ETV Bharat / state

ମହାନଦୀ ଜଳ ବିବାଦ: କଂଗ୍ରେସ-ବିଜେଡି ମୁହାଁମୁହିଁ, ସଂଘୀୟ ବ୍ୟବସ୍ଥାର ବ୍ୟତିକ୍ରମ କହିଲା ବିଜେଡି

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜିଠାରୁ ଓଡ଼ିଶାରେ ମହାନଦୀ କ୍ଷେତ୍ର ପରିରଦର୍ଶନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍‌ । ତେବେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଛତିଶଗଡ଼କୁ ଦୋଷ ନଦେଇ ସରକାର ନିଜର ତ୍ରୁଟିକୁ ଦେଖନ୍ତୁ ବୋଲି କଂଗ୍ରେସ କହିଛି । ସେପଟେ ଏହା ସଂଘୀୟ ବ୍ୟବସ୍ଥାର ବ୍ୟତୀକ୍ରମ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଅଧିକ ପଢ଼ନ୍ତୁ

author img

By

Published : Apr 30, 2023, 10:08 PM IST

ମହାନଦୀ ଜଳ ବିବାଦ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ

ଭୁବନେଶ୍ବର: ଆଜିଠାରୁ ଓଡ଼ିଶାରେ ମହାନଦୀ କ୍ଷେତ୍ର ପରିରଦର୍ଶନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍‌ । ଆଜି ଉପର ମହାନଦୀ ମୁଖ୍ୟ ଅବବାହିକା ପରିଦର୍ଶନ କରିଛନ୍ତି ଏହି ଟ୍ରିବ୍ୟୁନାଲ । ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି । ଟ୍ରିବ୍ୟୁନାଲ ବିଚାରପତିଙ୍କ ସହ ଦୁଇ ରାଜ୍ୟର ଜଳ ସମ୍ପଦ ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି । ତେବେ ଏହି ଟିମ୍‌ରେ ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମଧ୍ୟ ଟ୍ରିବ୍ୟୁନାଲ ସହ ବୁଲି ଦେଖିବେ । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଭିନ୍ନ ସମୟରେ ବିରୋଧୀ ଦଳ ଶାସକ ଦଳକୁ ଟାର୍ଗେଟ କରୁଥିବା ବେଳେ ଶାସକ ଦଳ ମଧ୍ୟ ସମାନ ପ୍ରସଙ୍ଗରେ କେନ୍ଦ୍ରର ୟୁପିଏ ଓ ଏନ୍‌ଡିଏ ସରକାରଙ୍କୁ ଦୋଷ ଦେଇଛି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ କମିଟି ପ୍ରଥମ ପର୍ଯ୍ୟାୟ ପରିଦର୍ଶନ ଶେଷ କରିଛନ୍ତି । ଆଜିଠାରୁ ଏହି ଟ୍ରିବ୍ୟୁନାଲ ଟିମ୍‌ ଦ୍ବିତୀୟ ପର୍ଯ୍ୟାୟ ପରିଦର୍ଶନ ଆରମ୍ଭ କରିଛନ୍ତି । ତେବେ ଟ୍ରିବ୍ୟୁନାଲର ସଦସ୍ୟ ଓଡ଼ିଶାରେ ମହାନଦୀ ସ୍ଥିତି ପରିଦର୍ଶନ କରିବା ପୂର୍ବରୁ କଲମା ବ୍ୟାରେଜର ୨୦ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ଓଡ଼ିଶାରେ ମହାନଦୀକୁ ଶୁଖାଇ ଦେଇଥିବା ଛତିଶଗଡ଼ ହଠାତ୍‌ ଗେଟ୍‌ ଖୋଲିବା ନେଇ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ଓଡିଶାବାସୀ । ଏପଟେ ମହାନଦୀକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ସରକାରଙ୍କ ଅବହେଳା ପାଇଁ ମହାନଦୀର ଏପରି ଅବସ୍ଥା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଛତିଶଗଡ଼କୁ ଦୋଷ ନଦେଇ ସରକାର ନିଜର ତ୍ରୁଟିକୁ ଦେଖନ୍ତୁ ବୋଲି କଂଗ୍ରେସ କହିଛି । ୨୪ ବର୍ଷ ଭିତରେ ସରକାର ଏଠାରେ କେତୋଟି ବନ୍ଧ ନିର୍ମାଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

ସେପଟେ ବିରୋଧିଙ୍କୁ କଡ଼ା ଜବାବ ଦେଇଛି ଶାସକ ବିଜେଡି । ଛତିଶଗଡ ସରକାର ନିୟମ ପାଳନ କରି କାମ କରିବା ଉଚିତ୍‌ ବୋଲି କହିଛି ବିଜେଡି । ଏନେଇ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ଟ୍ରିବ୍ୟୁନାଲ ଆସୁଥିବାରୁ ଏପରି ଗେଟ ଖୋଲିବା ଠିକ୍ ନୁହେଁ । ବିରୋଧୀ କେବଳ ରାଜନୀତି ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଉଛନ୍ତି । ମହାନଦୀ ବିବାଦ ସଂଘୀୟ ବ୍ୟବସ୍ଥାର ଏକ ବ୍ୟତିକ୍ରମ । ମହାନଦୀ ଆଇନ ଯେବେଠାରୁ ତିଆରି ହୋଇଛି ସେବେଠାରୁ ସମଦୃଷ୍ଟି ରହୁନି । କେନ୍ଦ୍ରରେ କଂଗ୍ରେସ ଓ ବିଜେପି ସରକାର ସମୟରେ ଏଭଳି ଦେଖାଯାଇଛି । ଉଭୟ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତି କରିବାକୁ ଚାହୁଁଛନ୍ତି ।" ତେବେ ମହାନଦୀକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.