ମରାମତି କରାଯିବା ପାଇଁ ଶରତ ପଟ୍ଟନାୟକ ଦାବି କରିଥିଲେ ।

ପୁରୀରେ ବସବାସ କରୁଥିବା ପ୍ରାୟ 80 ହଜାର ପରିବାରଙ୍କର ଭୂ ସମ୍ପତ୍ତିର ମାଲିକାନା ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି । ସେମାନେ ଏହି ସମ୍ପତିକୁ ବିଭିନ୍ନ ମଠମାନଙ୍କ ଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ । ମାତ୍ର ଏବେବି ସେହି ସମ୍ପତ୍ତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି । ସରକାର ପନୁଃରାୟ ଏହି ସତ୍ୱକୁ ସେହି ପରିବାରମାନଙ୍କୁ ଦେବାକୁ କଂଗ୍ରେସ ଦାବି କରିଛି । ପୁରୀରେ ଭୂମିହିନ ଓ ବାସହିନ ସେବାୟତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଘର ଖଣ୍ଡେ ଯୋଗାଇଦେଲେ ନାହିଁ । କିନ୍ତୁ ପୁରୀରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଶହ ଶହ ଏକର ଯୋଗାଇଦେଲେ । ଏହି ଭୂମିହୀନ ସେବାୟତଙ୍କୁ ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଶରତ ଦାବି କରିଛନ୍ତି ।

ସରକାରଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ମଠ ଆଉ ମନ୍ଦିର ଓ ଐତିହ୍ୟମାନଙ୍କର ଯଥାଶୀଘ୍ର ଯଥୋଚିତ ପୁନଃସ୍ଥାପନ କରାଯାଉ । ସାରା ଭାରତ ବର୍ଷରେ ବେଦାନ୍ତ ଗୋଟିଏ ବି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ହଜର ହଜାର ଏକକରୁ ଅଧି ଜମି ଏପରିକି ଚାଷୀମାନଙ୍କର ଚାଷ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନିମିତ ଭାବେ ଅଧିଗ୍ରହଣ କରିଥିଲେ । ନଦୀନାଳ, ଜଙ୍ଗଲ ଏପରିକି ଗୋଚର ଓ ଶ୍ମସାନ ଜମିକୁ ଛାଡ଼ିନଥିଲେ। ସୁପ୍ରିମ୍‌କୋର୍ଟ ଏହି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର 22 ମୌଜାର ନିରୀହ ଚାଷିମାନଙ୍କର ଚାଷ ଜମି ତୁରନ୍ତ ଫେରାଇ ଦିଅନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଏହି ରାୟରେ ତୀବ୍ର ଭର୍ତ୍ସନା କରିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜୋରିମନା ରାଶି ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜମିର ମାଲିକାନା ମୂଳସ୍ଥିତିବାନ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ଆର୍ଥିକ ଭାର ବହନ କରିବା ସହ ବିହିତ ବ୍ୟବସ୍ଥା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି ।ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ ,ଯଦି ସରକାର କାର୍ତିକ ମାସ ପୂର୍ବରୁ ଏହି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ଏବଂ ବ୍ୟାପକ ହେବ ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୨୦ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଉପରୋକ୍ତ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ମିଳିଛି ତର୍ଜମା କରିବୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ।କଂଗ୍ରେସ ପକ୍ଷରୁ ଦାବିପତ୍ର ମିଳିଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.