ଭୁବନେଶ୍ବର: ଡିଜେ ମ୍ୟୁଜିକରେ କମ୍ପୁଥିଲା ରେଭ୍ ପାର୍ଟି । ନିଶାରେ ମାତାଲ ଥିଲେ ଯୁବପିଢି। ରଙ୍ଗୀନ ଆଲୁଅ ସାଙ୍ଗକୁ ଡିଜେର ତାଳେ ତାଳେ ମସଗୁଲ ଥିଲେ ଯୁବକ ଓ ଯୁବତୀ। ରାତି ଯେତେ ବଢୁଥିଲା ପାର୍ଟି ସେତେ ଜମୁଥିଲା । ବିଳମ୍ବିତ ରାତ୍ରି ପର୍ଯନ୍ତ ଚନ୍ଦକା ଅଞ୍ଚଳରେ ରେଭ ପାର୍ଟି ଚାଲୁଥିବା ବେଳେ ଚଢାଉ କଲା କମିଶନରେଟ ପୋଲିସ । ରେଭ ପାର୍ଟିର ମାଲିକ ଓ ମ୍ୟାନେଜରକୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।
ଏମିତି ଚାଲିଥିଲା ରେଭ୍ ପାର୍ଟି
ବିନା ଅନୁମତିରେ ବେଆଇନ ଭାବେ ଚନ୍ଦକା ଅଞ୍ଚଳରେ ଚାଲିଥିଲା ରେଭ ପାର୍ଟି। ପାର୍ଟିରେ ସାମିଲ ହେବାକୁ ହେଲେ ଅନଲାନରେ କରିବାକୁ ପଡୁଥିଲା ବୁକିଂ। ଜଣଙ୍କ ପିଛା ୧୦୦୦ରୁ ୫ହଜାର ପର୍ଯନ୍ତ ରହିଥିଲା ଏଣ୍ଟ୍ରି ଫିସ। ବଡବଡ ଘରର ଯୁବକ ଯୁବତୀ ଏଥିରେ ସାମିଲ ହେଉ ଥିବା ବେଳେ ପଲଟିକାଲ ପାର୍ଟିର ହେବିଓ୍ବେଟ ନେତାଙ୍କ ପିଲା ମଧ୍ୟ ଏଥିରେ ସାମିଲ ହେଉଥିଲେ । ରାତି ତମାମ ନିଶା ଖାଇ ପାର୍ଟରେ ନିଜକୁ ମସଗୁଲ କରୁଥିଲେ ସଭିଏଁ । ଯାହାର ସୁରାକ ପାଇଥିଲା କମିଶନରେଟ ପୋଲିସ । ରାତି ଅଧିଆ ଚଢାଉ କରି ନାଚ ଗୀତରେ ମସଗୁଲ ଥିବା ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା ପୋଲିସ । ପରେ ସମସ୍ତଙ୍କୁ ଛାଡି ଦେଇ ରେଭ ପାର୍ଟିର ମାଲିକ ଓ ମ୍ୟାନେଜରକୁ କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଉଛନ୍ତି ଚନ୍ଦକା ଥାନା ହାପି ମୋମେଣ୍ଟସ ମାଲିକ ଶିବ ପ୍ରସାଦ ପଟ୍ଟନାୟକ ଓ ରାହୁଲ ମଲ୍ଲିକ ।
ଏହା ମଧ୍ୟ ପଢନ୍ତୁ-Padamapur Bye Election: ପ୍ରାର୍ଥୀ ଚୟନ ଲାଗି କମିଟି ଗଠନ କଲା କଂଗ୍ରେସ
ପାର୍ଟିରୁ ୨୦ଲିଟର ମଦ ସମେତ କିଛି ଆପତିଜନକ ହୁକା ବା ନିକୋଟିନସଜାତିୟ ସାମଗ୍ରୀ ଜବତ କରିଛି ପୋଲିସ।ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ''ରେଭି ପାର୍ଟି ଚାଲିଥିବା ନେଇ ପୋଲିସକୁ ଏକ ଖବର ମିଳିଥିଲା଼ । ବିଳମ୍ବିତ ରାତ୍ରି ପର୍ଯନ୍ତ ରେଭ ପାର୍ଟି ଚାଲୁଥିବାରୁ ପୋଲିସ ରେଡ ମାରିଥିଲା । ଏନେଇ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଯେଉଁଠି ବି ଏପରି ପାର୍ଟି ଚାଲୁଥିବ ସେ ନେଇ ପୋଲିସ ପଦକ୍ଷେପ ନେବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।''
ଇଟିଭି ଭାରତ, ଭୁବନେଶ୍ବର