ଭୁବନେଶ୍ବର: ଚୋରି ଗାଡି ବିକ୍ରି ପାଇଁ ଚୋରା ବାଇକର ଶୋ' ରୁମ । ୩୦ରୁ ୪୦ ହଜାରରେ ବିକୁଥିଲେ ନାମିଦାମି ଗାଡି। RC ବୁକ୍ ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ର ଆସୁଥିଲା ଗାଡି । ସନ୍ଦେହ ହେବାର ପ୍ରଶ୍ନ ନାହିଁ କି ଧରାପଡିବାର ଭୟ ନାହିଁ । ରାଜଧାନୀରୁ ଚୋରି ଗାଡି ନୟାଗଡ଼ରେ ହେଉଥିଲା ବିକ୍ରି । ଏମିତି ଏକ ଚୋରି ଗାଡି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଯେଉଁମାନେ କି ୮୦ରୁ ଊର୍ଦ୍ଧ୍ବ ଗାଡି ଚୋରି କରି ନେଇ ଚୋରି ଗାଡ଼ିର ଏକ ରାକେଟ ଚଲାଇଥିବା ପୋଲିସ କହିଛି ।
କ୍ୟାପିଟାଲ ଥାନା ପୋଲିସ ଚୋରଙ୍କ ସୁରାକ ଖୋଜି ଖୋଜି ଶେଷରେ ୪୦ଟି ବାଇକ ସହ ୪ଜଣ ଚୋରଙ୍କୁ ଗିରଫ କରିଛି । ସେମାନଙ୍କଠାରୁ କିଛି ନକଲି ଚାବି ସହ କିଛି ଗାଡ଼ିର ନକଲି ଆରସି ବୁକ୍ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମଧ୍ୟ ଜବତ କରିଛି ପୋଲିସ । ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, " ଚୋରି ବାଇକକୁ ଉଚା ଦାମରେ ବିକ୍ରି ପାଇଁ ଏମାନେ ଏକ ରାକେଟ ଚଳାଇଥିଲେ । ପୂର୍ବପରି ୭ରୁ ୮ ହଜାରରେ ନ ବିକ୍ରି କରି ଏଥର ନୂଆ ଟେକନିକ୍ ଆପଣାଇଥିଲେ । ଚୋରା ଗାଡ଼ିର ନକଲି ଡକ୍ୟୁମେଣ୍ଟ ତିଆରି ବିକ୍ରି କରୁଥିବା ଲୋକ ନାଁରେ ବକୁଥିଲେ। ଏନେଇ ପୂର୍ବରୁ ଅନେକ ଥର ଗିରଫ ହୋଇଥିବା ବାଇକ ଚୋର ନକଲି ଚାବି ଜରିଆରେ ଭୁବନେଶ୍ବର ବିଭିନ ଗଳିକନ୍ଦିରୁ ଗାଡି ଚୋରି କରୁଥିଲେ।"
ଏହା ବି ପଢନ୍ତୁ- କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଧରାପଡିବେ ଚୋର, ହଜିଲା ଗାଡି ପାଇବେ ମାଲିକ
ସେ ଆହୁରି କହିଛନ୍ତି, " ଚୋରି ଗାଡ଼ିକୁ ନୟାଗଡ଼ ନେଇ ସେଠାରେ ଏକ ଡିପୋ କରି ରଖୁଥିଲେ ଏମାନେ । ଗାଡି କିଣିବାକୁ ଆସୁଥିବା ଲୋକଙ୍କ ନାଁରେ ନକଲି ଆରସି ବା ଗାଡ଼ିର କାଗଜପତ୍ର ତିଆରି କରି ଗାଡି ପିଛା ୩୦ରୁ ୪୦ହଜାର ଟଙ୍କା ଗାଡି ବିକ୍ରି କରୁଥିଲେ। ଆଉ ବିକ୍ରି ପାଇଁ ବିଶେଷ କରି କନ୍ଧମାଳ ଓ ଫୁଲବାଣି ଅଞ୍ଚଳର ଲୋକଙ୍କୁ ବିକୁଥିଲେ।" ଏଥିପାଇଁ ଏକ ନେଟୱର୍କ ଅପରେଟ କରୁଥିଲା । ଏହି ସବୁ ଚୋରି ଗାଡି ନକଲି ଆରସି ବୁକ୍ ଜରିଆରେ କିଣୁଥିବା ଲୋକକୁ ଅସଲି କହି ବିକ୍ରି କରୁଥିଲେ । ଆଉ ଏଭଳି କାରବାରରେ ଜଣେ ରଙ୍ଗ ତୂଳି କାମ କରୁଥିବା ଅଭିଯୁକ୍ତ ଜରିଆରେ ମେସିନ ଲଗାଇ ହାଇସିକ୍ୟୁରିଟି ନମ୍ବରପ୍ଲେଟ ମଧ୍ୟ ତିଆରି କରୁଥିଲେ।
ଏପରିକି ନିଶା କାରବାରରେ ବ୍ୟବହାର ହେଉଥିଲା ଏସବୁ ଗାଡି। ଧରା ନପଡିବା ଭୟରେ ଏପରି ନମ୍ବର ପ୍ଲେଟ ସହ ନକଲି ଆରସି ଜରିଆରେ ବିକ୍ରି କରୁଥିଲେ। କମ ଦାମରେ ଲୋକଙ୍କୁ ଗାଡି ଓନରସିପ ସହ ନକଲି କାଗଜ ତିଆରି କରି ବିକ୍ରି କରୁଥିଲେ । ନିଶା କାରବାର ପାଇଁ ବ୍ୟବହାର କରୁଥିବା ଏହି ସବୁ ଗାଡ଼ିକୁ ବ୍ୟବହାର କରୁଥିଲେ ନିଶା ଵେପାରୀ । ଏଭଳି କାରବାରର ଖୁଲାସା କରିଛି ପୋଲିସ । ତେବେ ଲୋକଙ୍କ ପାଇଁ ସତର୍କ ଘଣ୍ଟି ଗାଡି ରଖୁଥିଲେ ସାବଧାନ ସହ ରଖନ୍ତୁ ନଚେତ ଗୋଲ ବୁଲାଇ ପାରନ୍ତି ଚୋର।
ଇଟିଭି ଭାରତ, ଭୁବନେଶ୍ବର