ETV Bharat / state

ସାମଗ୍ରିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ରାଜ୍ୟର ସଂକଳ୍ପ, ସମସ୍ତ ବିରୋଧୀ ହୁଅନ୍ତୁ ସାମିଲ: ବିଜେଡି

ଦେବୀ କହିଛନ୍ତି ଯେ, ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ର ସରକାର, ନୀତି ଆୟୋଗ ଓ ଜାତିସଂଘ ଠାରୁ ପୁରସ୍କୃତ ଏବଂ ପ୍ରଶଂସିତ ହୋଇଛି ଓଡିଶା । ବିକାଶର ଆଉ ଏକ ପାହାଚ ଚଢ଼ିବାକୁ ଉଦ୍ୟମ କରୁଛି ଓଡିଶା । ଏବାବଦରେ ମୁଖ୍ୟମନ୍ତ୍ରୀ ଆଜି ଜନଗଣଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 15, 2023, 10:18 PM IST

ସାମଗ୍ରିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ରାଜ୍ୟର ସଂକଳ୍ପ, ସମସ୍ତ ବିରୋଧୀ ହୁଅନ୍ତୁ ସାମିଲ : ବିଜେଡି

ଭୁବନେଶ୍ବର: ବିକାଶର ଧାରାରେ ଥିବା ଓଡିଶାର ବିଗତ କିଛି ବର୍ଷ ହେବ ଆର୍ଥିକ ଅଭିବୃଦ୍ଧି ହୋଇଚାଲିଛି । ମହାବାତ୍ୟାର ବିଭୀଷିକାରୁ ଉପରକୁ ଉଠି ଅଣ୍ଟା ସଳଖି ଛିଡା ହୋଇଛି ରାଜ୍ୟ । ଦାରିଦ୍ର୍ୟ ଦୂରୀକରଣ, ଭିତ୍ତିଭୂମୀର ବିକାଶ, ଖାଦ୍ୟ ନିରାପତ୍ତାରେ ସଶକ୍ତ ହୋଇଛି ଓଡିଶା । ବିକାଶ କିପରି ଲୋକଙ୍କ ପାଖରେ ପହଁଚିବ, ସାମଗ୍ରିକ ବିକାଶ ହେବ, ଅର୍ଥନୈତିକ ଅଭିବୃଦ୍ଧି ହେବ ଏହା ରାଜ୍ୟର ସଂକଳ୍ପ । ସମସ୍ତ ବିରୋଧୀ ଦଳ ଏହି ସଂକଳ୍ପରେ ଯୋଗ ଦିଅନ୍ତୁ । ଏହି ଆହ୍ବାନ ଦେଇଛନ୍ତି ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଦେବୀ କହିଛନ୍ତି ଯେ, ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ର ସରକାର, ନୀତି ଆୟୋଗ ଓ ଜାତିସଂଘ ଠାରୁ ପୁରସ୍କୃତ ଏବଂ ପ୍ରଶଂସିତ ହୋଇଛି ଓଡିଶା । ବିକାଶର ଆଉ ଏକ ପାହାଚ ଚଢ଼ିବାକୁ ଉଦ୍ୟମ କରୁଛି ଓଡିଶା । ଏବାବଦରେ ମୁଖ୍ୟମନ୍ତ୍ରୀ ଆଜି ଜନଗଣଙ୍କୁ ଆହ୍ବାନ ଦେଇଛନ୍ତି । ବିକାଶର ଧାରାରେ ଥିବା ଓଡିଶାକୁ ଶିର୍ଷକୁ ନେବାକୁ ହେଲେ ରୂପାନ୍ତରଣ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ବରାନ୍ବତ କରିବାକୁ ପଡିବ ।

ମିଲେଟ ମିଶନ, ନିୟୁଟ୍ରିସନ, ମାନବ ସମ୍ବଳର ବିକାଶ ପାଇଁ ସ୍କୁଲ, କଲେଜ, ଟେକ୍ନିକାଲ ଶିକ୍ଷାର ରୂପାନ୍ତର, କୃଷି ଓ କୃଷକର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାକୁ ପଡିବ । ବିକାଶ ହେଉଛି ବିଜେଡିର ଏଜେଣ୍ଡା । ବିକାଶ ପାଇଁ ବିଜେଡିର ଜନ୍ମ । ସରକାରରେ ଆସିବା ପରେ ନୂଆ ଶତାବ୍ଦୀରେ ନବୀନ ସରକାରର ଫୋକ୍ସ ହେଉଛି ବିକାଶ । ବିକାଶ ଯେହେତୁ ଗୋଟେ ସ୍ତରକୁ ଆସିଛି, ଏହାକୁ ମିଶନ ସ୍ତରରେ କାର୍ଯ୍ୟ କରିବାକୁ ହେବ । ଗ୍ୟାପ ପୂରଣ କରିବାକୁ ପଡିବ । ଭାରତର ଅନ୍ୟ ଉନ୍ନତ ରାଜ୍ୟ ସହ ସମକକ୍ଷ ହେବା ପାଇଁ ବ୍ୟବସ୍ଥା କରିବାକୁ ପଡିବ ।

ଗଣତନ୍ତ୍ରରେ ଲୋକମାନେ ଶକ୍ତିଶାଳୀ । ସେମାନେ ହେଉଛନ୍ତି ମାଲିକ । ତେଣୁ ସରକାରଙ୍କ ମୂଲ୍ୟାୟନ ଭୋଟରେ ହୋଇଥାଏ । ଭୋଟକୁ ଯିବା ଓ ଜିତିବା ପାପ ନୁହେଁ । ଯଦି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇ ଜନଗଣଙ୍କ ସରକାର ଆସିଲେ, ଅସୁବିଧା କେଉଁଠି ରହିଗଲା । ଭୋଟ ଥାଉ କି ନଥାଉ ଯୋଜନା ହୁଏ । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିକାଶ ହୁଏ । 5 ବର୍ଷର ଥରେ ଭୋଟ ଆସିବ । ଦିନେ ଭୋଟ ଦିଆଯିବ । ବାକି ଦିନ କାମ କରିବାକୁ ପଡିବ । 6ଟି ସାଧାରଣ ନିର୍ବାଚନ ବିଜେଡି ସମ୍ମୁଖୀନ ହେଲାଣି । ଲଗାତାର ଭାବେ ନିର୍ବାଚନ ଜିତିଛୁ । ଲୋକସଭା ଏବଂ ବିଧାନସଭା, ପଞ୍ଚାୟତ, ପୌର ଏବଂ ସମବାୟ ନିର୍ବାଚନରେ ବିଜେଡି ଲୋକଙ୍କ ଆଶୀର୍ବାଦ ପାଇଛି ।

ଲୋକଙ୍କ ଆଶୀର୍ବାଦ ନରହିଲେ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର କାର୍ଯ୍ୟ କିପରି କରିବ । ବିରୋଧୀ ଯଦି ସଂକୀର୍ତ୍ତନ କରିବା ଲାଗି କାମ କରୁଥିବେ ମୁଁ ଜାଣିନାହିଁ । ଲୋକଙ୍କ ପାଇଁ ହିଁ କାମ ହୁଏ । ବିକାଶର ଆଭିମୁଖ୍ୟ ନେଇ କାମ ହୁଏ । ବିକାଶ କିପରି ଲୋକଙ୍କ ପାଖରେ ପହଁଚିବ, ସାମଗ୍ରିକ ବିକାଶ ହେବ, ଅର୍ଥନୈତିକ ଅଭିବୃଦ୍ଧି ହେବ ଏହା ରାଜ୍ୟର ସଂକଳ୍ପ । ସମସ୍ତ ବିରୋଧୀ ଦଳ ଏହି ସଂକଳ୍ପରେ ଯୋଗ ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.