ଭୁବନେଶ୍ବର: ନୂଆବର୍ଷ ପାଇଁ ପୋଲିସର ନିର୍ବାଚନୀ ଚ୍ୟାଲେଞ୍ଜ । ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇ ସୁପରିୟରଙ୍କ ଟାସ୍କ । ବିଭିନ୍ନ ଦିଗକୁ ନେଇ ଏବେଠୁ ତୟାର୍ ପାଇଁ ଗୁରୁମନ୍ତ୍ର । ଆଗକୁ ଆସିବ ନିର୍ବାଚନ ମାହୋଲ । ଏଥର ନିର୍ବାଚନ ପରିଚାଳନା ପୋଲିସ ପାଇଁ ବଡ ଗୁରୁତ୍ବପୂର୍ଣ୍ଣ । ନୂଆବର୍ଷ ପାଇଁ ବଡ଼ ଚାଲେଞ୍ଜ ଭାବେ ପ୍ରସ୍ତୁତ ରହିବାକୁ ଅଫିସରଙ୍କୁ ଦିଆଯାଇଛି ପରାମର୍ଶ । ଏନେଇ କିଭଳି ନିଜ ନିଜ ଥାନା ଓ ଜୋନାଲ ଏସିପିଙ୍କ ଅଞ୍ଚଳରେ ତୟାର୍ ହେବାକୁ ପଡିବ ସେନେଇ ପ୍ରଥମ ବର୍ଷର ପ୍ରଥମ ବୈଠକରେ ଫୋକସ ଦିଆଯାଇଛି । ନିର୍ବାଚନୀ ସମୟରେ ଅପରାଧିକ ଗତିବିଧି ସହ ଆଇନଶୃଙ୍ଖଳା ପରିସ୍ଥିତି ପରିଚାଳନା ବଡ଼ ଦାୟିତ୍ବ ହେବ । ଏଥି ସହ ନିର୍ବାଚନୀ ପ୍ରଚାର ବେଳେ ଭିଆଇପିଙ୍କ ଗସ୍ତ ସହ ସୁରକ୍ଷାର ବନ୍ଦୋବସ୍ଥ ସେନେଇ ଏବେଠୁ ପ୍ରସ୍ତୁତ ହେବାକୁ ଫୋକସ ଦିଆଯାଇଛି ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ନିର୍ବାଚନ ବେଳେ ଡିଜିଟାଲ କ୍ୟାମ୍ପେନ ଉପରେ ଅଧିକ ଫୋକସ ଦେବା ପୋଲିସ । ସୋସିଆଲ ମିଡିଆରେ ଅପପ୍ରଚାର ଓ ମିଛ ଖବର ପ୍ରଘଟ ଆଦି ଉପରେ ଧ୍ୟାନ ଦିଆଯିବ । ଏପରିକି ନେତାଙ୍କ ମେମେ ଓ ଭାଇରାଲ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ରାଜନୈତିକ ଦଳ ଉପରେ ମଧ୍ୟ ବିଶେଷ ନଜର ରଖାଯିବ । ଫଟୋକୁ କଦର୍ଥ କରି ଅନ୍ୟର ଫଟୋରେ ଆଉ କାହାର ଫଟୋ ଯୋଡ଼ି ବଦନାମ ଓ ମିଛ ପ୍ରଘଟ ଆଦି ଉପରେ ବିଶେଷ ନଜର ରଖାଯିବ । ଏନେଇ ପୋଲିସ ଏକ ଦିଗରେ ଧ୍ୟାନ ଦେବାକୁ ଏବେଠୁ ସାଇବର ଏକ୍ସପର୍ଟ ଜରିଆରେ ମନିଟରପାଇ ଏକ ତିଆରି କରିଛି ପବ୍ଲିକ ଭଲ୍ୟୁଣ୍ଟର ସ୍କିମ । ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଆଇଟି ଏକ୍ସପର୍ଟଙ୍କୁ ପୋଲିସ ସହ ସ୍ବତଃପୃତ ଭାବେ କାମ କରିବେ ।
ବିଶେଷ କରି ଏଭଳି ଅପପ୍ରଚାର ଓ ବଦନାମ ଓ ମିଛ ଓ ଗୁଜବ ପ୍ରଘଟ କାରିଙ୍କ ଉପରେ ଫୋକସ ଦିଆଯିବ । ଏନେଇ ପ୍ରାୟ 25ଜଣ ଆଇଟି ପ୍ରଫେସନାଲଙ୍କ ଜରିଆରେ ଏଥର ନିର୍ବାଚନ ସମୟରେ ସୋସିଆଲ ମିଡ଼ିଆ କ୍ୟାମ୍ପେନ୍ ଓ ଭାଇରାଲ ଭିଡିଓ, ଉଦ୍ଦେଶ୍ୟମୂଳକ ବ୍ଲଗ୍ ଓ ହିଂସାତ୍ମକ ବା ଉତେଜନାମୁଳକ ନେତାଙ୍କ ଭାଷଣ, ଖବର ଓ ସୋସିଆଲ ମିଡିଆରେ ପୋଷ୍ଟ ଓ ନେତାଙ୍କ ଟୁଇଟ ଆଦି ଅନେକ ଦିଗ ଉପରେ ନଜର ରଖାଯିବ । ଏନେଇ ପୋଲିସ କମିସନର କହିଛନ୍ତି " 2024 ହେଉଛି ନିର୍ବାଚନର ବର୍ଷ । ତେଣୁ ଅଫିସରଙ୍କୁ କିଭଳି ସେନସଟିଭିଟ ହେବାକୁ ପଡିବ, ପ୍ରମ୍ପଟ ହେବାକୁ ପଡିବ ଏସବୁ ପରିଚାଳନା କରିବା ପାଇଁ ପ୍ରୋଆକ୍ଟିଭ ହେବାକୁ ପଡିବ । ପ୍ରିଏଟିଭ ଓ ଇମପାର୍ସିଆଲ ହୋଇ କିପରି ନିର୍ବାଚନକୁ ପରିଚାଳନା କରାଯିବ ସେ ଦିଗରେ ଫୋକସ ଦିଆଯାଉଛି ।"
ଏହା ମଧ୍ୟ ପଢ଼ନ୍ତୁ.....ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର ଓ ଡିସିପି
ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି "ଆମକୁ ବଡ଼ ଚ୍ୟାଲେଞ୍ଜ ଫ୍ରି ଆଣ୍ଡ ଫେୟାର ଇଲେକ୍ସନ ପରିଚାଳନା । ଆମେ ପ୍ରତ୍ୟେକ ଭଲ୍ୟୁଣ୍ଟର ବା ଆଇଟି ଏକ୍ସପର୍ଟଙ୍କୁ ଆମ ସହିତ ସାମିଲ କରୁଛୁ । ଯେଉଁମାନେ ଲମ୍ବା ଅଭଗ୍ୟତା ରହିଛି ଡାର୍କ ଓ୍ବେବ ,ସାଇବର ସିକୁରିଟି,ସୋସିଆଲ ମିଡ଼ିଆ ମନିଟରିର ସେମାନଙ୍କ ଜରିଆରେ ଆଗାମୀ ଦିନରେ ନିର୍ବାଚନ ସମୟରେ ଏସବୁ ଦିଗରେ ବିଶେଷ କରି ଡିଜିଟାଲ କ୍ୟାମ୍ପେନ୍ ବା ସୋସିଆଲ ମିଡ଼ିଆ ପୋଷ୍ଟ ବା ନିର୍ବାଚନୀ ପ୍ରଚାର ଆଦି ଉପରେ ନଜର ରଖିପାରିବୁ ।" ସେହିପରି ବୈଠକରେ ମଧ୍ୟ ଥାନା ପରିସର ଓ ପରିବେଷ ସଫାସୁତୁରା ସହ ଆଧୁନୀକରଣ ସହ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଟେକ୍ନୋଲୋଜୀର ବ୍ୟବହାର କରି ଅପରାଧିଙ୍କୁ କାବୁ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହି ବୈଠକରେ ପୋଲିସ କମିସନରଙ୍କ ସହ ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର ଡିସିପି ,ସହ ସମସ୍ତ ଅଫିସର ଯୋଗଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର