ETV Bharat / state

ଦୁଷ୍କର୍ମକାରୀକୁ ସୁରକ୍ଷା ଦେଉଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ: କଂଗ୍ରେସ - କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଜଣେ ଦଳିତ ଦୃଷ୍ଟିଶକ୍ତିହୀନ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତମାନେ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେମାନଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
author img

By

Published : Feb 3, 2023, 10:07 PM IST

ଭୁବନେଶ୍ବର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଜଣେ ଦଳିତ ଦୃଷ୍ଟିଶକ୍ତିହୀନ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି । ଏହି ଘଟଣାର ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୁରକ୍ଷା ଦେଉଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି କଂଗ୍ରେସ । ତେବେ ଯଦି ଅଭିଯୁକ୍ତମାନଙ୍କୁ ମନ୍ତ୍ରୀ ସୁରକ୍ଷା ଦେବେ, ଆଗାମୀ ଦିନରେ ମନ୍ତ୍ରୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରେ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

କଂଗ୍ରେସ ନେତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ଏହି ଦଳିତ ଦୃଷ୍ଟିଶକ୍ତିହୀନ ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଶିବ ପ୍ରସାଦ ମଲିକ ହେଉଛନ୍ତି ଅସ୍ତରଙ୍ଗ ବ୍ଲକ ବିଜେଡି ମିଡିଆ ସେଲ୍‌ର ସଭାପତି । ଅନ୍ୟ ଅଭିଯୁକ୍ତ ରାମଚନ୍ଦ୍ର ମଲିକ ଏବଂ ମିଲନ ମଲିକ ମଧ୍ୟ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ । ଏହି ଅଭିଯୁକ୍ତମାନଙ୍କ ଫୋଟୋ ମଧ୍ୟ ମନ୍ତ୍ରୀଙ୍କ ସହ ରହିଛି । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମନ୍ତ୍ରୀଙ୍କ ଚାପରେ ପୋଲିସ ପ୍ରଶାସନ ଚୁପ ବସିଛି । ଅଭିଯୁକ୍ତମାନଙ୍କ ସହ ମନ୍ତ୍ରୀଙ୍କର ଘନିଷ୍ଠତା ଥିବାରୁ ପୋଲିସ ତାଙ୍କୁ ଗିରଫ କରୁନାହିଁ । ଫଳରେ ପୀଡ଼ିତାକୁ ନ୍ୟାୟ ମିଳିପାରୁ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିବାନନ୍ଦ ରାୟ ।

ପୂର୍ବତନ ପୋଲିସ IG ତଥା ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ମଧ୍ୟ ପୋଲିସର ନୀରବତାକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ ଆଣି କହିଛନ୍ତି, "ନାବାଳିକା ପୀଡ଼ିତା ସ୍ପଷ୍ଟ ଭାବେ ବୟାନ ଦେବା ସତ୍ତ୍ବେ ସ୍ଥାନୀୟ ପୋଲିସର ନୀରବତା ରାଜନୈତିକ ଚାପର ପ୍ରତିଫଳନ । ପ୍ରଥମେ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରିବା, ଧମକ ଚମକ ଦେଇ ଘଟଣାକୁ ରଫାଦଫା କରିବା ପାଇଁ ମନ୍ତ୍ରୀଙ୍କ ସହଯୋଗୀମାନେ ଚେଷ୍ଟା କଲେ । ଏଥିରେ ସଫଳ ନହେବାରୁ ଗୃହରାଷ୍ଟ୍ର ମନ୍ତ୍ରୀ ତାଙ୍କ ବିଭାଗ ଅଧୀନରେ ଥିବା ପୋଲିସ ଅଧିକାରୀମାନଙ୍କୁ ଚାପ ପ୍ରୟୋଗ କରି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛନ୍ତି ।"

ଗତ ଜାନୁଆରୀ ୨୮ ତାରିଖରେ ପିସିସିର ଏକ ତଥ୍ୟ ଅନୁଧ୍ୟାନକାରୀ ୭ ଜଣିଆ ଟିମ ଅସ୍ତରଙ୍ଗ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାର ସହ ଆଲୋଚନା କରି ସ୍ଥାନୀୟ ଥାନାଧିକାରୀଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହାପରେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ନଥିବାରୁ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.