ETV Bharat / state

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ମାଗିଲା କଂଗ୍ରେସ - ହକି ବିଶ୍ବକପ୍

ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ । ଏନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଅଧିକ ପଢନ୍ତୁ

congress press meet
congress press meet
author img

By

Published : Jan 20, 2023, 11:02 AM IST

congress press meet

ଭୁବନେଶ୍ବର: ପଟିଆରେ ଗଣଦୁଷ୍କର୍ମ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ । ରାଜଧାନୀର ଅନ୍ୟତମ ପଟିଆ ରେଳ ଷ୍ଟେସନ ନିକଟରେ ଦୁଇ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ରହିଛନ୍ତି । ହକି ବିଶ୍ବକପ୍ ପାଇଁ ରଙ୍ଗୀନ ଆଲୋକମାଳାରେ ଝଟକୁଥିବା ରାଜଧାନୀରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିବା ଏବେ ଚାରିଆଡେ ଆଲୋଡନ ଖେଳାଇଛି ।

ମହିଳା ସଶକ୍ତି କରଣ କୁହାଯାଉଛି ହେଲେ ଏଠି ନ୍ୟାୟ ପାଇଁ ପୀଡିତା ପରିବାର ଥାନାରୁ ଥାନା ବୁଲୁଛି । ହେଲେ କୌଣସି ଥାନା ଅଭିଯୋଗ ରଖୁନାହାନ୍ତି । ହକି ଠାରୁ ଆରମ୍ଭ କରି ଡ଼ଟ ଫେଷ୍ଟ ହେଉଛି । ଜନ ଗହଳି ଭିତରେ ଏଭଳି କାଣ୍ଡ ଘଟୁଛି । ହେଲେ ପୋଲିସର ତପ୍ତରତା ନାହିଁ । ଶ୍ରମିକ ପରିବାର ଖାଇବାକୁ ନାହିଁ । ଯେଉଁଠି ପୋଲିସ ମହିଳା ଅଧିକାରୀ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଲୋକେ କଣ ସୁରକ୍ଷା ଆଶା କରିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ।

ତେବେ ପୋଲିସ ନିଷ୍କ୍ରିୟ ସାଜୁଛି କାହା ଚାପରେ । 2019 ଶିଶୁ ନିର୍ଯାତନାରେ ଚତୁର୍ଥ ସ୍ଥାନରେ ଥିବାବେଳେ ଏବେ ଦ୍ବିତୀୟରେ । ତୁରନ୍ତ ଏହି ଗଣଦୁଷ୍କର୍ମ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ । ପୋସ୍କୋ ଆକ୍ଟ ଲଗାଯାଇ କଠୋର ଦଣ୍ଡ ଦିଆଯାଉ ଵୋଲି ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଯୋଗ୍ୟ ଯେ, ସନ୍ଧ୍ୟା ସମୟରେ ଦୁଇ ନାବାଳିକା ପଟିଆ ରେଳ ଷ୍ଟେସନ କଡ଼ରେ ବୁଲୁଥିଲେ । ଏହି ସମୟରେ ସେଠାରେ ଥିବା କିଛି ଅସାମାଜିକ ଯୁବକ ସେମାନଙ୍କୁ ଅପହରଣ କରି ରେଳ ଓଭରବ୍ରିଜ ପାଖକୁ ନେଇ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ଦୁଇ ନାବାଳିକାଙ୍କୁ ଗୋଡ ହାତ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ପରେ ଏକଥା କାହାକୁ ଜଣାଇଲେ ସେମାନେ ଦୁହିଁଙ୍କୁ ଛାଡିବେନି ବୋଲି ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଲଜ୍ଜା: ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ହେଲେ ସକାଳେ ଦୁଇ ପୀଡିତା ସେଠାରୁ ଖସି ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସେହି ଯୁବକମାନଙ୍କୁ ପଚରାଉଚରା କରିବାରୁ ଓଲଟା ସେମାନେ କିଛି ଟଙ୍କା ଦେଇ ମୁହଁ ବନ୍ଦ ରଖିବାକୁ ଧମକାଇ ଥିଲେ । ଏନେଇ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଜଣାଇବା ପରେ ଥାନା ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.