ETV Bharat / state

Mundali Toll gate issue: ଟୋଲଗେଟ କର୍ମଚାରୀଙ୍କ ଆଚରଣକୁ କଂଗ୍ରେସର ଦୃଢ଼ ନିନ୍ଦା

author img

By

Published : May 25, 2023, 5:20 PM IST

Updated : May 25, 2023, 6:07 PM IST

କଟକ ମୁଣ୍ଡଳି ଟୋଲଗେଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା । ଟୋଲଗେଟ କର୍ମଚାରୀଙ୍କ ଆଚରଣକୁ ଦୃଢ଼ ନିନ୍ଦା କଲା କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat
Mundali Toll gate issue: ଟୋଲଗେଟ କର୍ମଚାରୀଙ୍କ ଆଚରଣକୁ କଂଗ୍ରେସର ଦୃଢ଼ ନିନ୍ଦା

ଭୁବନେଶ୍ବର: କଟକ ମୁଣ୍ଡଳି ଟୋଲଗେଟରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା । ଟୋଲ ଗେଟ କର୍ମଚାରୀଙ୍କ ଏପରି ଆଚରଣକୁ ଦୃଢ ନିନ୍ଦା କଲା କଂଗ୍ରେସ । ଚେକ ଗେଟ କର୍ମଚାରୀ ମାନେ ଯେଉଁଭଳି ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କଲେ ଏବଂ ସେମାନଙ୍କୁ ମାଡ଼ ମାରିଲେ ତାହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଟୋଲ୍‌ ଗେଟ କର୍ମଚାରୀଙ୍କ ଏଭଳି ଘୃଣ୍ୟ ମାନସିକତା ସହଜରେ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଏଭଳି ଘଟଣାଙ୍କୁ ଆମେ ନିନ୍ଦା କରୁଛୁ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଆମ ରାଜ୍ୟରେ ଏଭଳି ହିଂସା ଆଚରଣ ଠିକ୍‌ ନୁହେଁ । ପର୍ଯ୍ୟଟକଙ୍କ ଅର୍ଥରୁ ରାଜ୍ୟର ରାଜସ୍ବ ବୃଦ୍ଧି ହୋଇଥାଏ । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସହ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବା କଥା । ସେହି ଟୋଲ୍‌ ଗେଟରେ କେତେ ଟଙ୍କା ଆଦାୟ ହେଲାଣି ସେହି ଟଙ୍କା କୁଆଡେ ଯାଉଛି ତାହା ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଟୋଲ ବାବଦକୁ ସମାନ ଅର୍ଥ ମଧ୍ୟ ଆଦାୟ ହେଉନାହିଁ । ଦିନରେ ଗୋଟେ ସନ୍ଧ୍ୟାରେ ଗୋଟେ ଅର୍ଥ ଆଦାୟ ହେଉଛି । ଏଭଳି ଘଟଣା ଘଟାଇଥିବା ଗୁଣ୍ଡାମାନେ ଯାହା ଛତ୍ରଛାୟାରେ ଥାଆନ୍ତୁ ନା କାହିଁକି ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।"

ଏହା ବି ପଢନ୍ତୁ- ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ, କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ

ମୁଣ୍ଡଳି ଟୋଲଗେଟରେ ଛତିଶଗଡ଼ ପର୍ଯ୍ୟଟକଙ୍କ ଆକ୍ରମଣ ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାର କିଛି ଯୁବବର୍ଗ କଳିଙ୍ଗ ନଗରରେ ଅବସ୍ଥିତ ଏକ ଘରୋଇ ବୃହତ ଶିଳ୍ପାନୁଷ୍ଠାନରେ ଚାକିରୀ ପାଇଁ ପରୀକ୍ଷା ଦେବାକୁ କଲିକତା ଯାଇଥିଲେ ସେଠାରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହେବାର ସୂଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି କହିଛନ୍ତି, " ଏହା ଅତ୍ୟନ୍ତ ଦୁଃଖଦ ଘଟଣା । କିନ୍ତୁ ବଡ ପ୍ରଶ୍ନ ହେଉଛି ଆମ ରାଜ୍ୟରେ ଯେଉଁ ସ୍ଥାନରେ ଉକ୍ତ କମ୍ପାନୀଟି ରହିଛି ସେହି ସ୍ଥାନରେ କାହିଁକି ଇଣ୍ଟରଭ୍ୟୁ କରାଗଲା ନାହିଁ । କଂଗ୍ରେସ ଦଳ ଦାବି କରୁଛି ଯେଉଁମାନେ ଓଡ଼ିଶାରେ କମ୍ପାନୀ କରୁଛନ୍ତି ସେମାନେ ଓଡ଼ିଶାରେ ହିଁ ଇଣ୍ଟରଭ୍ୟୁ କରନ୍ତୁ ଏବଂ ପ୍ରାଥମିକ ଭାବରେ ଓଡ଼ିଶାର ଯୁବକ ଏବଂ ଯୁବତୀମାନଙ୍କୁ ଚାକିରୀ ପ୍ରଦାନ କରନ୍ତୁ । ଆବଶ୍ୟକ ପଡିଲେ ଏହି ଘଟଣାକୁ ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।"

ସୂଚନା ଥାଉ କି ବୁଧବାର କଟକ ମୁଣ୍ଡଳି ଟୋଲ୍‌ ଗେଟରେ ଏଭଳି ସ୍ପର୍ଶକାତର ଘଟଣା ଘଟିବା ପରେ ଆଠଗଡ଼ ଉପ ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଯାତ୍ରୀଙ୍କୁ ମେଡିକାଲ ଚିକିତ୍ସା କରାଯାଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦୁଇଟି ବସ ଯୋଗେ ଛତିଶଗଡ଼କୁ ପଠାଯାଇଛି । ଗତକାଲି ଟୋଲ ଅର୍ଥ ଆଦାୟକୁ ନେଇ ପାଟିତୁଣ୍ଡ ହେବା ପରେ ଏଭଳି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 25, 2023, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.