ETV Bharat / state

ରାଜଧାନୀରେ ସାବାଡ ହେବେ ଗଲି ବୟ, ଆରମ୍ଭ ହେବ ବ୍ରିଟିଶ ଅମଳର କଡ଼ା ଆଇନ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ସ୍ବତନ୍ତ୍ର ପ୍ରସ୍ତୁତି । ଅପରାଧୀଙ୍କୁ ସାବାଡ କରିବା ଲାଗି ଆରମ୍ଭ ହେବାକୁ ଯାଉଛି କ୍ରାଇମ କ୍ରିମିନାଲ ଟ୍ରାକିଂ । ଅଧିକ ପଢନ୍ତୁ

special drive ahead of 2024 General Election

author img

By

Published : Jun 18, 2023, 10:53 PM IST

ଭୁବନେଶ୍ବର: ଆଉ ଆତଙ୍କ ଖେଳାଇ ପାରିବେନି ଗଲି ବୟ । ଦେଖିବାକୁ ମିଳିବନି ଆତଙ୍କର ନାଲି ଆଖି । ସହରରେ ବିଗାଡି ପାରିବେନି ଅପରାଧିକ ଛବି । କାରଣ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ‌ ରଖି ଆରମ୍ଭ ହେବାକୁ ଯାଉଛି କମିଶନରେଟ ପୋଲିସର କ୍ରାଇମ କ୍ରିମିନାଲ ଟ୍ରାକିଂ । କମିଶନରେଟ ପୋଲିସର ଏହି ଡ୍ରାଇଭ ଦ୍ବାରା ରାଜଧାନୀରେ ଅନେକ ଅପରାଧିକ କାର୍ଯ୍ୟକଳାପକୁ ରୋକାଯାଇପାରିବ ବୋଲି ଆଶା କରାଯାଇଛି ।

ବିଶେଷ କରି ସହରର ବିଭିନ ଗଳା କନ୍ଦି ଓ ଛକ ବଜାର ସମେତ ଖଟି ଓ ନିଛାଟିଆ ସ୍ଥାନରେ ଦାଦାଗିରି ଦେଖାଉଥିବା ପିଲାଙ୍କ ଉପରେ ରହିବ ନଜର । ଏନେଇ ଅପରାଧୀଙ୍କ ଅପରାଧର ଗଡ ଭାଙ୍ଗିବାକୁ ଏବେ ଜଡକୁ ଯିବ ପୋଲିସ । ଅପରାଧୀ ଆରମ୍ଭ ହେଉଥିବା ଅର୍ଥାତ ଏକଜୁଟ ହେଉଥିବା ସ୍ଥାନଠୁ ଟ୍ରାକିଂ ଆରମ୍ଭ କରିବ ପୋଲିସ । ଏନେଇ ବ୍ରିଟିଶ ଅମଳରୁ ପୋଲିସ ମାନୁଆଲରେ ଥିବା କିଛି ପ୍ରକ୍ରିୟା ଏବେ ପୁଣି ଆରମ୍ଭ କରିବ କମିସନରେଟ ପୋଲିସ । ଯାହାକୁ କଡାକଡି ହେଲେ ଅନେକ ଅପରାଧ ରୋକାଯାଇପାରିବ ବୋଲି କହିଛି କମିଶନରେଟ ପୋଲିସ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ କିପରି ସେମାନଙ୍କୁ ଟ୍ରାକ କରିହେବ ସହରର ଛବି ଖରାପ ନହେଲା ଭଳି ଆତଙ୍କ ସୃଷ୍ଟି ନହେବ ସେ ନେଇ ପ୍ରକ୍ରିୟା ଜାରି ଆରମ୍ଭ କରିବ ପୋଲିସ ।

1. BC ଭେରିଫିକେସନ:- ଅପରାଧ ଘଟାଇ ଜେଲ ଯାଇଥିବା କ୍ରିମିନାଲ ଅଥବା ଥାନାରୁ ନୋଟିସ ପାଇ ବେଲରେ ଆସିଥିବା କ୍ରିମିନାଲ, ଅପରାଧିକ କେସରେ ଛନ୍ଦି ହୋଇଥିବା ଅପରଧୀ ବା ଛାତ୍ର ନେତା ଏବେ ପୋଲିସର ନଜରରେ ରହିବେ। ଏନେଇ ପୋଲିସ ଆରମ୍ଭ କରି BC ଭେରିଫିକେସନ ବା ବ୍ୟାଡ କ୍ୟାରେକ୍ଟର ଭେରିଫିକେସନ ଡ୍ରାଇଭ୍ । ଯାହା ଜରିଆରେ 7ଦିନରେ ଥରେ ଛୋଟ ଛୋଟ ଗଣ୍ଡଗୋଳ, ମାରପିଟ, ଗାଳିଗୁଲଜ ଅପରାଧିକ ମାମଲାରେ ଥିବା ଅପରାଧୀ ଥାନାରେ ଆସି ବା ଏରିଆ ଭିଜିଟରେ ଥିବା ଅଧିକାରୀଙ୍କୁ ଦେଖା କରିବେ‌।

2.ହାଜିରା:- ଅନେକ ଅପରାଧୀ ଅନେକ ହାର୍ଡକୋର‌ କ୍ରିମିନାଲ ବେଲ ପାଇ ଘରେ ରହିଥାନ୍ତି । ତେବେ ସେମାନେ ହତ୍ୟା, ରାହାଜାନି, ଡକାୟତି, ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ କ୍ରିମିନାଲ ବେଲରେ ଆସି କୋର୍ଟର ସର୍ତ୍ତମୂଳକ ଭାବେ ଥାନାରେ ହାଜିରା ଦେବେ । ଅର୍ଥାତ୍ ହାଜିରା ନଦେଲେ ତାଙ୍କ ଘରକୁ ପୋଲିସ ଯାଇ ଯାଞ୍ଚ କରିବ ଓ ବେଲ ସର୍ତ୍ତ ଉପରେ ପ୍ରଭାବ ପଡ଼ିପାରେ । ଏନେଇ ହାଜିରାକୁ କଡାକଡି କରି କ୍ରାଇମ କ୍ରିମିନାଲଙ୍କୁ କଣ୍ଟ୍ରୋଲ ପାଇଁ ପୋଲିସ ଅଣ୍ଟା ଭିଡିଛି।

3.ଏରିଆ ପାଟ୍ରୋଲିଂ:- ଅନେକ ସମୟରେ ବ୍ରିଟିଶ ଅମଳରୁ ଭିଲେଜ ଭିଜିଟ ହୋଇଥାଏ । ତାହା ଏବେ ସହରରେ ଏରିଆ ଭିଜିଟ କୁହାଯାଏ । ଅର୍ଥାତ୍ ଥାନାର ନୂଆ ଅଫିସର ଯୋଗଦେଲେ ବା ନୂଆ ଥାନାଧିକାରୀ ନିଜ ଅଞ୍ଚଳର ଅପରାଧିକ କାର୍ଯ୍ୟ ବା କୌଣସି କ୍ରିମିନାଲ ଯାହା ବିଷୟରେ ଜାଣିନଥାନ୍ତି ସେମାନଙ୍କ ବିଷୟରେ ଜାଣିବା ଅଫିସର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏଣୁ ରୀତିମତ ଭାବେ ଏରିଆ ଭିଜିଟ ଉପରେ ଗୁରୁତ୍ବ ଦେବେ ଅଫିସର ଓ ଏହାର ରିପୋର୍ଟ ଜୋନାଲ ଏସିପିଙ୍କୁ ଦେବେ ।

ଏହା ବି ପଢନ୍ତୁ- 20 ଦିନ ପରେ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା ଜବତ

4.ଲଟକା ଜାରି:- କିଛି ଅପରାଧୀ ବେଲ ସର୍ତ୍ତ ଥାଇ ବି ମାନି ନଥାନ୍ତି । ଏପରିକି କିଛି ଠକ ବା ଜମି ଜବର ଦଖଲକାରୀ ବା ବିଲ୍ଡର ଜମି ମାଫିଆ ଓ୍ବାରେଣ୍ଟ ଥିଲେ ବି ଖୁଲମଖୁଲା ବୁଲୁଥାନ୍ତି । ପୋଲିସ ଆଖିରେ ଧୁଳି ଦେଇ ଲୁଚିଥାନ୍ତି । ନଚେତ ଅନେକ ବାରମ୍ବାର ନୋଟିସ ସତ୍ତ୍ବେ ବେଖାତିର କରିଥାନ୍ତି । ସେସବୁ ଅପରାଧୀଙ୍କ ଘରେ ଲଟକା ଜାରି କରାଯାଏ ଅର୍ଥାତ୍ ସେମାନଙ୍କୁ ଅବଗତ କରାଯାଏ‌ । ତେବେ ଆଗକୁ ଲଟକା ଜାରିକୁ କଡାକଡି କରାଯିବ ।

5.ବହିଷ୍କାର:- ଅନେକ ସମୟରେ କିଛି ପେସାଦାର‌ ଚୋର ବା ଛିନତାଇ ବା ଡ୍ରଗ୍ସ ବେପାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳକୁ ବାରଣ ଥାଏ । ସେମାନେ ସେହି ଅଞ୍ଚଳରେ ଦେଖାଦେଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ଏନେଇ ସେଭଳି କିଛି ପେସାଦାର ଅପରାଧୀଙ୍କୁ ଓୟୁପି ଆକ୍ଟରେ ବହିଷ୍କାର ଘୋଷଣା କରାଯିବ।

6.ତଡିପାର:- ଅନେକ ସେକ୍ସ ରାକେଟରେ ସମ୍ପୃକ୍ତ ଅପରାଧୀ ହେଉ ବା ତସ୍କରି ମାମଲାରେ ଗିରଫ ଅପରାଧୀ କିମ୍ବା ଡ୍ରଗ୍ସ କାରବାର କରୁଥିବା ବଡ଼ ବଡ଼ କ୍ରିମିନାଲ ଅପରାଧରେ ସାମିଲ ଥିବା ଅପରାଧୀ, ସେମାନଙ୍କୁ ପୋଲିସ ସ୍ବତନ୍ତ୍ର ଭାବେ ମୁଖ୍ୟାଳୟରୁ ତଡିପାର ଘୋଷଣା କରାଯାଇଥାଏ । ବର୍ଷକ ପାଇଁ ସେମାନେ ସହର ଭିତରେ ପଶିପାରିବେ ନାହିଁ କି ନିଜର ଗତିବିଧି ରହିଲେ ପୋଲିସ ବିନା କାରଣରେ ଅନସ୍ପଟ ଗିରଫ କରିପାରିବ । ତେଣୁ ଏସବୁ ତଡିପାର ଅପରାଧୀଙ୍କୁ ଅଧିକ ନଜର ରଖିଛି ପୋଲିସ । ଏଥି ସହ ପେସାଦାର ଅପରାଧୀଙ୍କୁ 110 ବା NSA ଲଗାଇ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆସିବା ଉପରେ ବାରଣ ଲଗାଇବା ଅଭିଯାନ କଡାକଡି କରିବ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.