ETV Bharat / state

ସରିଲା ଭାରତ ଯୋଡୋ ପଦଯାତ୍ରା, ସବୁ ଜିଲ୍ଲାରେ ବିପୁଳ ସମର୍ଥନ ମିଳିଥିବା କହିଲେ କଂଗ୍ରେସ ବିଧାୟକ - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ସାରା ଦେଶରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରି ଶେଷ କରିଛନ୍ତି । ତେବେ ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଆଜି ଶେଷ ହୋଇଥିବା ବେଳେ ଏହାକୁ ସବୁ ଜିଲ୍ଲାରେ ବିପୁଳ ସମର୍ଥନ ମିଳିଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଭାରତ ଯୋଡ଼ୋ ପଦଯାତ୍ରା
ଓଡ଼ିଶାରେ ଭାରତ ଯୋଡ଼ୋ ପଦଯାତ୍ରା
author img

By

Published : Jan 30, 2023, 10:10 PM IST

ଓଡ଼ିଶାରେ ଭାରତ ଯୋଡ଼ୋ ପଦଯାତ୍ରା

ଭୁବନେଶ୍ବର: ଦୀର୍ଘ 3 ମାସ ଧରି ଚାଲିଥିବା ଭାରତ ଯୋଡୋ ପଦଯାତ୍ରା ଆଜି ଉଦ୍‌ଯାପିତ ହୋଇଛି । ମହାତ୍ମା ଗାନ୍ଧିଙ୍କ ତୀରୋଧାନ ତିଥିରେ ଭୁବନେଶ୍ୱରରେ କଂଗ୍ରେସ ପତାକା ଉଡାଇ ଆଜି ଶେଷ ହୋଇଛି ଭାରତ ଯୋଡୋ ଯାତ୍ରା । ସାରା ରାଜ୍ୟରେ ପ୍ରାୟ 2 ହଜାରରୁ ଊର୍ଦ୍ଧ୍ବ କିମିର ପଦଯାତ୍ରା ଆଜି ଶେଷ ହୋଇଛି । ତେବେ ରାହୁଲ ଗାନ୍ଧିଙ୍କୁ ଭାରତ ଯୋଡୋ ଯାତ୍ରାରେ ସମର୍ଥନ ମିଳୁଥିବାବେଳେ ରାଜ୍ୟ କଂଗ୍ରେସକୁ ଏଥିରୁ କେତେ ଫାଇଦା ମିଳିଛି ତାକୁ ନେଇ ଏବେ ଚର୍ଚ୍ଚା ।

ଦୀର୍ଘ 22 ବର୍ଷରୁ କଂଗ୍ରେସ ଶାସନ କ୍ଷମତାରୁ ଦୂରରେ ରହିଛି । ରାଜ୍ୟରେ କଂଗ୍ରେସକୁ ଗ୍ରହଣ କରିପାରୁନାହାନ୍ତି ଭୋଟର । ଏହା ଭିତରେ ଉପନିର୍ବାଚନ ଗୁଡ଼ିକରେ ବାରମ୍ବାର ଶୋଚନୀୟ ପରାଜୟ ବରଣ କରୁଛି କଂଗ୍ରେସ । ଏପରିକି ବ୍ରଜରାଜନଗରକୁ ଛାଡିଦେଲେ ବାଲେଶ୍ୱର, ତିର୍ତ୍ତୋଲ, ଧାମନଗର ଓ ପଦ୍ମପୁରରେ ଦଳ ଅମାନତ ହରାଇଲା । ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଏବେ ଉଗ୍ର । ପିସିସି ସଭାପତି ଚୟନକୁ 6 ମାସ ବିତିଯାଇଥିଲେ ମଧ୍ୟ ନୂଆ ଟିମ୍‌ ଘୋଷଣା ହୋଇପାରିଲା ନାହିଁ । ଦଳୀୟ ଶୃଙ୍ଖଳାକୁ ଅଣଦେଖା କରୁଛନ୍ତି ନେତାମାନେ ।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ପଦଯାତ୍ରାକୁ ସାରା ଦେଶରେ ସଫଳତା ମିଳିଛି ବୋଲି ଆକଳନ କରିହେବ । କାରଣ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଏହି ଯାତ୍ରାରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ରାହୁଲଙ୍କୁ ସମର୍ଥନ ଜଣାଇଥିଲେ । ଦେଶରେ କଂଗ୍ରେସକୁ ଜନସାଧାରଣଙ୍କ ପାଖରେ ବିଶ୍ବାସଭାଜନ କରିବା ପାଇଁ ରାହୁଲ ପ୍ରୟାସ କରିଥିଲେ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋକୁ ସମର୍ଥନ ମିଳିଛି । ସବୁ ରାଜ୍ୟର କଂଗ୍ରେସ ନେତାଙ୍କୁ ଏହା ପ୍ରେରଣା ଯୋଗାଇଛି ।

ତେବେ ରାହୁଲ ଭାରତ ଯୋଡ଼ୋ ପଦଯାତ୍ରାରେ ଓଡ଼ିଶା ଆସିନଥିଲେ । ସେଥିପାଇଁ ପିସିସି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକ ଆରମ୍ଭ କରିଥିଲେ ଭାରତ ଯୋଡ଼ୋ ଯାତ୍ରା । ପିସିସି ସଭାପତିଙ୍କ ନେତୃତ୍ୱରେ 22 ଜିଲ୍ଲାରେ ଭାରତ ଯୋଡୋ ପଦଯାତ୍ରା ହୋଇଥିଲା । ତେବେ ଏଥିରେ କଂଗ୍ରେସକୁ ଜନସାଧାରଣଙ୍କର କେତେ ସମର୍ଥନ ମିଳିଛି ପ୍ରଶ୍ନର ଉତ୍ତର ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା ।

ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଓଡ଼ିଶାରେ ଏହା ପରିବର୍ତ୍ତନ ପଦଯାତ୍ରା ହୋଇଥିଲା । ଆଗକୁ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେବ । ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନ ହୋଇଛି ।" ଭାରତ ଯୋଡ଼ୋ ଯାତ୍ରାରେ ସବୁ ଜିଲ୍ଲାରେ କଂଗ୍ରେସକୁ ସଫଳତା ମିଳିଛି ବୋଲି ବିଧାୟକ ସାଲୁଜା କହିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଭାରତ ଯୋଡ଼ା ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲାଲବାଗରେ ପତାକା ଉଡ଼ାଇଛନ୍ତି । ଆମେ ତାଙ୍କୁ ଅଭିନନ୍ଦନ ଜଣାଉଛୁ ।" ତେବେ ଭବିଷ୍ୟତରେ ରାହୁଲ ଗାନ୍ଧି ନିଶ୍ଚିନ୍ତ ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢ଼କ୍ତି ବାଢ଼ିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.