ETV Bharat / state

ସୁରକ୍ଷିତର ସହ ଖେଳନ୍ତୁ ହୋଲି, ଉତ୍ପାତ ହେଲେ ଉଠାଇନେବ ପୋଲିସ

author img

By

Published : Mar 7, 2023, 4:18 PM IST

Updated : Mar 7, 2023, 5:52 PM IST

ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ସୁରକ୍ଷିତ ଭାବେ ହୋଲି ଖେଳିବା ଲାଗି କମିଶନରେଟ ପୋଲିସ ରାଜ୍ୟବାସୀଙ୍କୁ ସତର୍କ କରାଇଛି । ନହେଲେ ବାଟରୁ ପୋଲିସ ଉଠାଇନେବ ବୋଲି ଚେତାବନୀ ଦେଇଛି । ଅଧିକ ପଢନ୍ତୁ

holi celebration 2023
holi celebration 2023
ସୁରକ୍ଷିତର ସହ ଖେଳନ୍ତୁ ହୋଲି

ଭୁବନେଶ୍ବର: ଆସିଛି ରଙ୍ଗର ପର୍ବ ହୋଲି । ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ହୋଲି ସେଲିବ୍ରେସନ ଆରମ୍ଭ ହୋଇଥିବା ବେଳେ କାଲି ରାଜ୍ୟବାସୀ ପାଳିବେ ହୋଲି । ତେବେ ହୋଲି ଖେଳକୁ ନେଇ ସତର୍କ କରାଇଛି କମିଶନରେଟ ପୋଲିସ । ସୁରକ୍ଷିତର ସହିତ ହୋଲି ଖେଳିବାକୁ ପୋଲିସ ରାଜଧାନୀବାସୀଙ୍କୁ ପରାମର୍ଶ ଦେଇଛି । ନଚେତ ବିଶୃଙ୍ଖଳା ବା ଉତ୍ପାତ ହେଲେ ପୋଲିସ ସେମାନଙ୍କୁ ଉଠାଇନେବ ବୋଲି କହିଛି । ହୋଲି ପର୍ବ ଲାଗି ଘାଟରେ ଓ ବାଟରେ ରାଜଧାନୀବାସୀଙ୍କୁ ଜଗିବ ପୋଲିସ ।

ବିଶେଷ କରି ହୋଲି ସମୟରେ ବିଭିନ୍ନ ନଦୀ ଓ ଜଳାଶୟରେ ଗାଧୋଇବା ବେଳେ ଅଘଟଣ ଘଟିଥାଏ । ଏଥିଲାଗି ନଦୀ, ବଡ଼ ବଡ଼ ଜଳାଶୟ, କେନାଲକୁ ଗାଧୋଇବା ତଥା ଯିବା ଆସିବା କରୁଥିବା ଲୋକଙ୍କ ଉପରେ ପ୍ରଥମ ନଜର ରଖିବ ପୋଲିସ । ଘାଟରେ ଫୋର୍ସ ମୁତୟନ ସହ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ଟିମକୁ ମଧ୍ୟ ଆଲର୍ଟ କରି ରଖାଯିବ । ଏଥିସହ ହୋଲି ସମୟରେ ସହର ଭିତରେ ମଦ୍ୟପାନ ବା ନିଶା ପାନ କରି ଯେପରି ଅମାନିଆ ଅଘଟଣ ନ ଘଟାନ୍ତି ସେନେଇ ନଜର ରଖିବାକୁ ଗଠନ ହୋଇଛି ଟିମ । ଏନେଇ ସକାଳ ୭ଟାରୁ ୧୭ଟି ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ କରିବା ସହ ୩୧ଟି ସ୍ଥାନରେ ଫାଟକ ଲାଗିବ ।

ଏହା ବି ପଢନ୍ତୁ-ହୋଲି ଖେଳିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ: ରାଜ୍ୟ ଅଗ୍ନିଶମ ଡିଜି

ସମ୍ବେଦନଶୀଳ ସ୍ଥାନ ଦେଖି ଖାକିରେ ପୋଲିସ ବିଭିନ୍ନ ସ୍ଥାନରେ ଜଗି ରହିବ । ବାଟରେ ଅମାନିଆ ଜବରଦସ୍ତି ଗଣ୍ଡଗୋଳ କରୁଥିବା ଲୋକଙ୍କ ଉପରେ ପୋଲିସ ନଜର ରଖିବ । ଏହାସହ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନରେ ପଶି ଅପ୍ରୀତିକର ପରିସ୍ଥିତି ଉପୁଜାଇବା ଆଦିକୁ ଦୃଷ୍ଟିରେ ରଖି ୪ଟି ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ସହର ସାରା ଭାଗ ଭାଗ ହୋଇ ପଇତରା ମାରିବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଯେପରି ଅଘଟଣ ଭଳି ପରିସ୍ଥିତିକୁ ମୁକାବିଲା କରାଯିବ ସେନେଇ ତଦାରଖ କରିବ ପୋଲିସ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରୁ ପୁରା ଆଲର୍ଟ ହୋଇ ୪ଜଣ ଅତିରିକ୍ତ ଡିସିପି ଭୁବନେଶ୍ବରକୁ ୪ଟି ଭାଗରେ ସୁପର ଭିଜନ କରିବେ।

ଏଥିପାଇଁ ୭ଜଣ ଏସିପି ୨୮ ଜଣ ଇନ୍ସପେକ୍ଟର ସହ ୧୫ ପ୍ଲାଟୁନ ଫୋର୍ସ ଓ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ସହ ମିଶି ସହରରେ ହାନିକାରକ ରଙ୍ଗ ବିକ୍ରି ଓ କଟକଣା ଉପରେ ନଜର ରଖିବେ। ବିପଦପୂର୍ଣ୍ଣ ରଙ୍ଗ ଓ ଅବିର ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏଣୁ ଆଜିଠୁ ସହର ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ ଏସିପି ଭରତ ସାହୁଙ୍କ ନେତୃତ୍ବରେ ବୁଲି ବୁଲି ସହରର ହାନିକାରକ ରଙ୍ଗବିକ୍ରି ଦୋକାନ ଉପରେ ଚଢାଉ କରାଯିବ । ଏହାସହ ହାନିକାରକ ରଙ୍ଗ ଓ ଅବିର ଜବତ କରାଯିବ । ଏନେଇ ଡ୍ରାଇଭ ଜାରି ରଖିଛନ୍ତି କମିଶନରେଟ ପୋଲିସ ଅଧିକାରୀ । ଏନେଇ ଡିସିପି ହେଡକ୍ବାର୍ଟରରୁ ଏସିପି ଭରତ ସାହୁ ଓ ପରିବେଶ ଅଧିକାରୀ ମିଳିତ ଭାବେ ଏସବୁ ଜିନିଷର ତଦାରଖ କରିବେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2023, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.