ଭୁବନେଶ୍ୱର: କଂଗ୍ରେସର ସଂଗଠନ ଚିନ୍ତା । ଓଡ଼ିଶାରେ ସରକାର ଗଢିବାକୁ ସବୁ ଦିଗରୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ନବ ନିଯୁକ୍ତ ପ୍ରଭାରୀଙ୍କ ଦିଗଦର୍ଶନ ଦଳକୁ ଅଧିକ ମଜବୁତ କରିବା ସହ ଓଡିଶାବାସୀଙ୍କ ବିଶ୍ୱାସଭାଜନ କପରି ହେବ । ସେ ନେଇ ପ୍ରତିଦିନ ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରୁଛି ଏଆଇସିସି । ନୂଆ ରୂପରେଖ ନୂଆ ଆଶା ନେଇ ଆଗକୁ ବଢୁଛି କଂଗ୍ରେସ । ଖାଲି ବିଧାନସଭା ନୁହେଁ ଏଥର ଲୋକସଭାକୁ ଗୁରୁତ୍ୱ ଦେଉଛି ଦଳ । ଦିଲ୍ଲୀରେ ମୁଖିଆ ପ୍ରସ୍ତୁତ କରୁଛନ୍ତି ରଣନୀତି । ସେହିକ୍ରମରେ ଆଜି ଏଆସିସି ପକ୍ଷରୁ ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ କରିଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ସାଧାରଣ ନିର୍ବାଚନ ୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ନିମ୍ନ ସଂଯୋଜକ ମାନଙ୍କୁ ନିଯୁକ୍ତ କରିଛନ୍ତି ।
ସଂସଦୀୟ କ୍ଷେତ୍ର ସଂଯୋଜକଙ୍କ ନାମ-
ବରଗଡ଼ ଆଶୁତୋଷ ସ୍ୱାଇଁ
ସୁନ୍ଦରଗଡ଼ ଅନନ୍ତ ସୟନ ପାଢ଼ୀ
ସମ୍ବଲପୁର ପ୍ରେମ ଶଙ୍କର ମିଶ୍ର
କେନ୍ଦୁଝର ବିଷ୍ଣୁ ବାରିକ
ମୟୁରଭଞ୍ଜ ମନୋରଞ୍ଜନ ରାଉତ
ବାଲେଶ୍ୱର ଜାନକୀବଲ୍ଲଭ ପଟ୍ଟନାୟକ
ଭଦ୍ରକ ଜିଆ ଉଲ୍ ହକ୍
ଯାଜପୁର ଜିନେଶ ଦାସ
ଢ଼େଙ୍କାନାଳ ବାଙ୍କନିଧି ବେହେରା
ବଲଙ୍ଗୀର ଦିଲ୍ଲୀପ ନନ୍ଦ
କଳାହାଣ୍ଡି ଦ୍ୱାରିକା ମହାପାତ୍ର
ନବରଙ୍ଗପୁର ରବୀନ୍ଦ୍ର ମହାପାତ୍ର
କନ୍ଧମାଳ ରାଜୀବ ପଟ୍ଟନାୟକ
କଟକ ସୁବ୍ରତ ମହାପାତ୍ର
କେନ୍ଦ୍ରପଡ଼ା ଶଶିକାନ୍ତ ଲେଙ୍କା
ଜଗତସିଂହପୁର ସୁଦିପ୍ତ କର
ପୁରୀ ବିପ୍ଲବ ଚୌଧୁରୀ
ଭୁବନେଶ୍ୱର ହଳଧର ସେଠୀ
ଆସ୍କା ଘନ ସବର
ବ୍ରହ୍ମପୁର ଶୁଭେନ୍ଦୁ ମହାନ୍ତି
କୋରାପୁଟ ପୀତବାସ ପଣ୍ଡା
ଏହା ମଧ୍ୟ ପଢନ୍ତୁ .....ସକ୍ରିୟ ହେବ କଂଗ୍ରେସ, ସୁଦୃଢ଼ ହେବ ସଂଗଠନ
ଏହି ନେତାମାନଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ । ଓଡ଼ିଶାରେ କିଭଳି ସବୁ ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଜନସମର୍ଥନ ମିଳିବ ସେ ନେଇ ଏହି ନେତା ମାନେ ଜଗିବେ । ଆଗକୁ ରହିଛି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ । ଓଡିଶାରେ କଂଗ୍ରେସକୁ କିଭଳି ଶକ୍ତିଶାଳୀ କରାଯିବ ସେ ନେଇ ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ସଂଗଠନକୁ ତୃଣମୁଳ ସ୍ତରରୁ ଅଧିକ ସଶକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ନେତା ଏବଂ କର୍ମୀ ।
ଇଟିଭି ଭାରତ, ଭୁବନେଶ୍ୱର